ବିରବଲଙ୍କର ମନ ମଧ୍ୟରୁ କଥାଟା ସରି ନାହିଁ, ଚାରିଜଣଯାକ ଯାଇ ବିରବଲଙ୍କ ପାଖରେ ପହଁଚିଗଲେ ଏବଂ ସଂଗେ ସଂଗେ ବିରବଲଙ୍କୁ ସମସ୍ତ କଥା ଅବଗତ କରାଇଲେ ।
ବିରବଲ ଚାରିଜଣଙ୍କ କଥାକୁ ମନଦେଇ ଶୁଣିଲେ । ତା’ପରେ କହିଲେ ଏହି ସାମାନ୍ୟ କଥା ଲାଗି ତମେ ମୋ ପାଖକୁ ଆସିଲ । ହେଉ ଯାହା ମୁଁ ଏହାର ଉତ୍ତର ସମ୍ରାଟଙ୍କୁ ଦେବି । ହେଲେ ଏଥିଲାଗି ମୋର ଗୋଟିଏ ସର୍ତ୍ତ ଅଛି । ତାହାକୁ ତ ତୁମକୁ ପୂରଣ କରିବାକୁ ହେବ ।
ଚାରିଜଣ ଯାକ ଏକ ସଙ୍ଗରେ କହିଲେ – ହଁ ସେ ସର୍ତ୍ତରେ ଆମେ ରାଜି ହେଲୁ । ତୁମେ ଆମର ମୁଣ୍ଡ ରକ୍ଷାକର । ତେଣିକି ତୁମେ ଯାହା କହିବ ତାହାକୁ ମାନିବାକୁ ବାଧ୍ୟ ହେବୁ ।
ବିରବଲ କହିଲେ – ତାହା ହେଲେ ଠିକ୍ ଅଛି, ମୋର ଏହି ଖଟଟିକୁ ଚାରିଜଣ କାନ୍ଧରେ କାନ୍ଧାଅ । ତୁମମାନଙ୍କ ମଧ୍ୟରୁ ଜଣେ ହୁକ୍କା ଓ ଆଉ ଜଣେ ମୋର ଜୋତାକୁ ଧରିବ । ମୁଁ ହୁକ୍କା ଟାଣି ଟାଣି ଏହି ଖଟ ଉପରେ ବସିଯିବି । ରାଜ ସଭାରେ ମୁଁ ପହଁଚିବା ମଧ୍ୟରେ ମୁଁ ଏହି ଖଟ ଉପରେ ବସି ସମ୍ରାଟ୍ ପଚାରି ଥିବା ପ୍ରଶ୍ନର ଉତ୍ତର ଦେବି ।
ଚାରିଜଣ ଯାକ ବିରବଲଙ୍କ କଥାନୁସାରେ ତାହା ହିଁ କଲେ । ସମସ୍ତେ ବିରବଲଙ୍କୁ ବସାଇ ସମ୍ରାଟଙ୍କ ଦରବାରରେ ନେଇ ପହଁଚାଇ ଦେଲେ । ପଥ ଦେଇ ଗମନ କରୁଥିବା କାଳରେ ଲୋକମାନେ ସେମାନଙ୍କ ମୁଖକୁ ଯେପରି ଚାହିଁ ପାରୁନଥିଲେ । ସଭା ମଧ୍ୟରେ ପହଁଚିବା ପରେ ସଭାରେ ଏକରକମ ହସର ଲହଡି ଖେଳିଗଲା । ସେହି ସମୟରେ ଖଟ ସମ୍ରାଟଙ୍କ ଦରବାରରେ ରଖାଗଲା । ଜଣେ ବିରବଲଙ୍କ ଜୋତା ଥୋଇବାରୁ ବିରବଲ ସେ ଜୋତାକୁ ପିନ୍ଧିବା ପରେ ଖଟରୁ ଉଠିଲେ ଓ ବାଦ୍ଶାହାଙ୍କୁ ପ୍ରଣାମ କଲେ ।
ତାହା ଦେଖି ବିରବଲଙ୍କ ଉପରେ ସମ୍ରାଟ୍ ପ୍ରସନ୍ନ ହୋଇଗଲେ । ବୀରବଲ କହିଲେ – ବାଦ୍ଶାହା ସଲାମତ । ଆପଣଙ୍କ ପଚାରିଥିବା ପ୍ରଶ୍ନର ଉତ୍ତର ତ ପାଇ ସାରିଥିବେ । ସବୁଠାରୁ ଏଦୁନିଆରେ ବଡ ଚିଜ ହେଲା କର୍ତ୍ତବ୍ୟ ।
ସମ୍ରାଟ୍ ବିରବଲଙ୍କ କଥା ଶୁଣି ଖାଲି ଠୋ ଠୋ ହୋଇ ହସିବାକୁ ଲାଗିଲେ ଓ ଗଳାରେ ପିନ୍ଧିଥିବା ମୋତିମାଳାଟିକୁ ବିରବଲଙ୍କ ହାତକୁ ବଢାଇ ଦେଲେ ।
____ *** ____