ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସତୀ ସଉତୁଣୀ ମନ୍ଦିର କଥା

 ଚତୁର ବ୍ୟଙ୍ଗକାର ଭାବିଲେ ବୁଦ୍ଧିହୀନ ଜ୍ଞାନହୀନ ବିଶାଳ କୁଳ ସମ୍ଭବ

                                ପଶୁସମ ଏତାଦୃଶ୍ୟ ଜନ୍ମେଶ୍ଚ ଉଚ୍ଚ ମାନବ

ସହଜେତ ସେହି ବୋଲକରାର ବୁଦ୍ଧି ନାହିଁ, ସୁଦୁ ଗଜ ମୂର୍ଖଟାଏ । ମନୁଷ୍ୟର ଉଚ୍ଚ ବୁଦ୍ଧି ନଥାଇ ଉଚ୍ଚ ବଂଶରେ ଜନ୍ମ ହେଲେ ମଧ୍ୟ ତା’ର ବୁଦ୍ଧି ପଶୁସମ ହୋଇ ଥାଏ । ସହଜେତ ଏ ପ୍ରଣବ ଅଶୂଦ୍ଧ । ଏପରି ମୂର୍ଖର ମୁଣ୍ଡରେ ଏପରି ବୁଦ୍ଧି ପଶିଲେ ସେ ନିଶ୍ଚୟ ତା’ର ରାସ୍ତା ଧରିବ । ମଣିଷ ଅଧା ତୀର୍ଥ କରି ଫେରିବ ସିନା ତହୁଁ ସେ ବିରକ୍ତି ଭରା ହସଟିକେ ହସି ଦେଇ କହିଲେ ତୁ ଯିବୁ କାହିଁକି । ପର ବୁଦ୍ଧିରେ ବା ପର କଥାରେ ପ୍ରଳୟ ହେଲେ ସେଥି ଲାଗି ଦାୟୀ କିଏ ରହିବ । ସମାଜରେ ଏପରି ଅନେକ ପ୍ରକାରର ଲୋକ ଅଛନ୍ତି । କାହା ମୁହଁରେ କିପରି କଥା, ସେଥି ଲାଗି ଆମେ ପ୍ରଳୟ କରି ଦେବାନା କ’ଣ । ଶୁଣ ଅବୋଲକରା, ସେହି ସ୍ତ୍ରୀ ଲୋକ ମାନଙ୍କ କଥା ଛାଡ । ସବୁ ଅନିଷ୍ଟର କାରଣ ସଂସାରର ଏହି ସ୍ତ୍ରୀ ଲୋକ ମାନେ । ସେମାନଙ୍କର ଦୋଷାଦୋଷ ନଧରି ଶୁଣ, ତୁ ଯେଉଁ ସତୀ ସଉତୁଣୀ ଠାକୁରାଣୀଙ୍କର କଥା କହୁଥିଲୁ ମୁ ଏବେ ତୋତେ ତାଙ୍କରି କଥା କହୁଛି । ଶାନ୍ତ ହୋଇଯାଇ ଆଗ ମୋ ପାଇଁ ଦି’ଟା ପାନ ଭାଙ୍ଗେ ।

ଅବୋଲକରାର ମନ ଟିକିଏ ଶାନ୍ତ ହେବାରୁ ସେ ପାନ ଭାଙ୍ଗିବା ଆରମ୍ଭ କରନ୍ତେ  ଚତୁର ବ୍ୟଙ୍ଗକାର କହିଲେ – ପ୍ରାଚୀନ କାଳର କଥା । ସିଂହଭୂମି ନାମରେ ଗୋଟିଏ ରାଜ୍ୟ ଥିଲା । ସେ ରାଜ୍ୟରେ ପ୍ରତାପ ସିଂହ ନାମରେ ଜଣେ ରାଜା ଥିଲେ । ସେ ରାଜା ବହୁ ବିବାହ କରି ଥିବାରୁ ରାଣୀ ଉଆସରେ ସେ ସଦାସର୍ବଦା ଗୋଳଚୋଳ ମଧ୍ୟରେ ରହୁ ଥିଲେ । କେହି କେହି ରାଣୀ ଅନ୍ୟ ନିରୀହା ନାରୀ ମାନଙ୍କ ଉପରେ ଉପଦ୍ରବ ଆରମ୍ଭ କରି ଦେଲେ । ରାଜାତ ଉପଭୋଗ କରିବାରେ ବେଶୀ ରସିକ । ଗୋଟିଏ ରାଣୀଙ୍କୁ ଥରେ ଭୋଗ କଲା ପରେ ସେ ପୁଣି ନୂଆ ରାଣୀଟିଏ ଆଣନ୍ତି । ଏହିପରି ଗୋଟିକ ପରେ ଗୋଟିଏ ଗୋଟିଏ ରାଣୀ ଆଣି ସେ ତାଙ୍କୁ ଉପଭୋଗ କରନ୍ତି । ନୂଆ ରାଣୀଟିଏ ଆସିବା ମାତ୍ରେ ପୁରୁଣା ରାଣୀ ମାନେ ଏକା ଏକା ହୋଇ ଅସୁଖରେ ଛଟପଟ ହୁଅନ୍ତି । ପୁଣି ରାଜାଙ୍କ ଠାରୁ ସଂଭୋଗ ସୁଖ ନ ପାଇଲେ ଶେଷରେ ସେହି ରାଜ୍ୟର ବଛା ବଛା ପୁରୁଷ ମାନଙ୍କୁ ଡକାଇ ତାଙ୍କ ସହିତ ସଂଭୋଗ ସୁଖରେ ମାତନ୍ତି ।

ରାଜାଙ୍କର ଅନେକ ଗୁଡିଏ ରାଣୀଙ୍କ ମଧ୍ୟରୁ ସାନ ରାଣୀ କୌଣସି ରାଜା ମହାରାଜାଙ୍କର କନ୍ୟା ନୁହଁନ୍ତି, ସେ ଜଣେ ଋଷିଙ୍କ ଦ୍ୱାରା ପ୍ରତିପାଳିତା । ଶ୍ରଦ୍ଧାରେ ଋଷି ତା’ର ନାମକରଣ କରିଥିଲେ ଶୁଭ ଲକ୍ଷ୍ମୀ । କଥାରେ ଅଛି ଚାଟ ଘର ପୁଅ ଚାଟ, ଭାଟ ଘର ପୁଅ ଭାଟ ।

ଶୁଭ ଲକ୍ଷ୍ମୀ ଯେତେବେଳେ ସେହି ଋଷି ଆଶ୍ରମରୁ ବଢି କୁଢି ଯାଇ ଥିଲେ ତାଙ୍କର ନାମଟି ଯେପରି ସୁନ୍ଦର ଗୁଣ ମଧ୍ୟ ସେହିପରି ସୁନ୍ଦର । କଥା କହୁଥିଲେ ଏପରିଯେ ସତେକି ତାଙ୍କ କଥାରୁ ମଲ୍ଲି ଫୁଲ ଝଡି ପଡୁଛି । କଥାରେ କଥାରେ ଶୁଦ୍ଧ ମଧୁର ବାସ୍ନା । ତାଙ୍କର ନିରାଡମ୍ବର ବେଶଭୂଷା ସତ୍ୟ, ଶାନ୍ତି, ଦୟା କ୍ଷମାର ଦେବୀ ଅବତାର । ଆଶ୍ରମରେ ବଢି ଥିବାରୁ ତାଙ୍କ ମନରେ ଥାଏ ସଦା ସର୍ବଦା ସେବାଭାବ । ବହୁ ଅଲୌକିକ ବିଦ୍ୟାରେ ସେ ଥିଲେ ପରିପୂର୍ଣ୍ଣ ।

ଏତେ ଗୁଡାଏ ରାଣୀଙ୍କ ମଧ୍ୟରୁ ଅନେକଙ୍କର ପିଲା ହେଲେ । ସେମାନେ ସମସ୍ତେ ବହୁ ଦୁଷ୍ଟ ଖଂଟ ହୋଇ ସେହି ରାଜ୍ୟରେ ବହୁ ଉପଦ୍ରବ ଆରମ୍ଭ କରି ଦେଲେ । କିନ୍ତୁ ଏତେ ଜଣ ରାଣୀଙ୍କର ପଛରେ ଯେଉଁ ରାଣୀ ଶୁଭ ଲକ୍ଷ୍ମୀ ରାଜାଙ୍କର ସାନ ରାଣୀ ହେଲେ ତାଙ୍କର ମାତ୍ର ଗୋଟିଏ ପୁଅ ହେଲା । ସେ ପୁଅ ଖୁବ୍ ଗୁଣବାନ ହେଲା । ସମସ୍ତ କଳାରେ ସେ ନିପୁଣ ହେଲା । ଏସବୁ କାରଣରୁ ଅନ୍ୟ ରାଣୀ ମାନେ ସଦା ସର୍ବଦା ସେହି ସାନ ରାଣୀ ଉପରେ ଈର୍ଷାପରାୟଣ ଭାବ ସୃଷ୍ଟି କଲେ । ଦିନକର କଥା ଅନ୍ୟ ରାଣୀ ମାନେ ଈର୍ଷାର ବଶବର୍ତୀ ହୋଇ ତାଙ୍କ ରାଜାଙ୍କୁ ଯାଇ କହିଲେ ଯେ ଆମ ରାଜ୍ୟର ସାନ ରାଣୀ, ସେହି ସାନ ରାଣୀ ନିଜର କାମ ବାସନାକୁ ଚରିତାର୍ଥ କରିବା ଲାଗି ଆମ ରାଜ୍ୟର ସେନାପତିଙ୍କ ସହିତ ପାପ ପ୍ରଣୟରେ ଲିପ୍ତ । ଏହି କଥାକୁ ନେଇ ସେମାନେ ରାଜାଙ୍କ ବିଶ୍ୱାସ ମଧ୍ୟ କରାଇଲେ । ସେନାପତିଙ୍କ କଥାରେ ରାଜା ବିଶ୍ୱାସ କରି ସାନ ରାଣୀକୁ ତୁରନ୍ତ ସେହି ରାଜ୍ୟରୁ ନିର୍ବାସନ କରିବାକୁ ଆଦେଶ ଦେଇ ଦେଲେ ।

ସତୀ ସାନ ରାଣୀ ତ ତା ପିଲା ଦିନୁ ଜଣେ ଋଷିଙ୍କ ଆଶ୍ରମରେ ବଢୁ ଥିଲେ । ସେଥି ଲାଗି ସେହି ସାନ ରାଣୀଙ୍କର ଆଚାର ଆଚରଣ ଖୁବ୍ ଶୁଦ୍ଧ ଥିଲା । ରାଜା ଯେତେବେଳେ ଏହି ସାନ ରାଣୀଙ୍କ ଲାଗି ନିର୍ବାସନ ଦଣ୍ଡ ଭିଆଇଲେ ସେତେବେଳେ ସାନ ରାଣୀ ଶୁଭ ଲକ୍ଷ୍ମୀ ବିଧାତାଙ୍କର ଏହା ଇଚ୍ଛା ହୋଇ ଥିବାରୁ ବିଧିର ବିଧାନକୁ ଗ୍ରହଣ କରି ନେଇ ଆଉ ସେ ରାଜ୍ୟ ଛାଡି ସବୁ ଦିନ ଲାଗି ଚାଲି ଗଲେ ଓ ସେହି ରାଜ ଉଆସର ଅନେକ ଦୂରକୁ ଆସି ପତ୍ର କୁଟା କାଠ ବାଉଁଶରେ ଏକ କୁଟୀର ନିର୍ମାଣ କରି ସେହି କୁଡିଆରେ ଖୁବ୍ ଆନନ୍ଦରେ ବାସ କଲେ । ଆଉ ପାଖରେ ଥିବା ବନରୁ ମିଠା ମିଠା ଫଳ ମୂଳ ସଂଗ୍ରହ କରି ଭୋଜନ କରି ନିଜ ଜୀବନକୁ ରକ୍ଷା କଲେ ।

ଶୁଭ ଲକ୍ଷ୍ମୀ ଥିଲେ ଜଣେ ପବିତ୍ର କନ୍ୟା, ତାଙ୍କରି ଦୟାରୁ ଅଳ୍ପ ଦିନ ମଧ୍ୟରେ ନିଜର କୁଡିଆ ଘର ପାଖରେ ଆଉ ସେ ଏକ ରାଜ ଉଆସ ନିର୍ମାଣ କଲେ । ସେଠାରେ ବହୁତ ଲୋକଙ୍କୁ ଆଣି ସେମାନଙ୍କ ଲାଗି ଘର ଦ୍ୱାର କରି ସେମାନଙ୍କୁ ରଖାଇଲେ । ଏହିପରି ସେ ସ୍ଥାନରେ ସାନ ରାଣୀଙ୍କର ଦୟା ଓ କରୁଣାରୁ ସେଠାରେ ଆଉ ଗୋଟିଏ ଖୁବ୍ ସୁନ୍ଦର ଜନବସତି ଗଢି ଉଠିଲା । ସାନ ରାଣୀଙ୍କର ବାସ ସ୍ଥାନ ନିକଟରେ ଗୋଟିଏ ସୁବର୍ଣ୍ଣର ଖଣି ଦେଖା ଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ