ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସତ୍ସଙ୍ଗର ଫଳ

ଦେବୀଭକ୍ତ ଚୋର ଆପଣା ଇଷ୍ଟଦେବୀଙ୍କୁ ସମ୍ମୁଖରେ ଦେଖି ଆତ୍ମହରା ହୋଇ ପାଦତଳେ ପଡିଗଲା । ମନେମନେ ଭାବିଲା – ମା’ଙ୍କୁ ମୁଁ ସବୁ ସତକଥା କହିଦେବି । ଏହି ସମୟରେ ହଠାତ୍ ତା’ର ମନକୁ ଆସିଲା ସତସଙ୍ଗରେ ଅନିଚ୍ଛାବଶତଃ ଶୁଣିଥିବା ବାଣୀ – ଦେବଦେବୀଙ୍କର ଛାଇ ଭୂମିରେ ପଡେ ନାହିଁ । କୌଣସି ଛାଇ ପଡିନଥିବା ଦେଖି ସେ ଜାଣିଗଲାଯେ ଏହା ଏକ କୌଶଳ । ସତ କହୁକହୁ ଚୋର ନିଜକୁ ଆୟତ କରିନେଇ କହିଲା – ମା’ ! ମୁଁ ଚୋରି କରିନାହିଁ । ଯଦି ଚୋରି କରିଥାନ୍ତି ଆପଣଙ୍କ ନିକଟରେ ନିଶ୍ଚୟ ସ୍ୱୀକାର କରିଥାନ୍ତି । ବାହାରେ ଥିବା କଟୁଆଳ ଏହା ଶୁଣିପାରି ରାଜାଙ୍କୁ ସବୁକଥା କହିଲା । ରାଜା ଅନୁମାନ କରିନେଲେ – ପ୍ରକୃତରେ ଏ ଚୋର ନୁହେଁ । ଚୋର ଜେଲ୍ରୁ ମୁକୁଳିବାସହ ଫାଶୀଦଣ୍ଡରୁ ମୁକ୍ତି ପାଇଲା । ମନେମନେ ଭାବିଲା ସତସଙ୍ଗର ଗୋଟିଏ ମାତ୍ର ବାକ୍ୟ ଶୁଣି ମୁଁ ଫାଶୀରୁ ବଂଚିଗଲି । ସେହି ମାର୍ଗକୁ ଆପଣେଇନେଲେ (ସତସଙ୍ଗ) ଜୀବନରେ କି ପ୍ରକାର ଉନ୍ନତି ନହେବ? ସେହି ଦିନଠାରୁ ଚୋରୀ ପେସାଛାଡି ଚୋରଟି ପ୍ରଭୁଙ୍କ ଭଜନକୀର୍ତ୍ତନ ସତସଙ୍ଗରେ ମନୋନିବେଶ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ