ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସତ କେବେ ଲୁଚି ରହେନା

       ସତକୁ ସତ ନାକକଟା ଲୋକମାନେ ଚୋର କଥାରେ ନାଚିବାକୁ ଲାଗିଲେ । ସୁତରାଂ ବେଳକୁ ବେଳ ରାଜ୍ୟରେ ନାକକଟା ଲୋକଙ୍କ ସଂଖ୍ୟା ବଢିବାକୁ ଲାଗିଲା । ଶେଷରେ ରାଜା ବି ତାଙ୍କ ନିଜ ନାକ କାଟିବାକୁ ନିଷ୍ପତି ନେଇଗଲେ ।

       ସେହି ରାଜ୍ୟର ଚତୁର ମନ୍ତ୍ରୀ ପାଖରେ ନଥିଲେ । କିଛି ସମୟ ପରେ ପହଂଚି ଏସବୁ ଘଟଣା ଦେଖି ରାଜାଙ୍କୁ କହିଲେ, “ମହାରାଜ ! ଏହା ସତ୍ୟ ନୁହେଁ ଏହା ଗୁଜବ ମାତ୍ର । ସୁତରାଂ ଆପଣ ଏଭଳି ନିଷ୍ପତିରୁ ନିବୃତ ରହନ୍ତୁ ।”

       ହେଲେ ରାଜା ମନ୍ତ୍ରୀଙ୍କ କଥା ନ ଶୁଣିବାରୁ ମନ୍ତ୍ରୀ ପୁନଶ୍ଚ କହିଲେ, “ମଣିମା! ଆପଣ ପ୍ରଥମେ ମୋ ନାକ କାଟିବାର ବ୍ୟବସ୍ଥା କରନ୍ତୁ । ମୁଁ ଯଦି ଭଗବାନ ଦର୍ଶନ କରି ପାରିଲି, ତେବେ ଆପଣଙ୍କର ନାକ କଟାଯିବ ।”

       କଥାଟା ରାଜାଙ୍କ ମନକୁ ପାଇଲା । ଏଥର ମନ୍ତ୍ରୀଙ୍କ କଥାରେ ରାଜା ରାଜି ହୋଇଗଲେ ।ହେଲେ ମନ୍ତ୍ରୀଙ୍କର ନାକକଟା କାମ ଅନ୍ୟ ଦିନକୁ ରହିଲା । ଯେଉଁ ଦିନ ମନ୍ତ୍ରୀଙ୍କର ନାକ କଟାଯିବ ସେଦିନ ଚୋର ବି ଘଟଣାସ୍ଥଳରେ ଉପସ୍ଥିତ ଥାଏ । ହଜାର ହଜାର ପ୍ରଜାଙ୍କ ସହିତ ଚାରିପଟେ ସୈନ୍ୟସାମନ୍ତ ବି ଜଗିରହିଥାନ୍ତି । ମନ୍ତ୍ରୀ କେବଳ ଚୋରର ଠକାମୀ ପଦାରେ ପକାଇଦେବାପାଇଁ ଏଭଳି କରିଥିଲେ । ସେଦିନ ମନ୍ତ୍ରୀଙ୍କ ନାକ ଜଣେ ସିପାହୀ ହାତରେ କଟାଯିବା ବ୍ୟବସ୍ଥା କରାଯାଇଥାଏ ।

       ଏବେ ସିପାହୀ ଜଣକ ମନ୍ତ୍ରୀଙ୍କର ନାକ କାଟିବା ବାହାନାରେ କିଛି ଲାଲ ରଙ୍ଗର ତରଳ ପଦାର୍ଥ ତଳେ ଢାଳି ଦେଲେ । ମନ୍ତ୍ରୀ ଏବେ ତାଙ୍କର ଭଲ ନାକକୁ ହାତରେ ଧରି ନାକକଟା ଅଭିନୟ କରି ଚିତ୍କାର କଲେ । ସେ ଖୁବ୍ ଜୋରରେ ବିଳାପ କରି କହୁଥାନ୍ତି “ମୁଁ ବହୁତ କଷ୍ଟ ଅନୁଭବ କରୁଛି, ହେଲେ ଭଗବାନଙ୍କୁ ଆଦୌ ଦେଖିପାରୁ ନାହିଁ । ଏପର୍ଯ୍ୟନ୍ତ ଏଇ ଚୋର ଓ ଲୋକମାନେ ଯାହା କହୁଥିଲେ ସବୁମିଛ । ସୁତରାଂ ଚୋରକୁ ଉପଯୁକ୍ତ ଦଣ୍ଡ ଦିଆଯାଉ ।”

       ମନ୍ତ୍ରୀଙ୍କ ଠାରୁ ଏହା ଶୁଣିଲା ପରେ ଅସଲ କଥାଟି ଚୋରଠାରୁ ଆଦାୟ କରାଗଲା ଓ ତାକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ