ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସଚ୍ଚା ପ୍ରେମୀ

ତା’ପରେ ପକ୍ଷୀରାଜ ଉପରେ ବସିଲେ ବିଜୟକୁମାର । ମନରେ ଅସୁମାରି ଶେଷହୀନ ସ୍ୱପ୍ନ । ଆରେ ଏ ପକ୍ଷରାଜଟାର ଗତି ଏତେ ମନ୍ଥର? ଶୀଘ୍ର ରାଜକୁମାରୀ ବିଜୟାଙ୍କ ନିକଟକୁ ଫେରି ଆସିବେ ।

ସେହିକ୍ଷଣି ବିଜୟକୁମାରଙ୍କ ମନକଥା ବି ଜାଣିଗଲା ପକ୍ଷୀରାଜ । ପବନର ବେଗ ଠାରୁ ଆହୁରି ଦ୍ରୁତ କରିଦେଲା ନିଜ ଗତିକୁ । ବାସ୍, ଆଖି ପିଛୁଳାକେ ସେ ବିଜୟକୁମାର ଯାଇ ରାଜଧାନୀରେ ପହଁଚିଗଲେ ।

ବିଜୟକୁମାର-ରାଜକୁମାରୀ ! ଏଇ ନିଅନ୍ତୁ ସୁନାରଙ୍ଗିଆ ଶୁଆକୁ । ଏଥର ଖୁସିତ?

ରାଜକୁମାରୀ-ହେଲେ ବିଜୟକୁମାର-

ବିଜୟକୁମାର-ଆଉ କ’ଣ କହିବେ?

ରାଜକୁମାରୀ-ଶୁଆଟା ମୃତ ! ତେବେ ମୋ ସର୍ତ୍ତ ପୂରଣ ହେଲା କିପରି?

ବିଜୟକୁମାର-ମୁଁ ଦୁଃଖିତ ରାଜକୁମାରୀ ।

ବିଜୟକୁମାର ସର୍ତ୍ତ ପୂରଣ କରିବାରେ ଅସଫଳ ହବାରୁ ଅଜୟ କୁମାର ନିଜକୁ ପ୍ରସ୍ତୁତ କରିନେଲେ ।

ଅଜୟ କୁମାର-ଆରେ ଆଶ୍ଚର୍ଯ୍ୟ ! ମହାମୁନୀଙ୍କ ଆଶ୍ରମରେ ବି ଜଣେ ସୁନ୍ଦରୀ ! ଜ୍ୟୋସ୍ନା, ସବୁ ତୁମ ପାଖରେ ବେକାର । ଆରେ ଏ ସୁନ୍ଦରୀ ମତେ କ’ଣ କଣେଇ କଣେଇ ଚାହିଁଲାଣି । ଉଁ ତମକୁ ଆପଣାର ଲୋକ ବୋଲି ଭାବିଲାଣି ।

ସନ୍ନ୍ୟାସୀ-ଅଜୟକୁମାର! ତମ ଦି’ଭାଈ ଦି’ଟା ଶୁଆ ନେଇ ସାରିଲେଣି । ଆଉ ଦୁଇଟି ଅଛି, ତୁମର ଯୋଉଟା ପସନ୍ଦ, ନେଇଯାଇପାର । ହେଲେ ମନେରଖ ତମେ ଶୀଘ୍ର ଫେରି ଆସିବ । ରାଜକୁମାରୀ ରାତ୍ରୀଙ୍କ ସହିତ ତମର ବିବାହ ଶେଷ କରିଦେଲେ ମୁଁ ମୁକ୍ତ ହେବି ।

ଅଜୟ କୁମାର-ଖୁବ୍ ଶୀଘ୍ର ଫେରି ଆସିବି ମହାତ୍ମା ।

ସନ୍ନ୍ୟାସୀ-ତେବେ ରାଜକୁମାରୀ ରାତ୍ରୀଙ୍କ ପକ୍ଷୀରାଜଟା ନେଇଯାଇ ପାର ।

ପକ୍ଷୀରାଜ ଉଡିଚାଲିଲା ଆକାଶର ଛାତିଚିରି, ମେଳା ମେଳା ବଉଦ ଭିତରେ ଡେଣା ହଲାଇ ।

ଅଜୟ କୁମାର-ଦେଖନ୍ତୁ ରାଜକୁମାରୀ? ସୁନାରଙ୍ଗିଆ ଶୁଆ ଆପଣଙ୍କ ସହିତ କଥା ହବାକୁ ପିଞ୍ଜରା ବାହାରକୁ ଥଂଟ ବାହାର କରୁଚି ।

ରାଜକୁମାରୀ-ବହୁତ ଖୁସିହେଲି ଅଜୟକୁମାର-

ଅଜୟ କୁମାର-କ’ଣ ହେଲା?

ରାଜକୁମାରୀ-ଶୁଆଟା ଯେ ମୃତ!

ଅଜୟ କୁମାର-ଦୁର୍ଭାଗ୍ୟ ରାଜକୁମାରୀ । ଏହାକୁ କହନ୍ତି ଦୁର୍ଭାଗ୍ୟ!

ପରିଶେଷରେ ସୁଜୟକୁମାର ପ୍ରସ୍ତୁତ ହେଲେ ସେ ବଜରଙ୍ଗୀ ପର୍ବତକୁ ଯିବାକୁ

ସୁଜୟକୁମାର-ମହାମୁନୀ! ମୁଁ ସୁଜୟକୁମାର, ଚାରିଭାଇଙ୍କ ମଧ୍ୟରେ ସବୁଠୁ ସାନ । ସେମାନେ ଯୋଉଥିପାଇଁ ଆସିଥିଲେ, ମୁଁ ବି ସେଥିପାଇଁ ଆସିଚି । ଦୟାକରି ଆପଣ ମତେ ଟିକେ ସାହାଯ୍ୟ କରନ୍ତୁ ।

ସନ୍ନ୍ୟାସୀ-ବତ୍ସ ! ପଥକ୍ଳାନ୍ତ ପରି ମନେ ହଉଚ । ବିଶ୍ରାମ ନିଅ, ନତୁବା ମୋ ସହିତ ଗପ କର, ବେଶ୍ ଭଲ ଲାଗିବ ।

ସୁଜୟକୁମାର-ଯାହା ଆପଣଙ୍କ ଇଚ୍ଛା ।

ସନ୍ନ୍ୟାସ-ଦେଖ ସୁଜୟ, ତମେ ସୁନାରଙ୍ଗିଆ ଶୁଆ ନବାକୁ ଆସିଚ?

ସୁଜୟକୁମାର-ହଁ ମହାରାଜ!

ସନ୍ନ୍ୟାସୀ-ବନ୍ଦନାଠୁ ସୁନ୍ଦରୀ ରାଜକୁମାରୀଙ୍କ ସହିତ ତମର ବିବାହ ପ୍ରସ୍ତାବ ମୁଁ ଯଦି ଦିଏ? ଯଦି ବିକ୍ରମଗଡଠାରୁ ବି ବିରାଟ ରାଜ୍ୟ ଉପହାର ଦିଏ?

ସୁଜୟକୁମାର-ମହାମୁନୀ…!

ସନ୍ନ୍ୟାସୀ-ସ୍ୱୀକାର କରିବତ?

ସୁଜୟକୁମାର-ନା ମହାମୁନୀ, ରାଜକୁମାରୀ ବନ୍ଦନାଙ୍କୁ ମୁଁ ପ୍ରାଣ ଦେଇ ଭଲପାଏ । ମୋ ଆଖିରେ ରାଜକୁମାରୀ ବନ୍ଦନା ସବୁଠୁ ସୁନ୍ଦରୀ, ମୋ ଜୀବନର ସର୍ବସ୍ୱ । କେମିତି ବା ତାଙ୍କୁ ମୁଁ ମୁରୁଛି ପାରିବି?


ଗପ ସାରଣୀ

ତାଲିକାଭୁକ୍ତ ଗପ