ଗୋଟିଏ ଗଧ ଜଙ୍ଗଲ ଭିତରେ ଏପଟ ସେପଟ ହୋଇ ବୁଲୁ ଥିଲା । ରାସ୍ତାରେ ସେ ଗୋଟିଏ ବାଘର ଛାଲ ପଡିଥିବା ଦେଖିଲା । ସେ ବାଘ ଛାଲ ଦେଖି ବହୁତ ଖୁସି ହୋଇ କହିଲା ଏହି ଛାଲ ନେଇ ମୁଁ କ’ଣ କରିବି?
ଏହି ଭଳି ଭାବୁ ଭାବୁ ଗଧ ମୁଣ୍ଡରେ ଗୋଟିଏ ବୁଦ୍ଧି ଜୁଟିଲା । ସେ ବାଘ ଛାଲ ପରିଧାନ କରି ନେଲା । ଆଉ ନିଜକୁ ନିଜେ ବାଘ ହୋଇଗଲା ବୋଲି ଭାବିଲା । ଏଥର ମୁଁ ଜଙ୍ଗଲର ରାଜା ହୋଇ ଗଲି । ଆଉ ଅନ୍ୟ ପଶୁ ମାନେ ମୋତେ ଦେଖି ଡରି ଡରି ପଳାଇବେ । ଯଦି ମୁଁ ଜଙ୍ଗଲରେ ହଲ୍ଲା କରି ଦେବି ତେବେ ସବୁ ପଶୁ ମାନେ ତ ମୋତେ ଡରିକି ରହିବେ । ଏଥିରେ ମୁଁ ଭାରି ମଜା ପାଇବି ।
ଏହି ଭାବନା ମନକୁ ଆସିବା ମାତ୍ରେ ଗଧ ଏଠାରେ ସେଠାରେ ଡେଇଁବାକୁ ଲାଗିଲା ଆଉ ସୁଖିଲାରେ ଦୌଡିବାକୁ ଲାଗିଲା । ଏବେ ତାକୁ ଯେଉଁ ପଶୁ ଦେଖୁ ଥିଲେ ପ୍ରାଣ ଭୟରେ ସେଠାରୁ ପଳାୟନ କରୁ ଥିଲେ । ଏଥିରେ ଜଙ୍ଗଲ ମଧ୍ୟରେ ହାହାକାର ପଡି ଗଲା । ପଶୁ ମାନେ ନିଜ ନିଜ ଭିତରେ ଆଲୋଚନା କଲେ କି ମହାରାଜ ବୋଧେ ପାଗଳ ହୋଇ ଯାଇଛନ୍ତି । ସାରା ଜଙ୍ଗଲ ଦୌଡା ଦୌଡି କରି ହଲ୍ଲା ସୃଷ୍ଟି କରୁଛନ୍ତି । ଭଗବାନ ଜାଣନ୍ତି ଜଙ୍ଗଲରେ ପୁଣି କିଭଳି ବିପଦ ମାଡି ଆସିବ ବୋଲି?