ମହାମୁନୀ ଦୟାବାନ ତାଙ୍କୁ ଦେଖି କହିଲେ-ତମେ ନିଶ୍ଚୟ ବିଜୟକୁମାର? ରାଜକୁମାରୀ ବନ୍ଦନାଙ୍କ ସର୍ତ୍ତ ପୂରଣ ନିମନ୍ତେ ଆସିଛ ।
ବିଜୟକୁମାର-ହଁ, ସୁନାରଙ୍ଗିଆ ଶୁଆଟିଏ ଦରକାର । ମତେ ଦୟା କରନ୍ତୁ ମହାମୁନୀ ।
ସନ୍ନ୍ୟାସୀ-ବ୍ୟସ୍ତ ହୁଅନି, ତମେ ନିଶ୍ଚୟ ସୁନାରଙ୍ଗିଆ ଶୁଆଟିଏ ପାଇବ ।
-ଆଚ୍ଛା ତମେ ତ ବହୁତ କ୍ଳାନ୍ତ ଜଣାପଡୁଚ, ତେଣୁ ବିଶ୍ରାମ ନିଅ । ଆସନ୍ତାକାଲି ପ୍ରଭାତରୁ ରାଜଧାନୀ ଅଭିମୁଖେ ଯାତ୍ରା କରିବ ।
ବିଜୟକୁମାର-ଯାହା ଆପଣଙ୍କ ଇଚ୍ଛା ।
ସନ୍ନ୍ୟାସୀ-ଆପଣ ସ୍ନାନ କରିବେ?
ବିଜୟକୁମାର-ଏଁ…! ମାନେ ତମେ । ତମେ ତ ଜଣେ ରାଜକୁମାରୀ !
ରାଜକୁମାରୀ-ହଁ… ।
ବିଜୟକୁମାର-ତମ ନାଁ…?
ରାଜକୁମାରୀ-ବିଜୟା… । ଦେବନଗରୀର ରାଜକୁମାରୀ । ଆରେ ଆପଣ ମତେ ଏମିତି ଦେଖୁଛନ୍ତି କ’ଣ? ମନେହଉଚି ଆପଣ ଜଣେ ବୁଦ୍ଧିମାନ ବୀର । ଜଣେ ବୀର, ବୁଦ୍ଧିମାନ ଏମିତି ଅଭଦ୍ରାମି ବ୍ୟବହାର କଦାପି କରନ୍ତିନି । ସବୁ ଜାଣିଲା ପରେ ବି ଆପଣ ଜଣେ ଅପରିଚିତ ।
ବିଜୟକୁମାର-ମୁଁ ବିଜୟକୁମାର… ।
-ରାଜକୁମାରୀ ବନ୍ଦନାଙ୍କ ସ୍ୱୟମ୍ବର ଜିତିଥିବା ଚାରିଭାଇଙ୍କ ମଧ୍ୟରୁ ଦ୍ୱିତୀୟ ।
-ତମେ କଣ ମତେ ଆଗରୁ ଜାଣିଥିଲ?
ବିଜୟା-ନା… ।
ବିଜୟକୁମାର-ତେବେ…?
ବିଜୟା-ଏଇନେ ଜାଣୁଚି । ଆପଣ ମତେ ଦେଖିସାରିଲା ପରେ ମୁଁ ବି ଆପଣଙ୍କୁ ଦେଖୁଚି ।
ବିଜୟକୁମାର-ଗୋଟାଏ କଥା କହିବି?
ବିଜୟା-କୁହନ୍ତୁ ।
ବିଜୟକୁମାର-କାହିଁକି କେଜାଣି, ତମକୁ ଦେଖୁ ଦେଖୁ ଭଲପାଇଗଲି । ମୁଁ ଏକାନୁହଁ, ଯିଏ ବି ତମକୁ ଥରେ ଆଖିପୂରାଇ ଦେଖିବ, ସିଏ ବି ତୁମକୁ ଭଲପାଇ ବସିବ ।
ବିଜୟା-ଥାଉ, ଏକଥା ମିଛ… । ଅସଲ କଥା ନ କହି…
ବିଜୟକୁମାର-ନା, ଆଉ କିଛି ଅସଲ କଥା ନାହିଁ ।
ବିଜୟା-ଯେତେବେଳେ ଆପଣ କହିଲେ, “ଗୋଟିଏ କଥା କହିବି” ମୁଁ ଠିକ୍ ଦେଖିଚି, ସେତେବେଳେ ଆପଣ ବାରମ୍ବାର ଛେପ ଢୋକୁଥିଲେ । କିନ୍ତୁ ଏବେ ଆପଣ ଖୁବ୍ ଆରାମ୍ରେ କହିଦେଲେ ।
ବିଜୟକୁମାର-ହାଃ…
ବିଜୟା-ହସିଲେ ଯେ…?
ବିଜୟକୁମାର-ତମେ ବହୁତ ବୁଦ୍ଧିମତୀ ରାଜକୁମାରୀ ବିଜୟା… । ମୁଁ ତମକୁ ଆପଣାର ଲୋକ ବୋଲି ଭାବିନେଇଚି । ତମେ ମୋ ପ୍ରସ୍ତାବରେ ଏକମତ ତ?
ବିଜୟା-ମୁଁ ତ ବହୁତ ଖୁସି । ନିଜକୁ ଭାଗ୍ୟବତୀ ମଣୁଚି । ଗୁରୁଦେବଙ୍କ ପବିତ୍ର ଆଶ୍ରମରେ ମୁଁ ଆପଣଙ୍କୁ ସ୍ୱାମୀରୂପେ ଗ୍ରହଣ କଲି ।
ବିଜୟକୁମାର-ହେଲେ ବିଜୟା, ସର୍ତ୍ତ ଅନୁସାରେ ମତେ ସୁନାରଙ୍ଗିଆ ଶୁଆଟିକୁ ନେଇ ରାଜକୁମାରୀ ବନ୍ଦନାଙ୍କୁ ଦେବାକୁ ପଡିବ ।
ବିଜୟା-ତାହାହେଲେ ଆପଣ ଆଉ ମୋ ପାଖକୁ ଫେରିବିନି? ଗୋଟାଏ ମୁହୂର୍ତ୍ତରେ ଭଲପାଇବା, ହୋଲି ଖେଳିଦେଇ ଚାଲିଯିବେ ।
ବିଜୟକୁମାର-ନା ବିଜୟା, ତମେ ମତେ ଭୁଲ୍ ବୁଝନା । କଥା ଦଉଚି, ମୁଁ ନିଶ୍ଚୟ ଫେରି ଆସିବି ।
ବିଜୟା-ତେବେ ମୋ ପକ୍ଷୀରାଜକୁ ନେଇ ଯାଆନ୍ତୁ, କମ୍ ସମୟ ଭିତରେ ଫେରି ଆସିବେ ।