ଥରେ ପ୍ରହରୀମାନେ ଜଣେ ବିଦେଶୀକୁ ଆଣି ତାକୁ ରାଜାଙ୍କ ଆଗରେ ହାଜର୍ କଲେ । ସେ ଚୋରି କରିଥିଲା ।
ସେ ଯୁଗର ନିୟମ ଅନୁସାରେ ରାଜା କହିଲେ, “ତାକୁ ପ୍ରାଣଦଣ୍ଡ ଦିଆଗଲା ।”
ଲୋକଟି କିଛି କହିବାର ଶୁଣାଗଲା । କିନ୍ତୁ ତା’ ଭାଷା ରାଜା ତ ଆଉ ଜାଣି ନଥିଲେ । ଏଣୁ ସେ ତାଙ୍କ ମନ୍ତ୍ରୀଙ୍କୁ ପଚାରିଲେ, “ସେ କ’ଣ କହୁଛି ଜାଣ?”
ତହୁଁ ମନ୍ତ୍ରୀ କହିଲେ, “ହଁ ମହାରାଜ । ସେ କହୁଛି ଯେ, ମୁଁ ଜଣେ ବିଦେଶୀ । ଏ ରାଜ୍ୟର ନୀତି ନିୟମ ମୁଁ କିଛିବି ଜାଣେ ନା । ଧର୍ମପ୍ରାଣ ରାଜା ମୋତେ ଲଘୁଦଣ୍ଡ ଦେଇ ଛାଡିଦେବେ ।”
ରାଜା କହିଲେ “ତା’ହେଲେ ବେଶ୍, ଲୋକଟିକୁ ସତର୍କବାଣୀ ଶୁଣାଇ ଛାଡିଦିଅ ।”
ହଠାତ୍ ଜଣେ ଅମାତ୍ୟ କହିଲେ, “ମହାରାଜ! ମୁଁ ସେ ଭାଷାରେ ପଣ୍ଡିତ । ଲୋକଟି ସେଇଆ କହୁନାହିଁ । ପ୍ରକୃତରେ ସେ ଆପଣଙ୍କୁ ଗାଳି ଦେଉଛି ।”
ସେକଥା ଶୁଣି ରାଜା ହସିଲେ ଓ କହିଲେ, “ବାବୁ, ମୁଁ ତ ପ୍ରଥମରୁହିଁ ଜାଣିଥିଲି ଯେ ମନ୍ତ୍ରୀ ମିଛ କହୁଛନ୍ତି । କିନ୍ତୁ ଜଣଙ୍କର ପ୍ରାଣ ବଞ୍ଚାଇବା ହେଉଛି ତାଙ୍କ ମିଛ କହିବାର ଉଦ୍ଧେଶ୍ୟ । ତମେ ସତ କହୁଛ । ହେଲେ ତମ ସତର ଉଦ୍ଧେଶ୍ୟ ଜଣକୁ ମୃତ୍ୟୁଦଣ୍ଡ ଦେବା । ଅତଏବ ମୁଁ ଏଠାରେ କେବଳ ମନ୍ତ୍ରୀଙ୍କ ବ୍ୟାଖ୍ୟାକୁହିଁ ଗ୍ରହଣ କଲି ।”