ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶ୍ରେଷ୍ଠ ଉପହାର

ବହୁତ ଦିନ ତଳର କଥା । ଗୋଟିଏ ଆଶ୍ରମରେ ଜଣେ ସାଧୁ ରହୁଥିଲେ । ଆଉ ସେହି ସାଧୁଙ୍କର ଅନେକ ଗୁଡିଏ ଶିଷ୍ୟ ଥିଲେ । ସେ ଶିଷ୍ୟମାନଙ୍କ ଭିତରେ ଏକ ଶବର ପିଲା ବି ଥିଲା । ସେ ଶବର ପିଲାଟି ସାଧୁଙ୍କ ଠାରୁ ସମସ୍ତ ଯୁଦ୍ଧବିଦ୍ୟା କଳା ବି ଶିଖିଥିଲା । ସେ ସାଧୁଙ୍କ ଆଶ୍ରମରେ ଜାତି ଭେଦ ଭାବ ଏମିତି କିଛି ବି ନ ଥିଲା । ଯେ କୌଣସି ଜାତିର ପିଲା ସେ ସାଧୁଙ୍କ ଶିଷ୍ୟତ୍ୱ ଗ୍ରହଣ କରି ଯେ କୌଣସି ବିଦ୍ୟା ଶିକ୍ଷା ଲାଭ କରିପାରୁଥିଲା ।

ଦିନକର କଥା । ସେ ଦେଶର ରାଜା ପଦ୍ମଦେବ ଘୋଷଣା କଲେ ଯେ ସେ ରାଜ୍ୟ ଶାସନ କରିବାର ତ ପଚିଶବର୍ଷ ହୋଇଗଲାଣି । ସମସ୍ତ ପ୍ରଜାମାନେ ବି ସୁଖ ଶାନ୍ତିରେ ବସବାସ କରୁଛନ୍ତି । ସେ ରାଜ୍ୟରେ କେହିବି ଆଉ ଗରିବ ନାହାଁନ୍ତି । ତେଣୁ ସମସ୍ତେ ରାଜାଙ୍କ ସୁଶାସନ ପାଇଁ ସେ ରାଜାଙ୍କୁ କିଛି ନା କିଛି ବସ୍ତୁ ଉପହାର ଦେବେ । ତାପରେ ଉପହାର ଦବାର ଦିନ ଠିକ୍ କରିଦିଆଗଲା । ଏ ଶବର ପିଲାର ତ ଠିକ୍ ସେହି ସମୟରେ ଶିକ୍ଷା ସମାପ୍ତ ହୋଇଥାଏ । ତେଣୁ ସାଧୁ ସେ ଶବର ପିଲାକୁ କହିଲେ – ‘ତୁମର ଶିକ୍ଷା ସମାପ୍ତ ହୋଇଛି । ଏବେ ତୁମେ ତୁମର ଘରକୁ ଯାଇ ପାର ମାତ୍ର ଗଲାବେଳେ ମୋ ତରଫରୁ କିଛି ଉପହାର ରାଜାଙ୍କୁ ଦେଇଯିବ ।’ ତାପରେ ସେ ସାଧୁ ଗୋଟିଏ ବଡ ଖାଲି କାଚ ବୋତଲ ଶବର ପିଲା ହାତରେ ରାଜାଙ୍କ ପାଖକୁ ପଠାଇଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ