ଦିନକର କଥା । ସମ୍ରାଟ୍ ଆକବରଙ୍କ ରାଜସଭା ଚାଲିଥାଏ । କିନ୍ତୁ ସବୁଦିନ ପରି ସେଦିନ ରାଜସଭାରେ ବିରବଲ ଉପସ୍ଥିତ ନ ଥିଲେ । କୌଣସିଠାରେ ଅତ୍ୟନ୍ତ ଜରୁରୀ କାର୍ଯ୍ୟ ପଡିବାରୁ ସେ ଚାଲିଯାଇଥିଲେ ।
ବିରବଲ ଯେଉଁ ଦିନ ସଭାରେ ଅନୁପସ୍ଥିତ ରୁହନ୍ତି, ସେଦିନ ଉପସ୍ଥିତ ଅନ୍ୟ ପଣ୍ଡିତମାନଙ୍କ ବାରପାଳକ ପଡିଯାଏ । ସମସ୍ତେ ହିଁ ଲଗେଇ ଜୁଟେଇ ସମ୍ରାଟଙ୍କ ଆଗରେ ଲୋକମାନଙ୍କ ବିରୁଦ୍ଧରେ ନାନାପ୍ରକାର କଥା କହିଥାଆନ୍ତି ।
ସେଦିନ ତ ବିରବଲ ସଭାରେ ଅନୁପସ୍ଥିତ ଥିଲେ । ସେଦିନର ସୁଯୋଗ ଦେଖି ସମ୍ରାଟଙ୍କ ଆଗରେ ନାନା ପ୍ରକାର ଖରାପ୍ କଥାମାନ କହିବାକୁ ଲାଗିଲେ । କିନ୍ତୁ ବିରବଲଙ୍କ ବିରୁଦ୍ଧରେ କହୁଥିବାରୁ ସମ୍ରାଟଙ୍କର ମନରେ ଦୁଃଖ ଜାତ ହେଉଥିଲା ।
ଏହା ବି ହେବା ସ୍ୱାଭାବିକ । କାରଣ ସମ୍ରାଟ୍ ବିରବଲଙ୍କୁ ଖୁବ୍ ଭଲ ପାଉଥିଲେ ।
ଏଭଳି ଭାବରେ ସେମାନେ ଯେତେବେଳେ ସମ୍ରାଟଙ୍କ ଆଗରେ କହିଲେ, ତାହା ଶୁଣି ସମ୍ରାଟ୍ ତାଙ୍କୁ କହିଲେ – ଆରେ, ତୁମ୍ଭେମାନେ ବିରବଲଙ୍କୁ ଠିକ୍ ଭାବରେ ଜାଣିନାହଁ । ସେଥିଲାଗି ବିରବଲଙ୍କ ନାମରେ ଏଣୁ ତେଣୁ ଗୁଡାଏ କଥା କହୁଅଛ । ଆଚ୍ଛା କହିପାରିବ ଯେ ତୁମ୍ଭମାନଙ୍କ ମଧ୍ୟରେ ଅଧିକ ବୁଦ୍ଧିମାନ୍ କେହି ନାହାଁନ୍ତି ।
ଆକବରଙ୍କ ଏପରି କଥା ଶୁଣନ୍ତେ ଅନ୍ୟମାନେ କହିଲେ, ବାଦ୍ଶାହା ସଲାମତ୍, ଆପଣ ବାସ୍ତବରେ ବିରବଲଙ୍କୁ ଅତ୍ୟନ୍ତ ଭଲ ପାଉଛନ୍ତି । ଆଉ ମଧ୍ୟ ବିରବଲଙ୍କୁ ଅଧିକ ସମୟ ପାଖରେ ଚାହୁଁ ଅଛନ୍ତି । କାରଣ ଆପଣ ଆମକୁ ତାଙ୍କପରି ବୁଦ୍ଧିମାନ୍ ଭାବୁ ନାହାଁନ୍ତି । ଆଉ ମଧ୍ୟ ଆପଣ ଜଣେ ହିନ୍ଦୁ ଲୋକକୁ ମୁଣ୍ଡରେ ଚଢାଇ ତା’ର ଆସପତ ବଢାଇ ଦେଇଛନ୍ତି ।