ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସତ୍କର୍ମର ପୁଣ୍ୟଫଳ

       ଏହା ଶୁଣି ଚୋରଟି ଭାବିଲା, ଯଦି ଅଳ୍ପ ସମୟ ସୁକର୍ମ ପାଇଁ ଏତେବଡ ସୁଯୋଗ ମିଳୁଛି ତେବେ ଗୋଟିଏ ବଡ ସତ୍କର୍ମ ଏହି ସ୍ୱଳ୍ପ ସମୟ ମଧ୍ୟରେ କାହିଁ ନ କରିବି? ଏହା ଭାବି ସେ କହିଲା, “ମୋତେ ସେହି ତିନିଘଡି ସମୟ ପାଇଁ ଇନ୍ଦ୍ରଙ୍କ ସିଂହାସନରେ ଅଧିଷ୍ଠିତ କରାଯାଉ ।”

       ଚୋରର ଏଭଳି ଅନୁରୋଧକୁ ଯମରାଜ ବାଧ୍ୟହୋଇ ରକ୍ଷା କରିବା ପାଇଁ ରାଜି ହୋଇଗଲେ । ସୁତରାଂ ଚୋର ଯାଇ ତିନି ଘଡି ପାଇଁ ଇନ୍ଦ୍ରଙ୍କ ସିଂହାସନ ଅଧିକାର କରିନେଲା । ସେ ତକ୍ଷଣାତ୍ ସ୍ୱର୍ଗର ବିଭିନ୍ନ ଦୁଷ୍ପ୍ରାପ୍ୟ ଦ୍ରବ୍ୟ ଦାନ କରିବାକୁ ଲାଗିଲା । ଅଗସ୍ତ୍ୟ ଋଷିଙ୍କୁ ଐରାବତ ହସ୍ତୀ, ବିଶ୍ୱାମିତ୍ରଙ୍କୁ ଉଚ୍ଚୈଶ୍ରବା ଅଶ୍ୱ, ମହର୍ଷି ବଶିଷ୍ଠଙ୍କୁ କାମଧେନୁ ଗାଈ ଏବଂ ଗାଲବ ମୁନିକୁ ଚିନ୍ତାମଣି ରତ୍ନ ଦାନ କରିଦେଲା । ସେ ଏହିଭଳି ଅନେକ ପଦାର୍ଥ ଦାନ କରିସାରିଥାଏ ।

       ତାହା ମଧ୍ୟରେ ତିନି ଘଡି ସମୟ ବିତିଗଲା ପରେ ଇନ୍ଦ୍ର ଆସି ସେଠାରେ ପହଂଚିଗଲେ । ସବୁପଦାର୍ଥ ଦାନ କରାଯାଇ ସାରିଥିବା ଜାଣି ଖୁବ୍ କ୍ରୋଧିତ ହେଲେ । ସେ ଦେବଗୁରୁ ବୃହସ୍ପତିଙ୍କୁ ସାଥୀରେ ନେଇ ଯମରାଜଙ୍କ ପାଖରେ ପହଂଚିଗଲେ । ସେଠାରେ ଯମରାଜଙ୍କୁ କହିଲେ, “ଆପଣ ଏଭଳି ଜଣେ ମୂର୍ଖ ଲୋକକୁ ମୋର ସିଂହାସନରେ ବସାଇଲେ କାହିଁକି? ସେ ସବୁକିଛି ଦାନ କରିଦେଇ ସ୍ୱର୍ଗପୁରକୁ ଶ୍ରୀହୀନ କରିଦେଇଛି ।”

       ଏହା ଶୁଣି ଯମରାଜ କହିଲେ, “ଦେବରାଜ! ଆପଣ ନିଜେ ସୂକ୍ଷ୍ମ ଚିନ୍ତାଧାରାରେ ବିଚାର କରନ୍ତୁ ତ? ଆପଣ ଏସବୁ ଦ୍ରବ୍ୟ କେଉଁକାଳରୁ ଆପଣଙ୍କ ପାଖରେ ସାଇତି ରଖିଥିଲେ ମଧ୍ୟ ଲୋଭ ସମ୍ବରଣ କରି ନ ପାରି ତା’ର ଉପଯୋଗ କରୁନଥିଲେ । ମାତ୍ର ଚୋରଟି ତାହା ନିର୍ଲୋଭ ଭାବରେ ବାଂଟି ପାରିଲା । ଚୋରର ଏହି ତିନିଘଡିର ପୁଣ୍ୟ ତ ମହାଯଜ୍ଞର ପୁଣ୍ୟଠାରୁ ବେଶ୍ ଅଧିକ । ସୁତରାଂ ସେ ଯାହା କରିଛି ଠିକ୍ କରିଛି । ଏହି ପୁଣ୍ୟ ବଳରେ ସେ ସ୍ୱର୍ଗରୁ ନର୍କକୁ ଯିବା ପରିବର୍ତେ ମର୍ତ୍ୟକୁ ହିଁ ଯିବ । ସେଠାରେ ରାଜା ବଳୀ ଭାବରେ ରାଜ୍ୟଶାସନ କରିବ ।

       ଶେଷରେ ତାହାହିଁ ହେଲା । ଚୋରଟି ରାଜା ବଳୀ ଭାବରେ ରାଜ୍ୟଶାସନ କରିଥିଲା ଓ ଦାନାଦେବା ଅବସରରେ ଭଗବାନଙ୍କ ପାଦରେ ଚାପିହୋଇ ପାତାଳକୁ ଚାଲି ଯାଇଥିଲା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ