ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସଦ୍ବୁଦ୍ଧିର ଔଷଧ

କିନ୍ତୁ ପାଖଘରର ଭଦ୍ରଲୋକଙ୍କର ସମସ୍ୟା କହିଲେ ନସରେ । ଚାରିଦିନ ହେଲା, ଚାରିଜଣ ଶ୍ରମିକ କୂଅ ଖୋଳିବା କାମରେ ଲାଗିଛନ୍ତି । ଆଜି ଶେଷଦିନ । ଖୋଳିବା ବନ୍ଦ କରିଦେଲେ, କୂଅଟି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯିବ । ଘରମାଲିକଙ୍କ ମୁଣ୍ଡକୁ କିଛି ପଶୁ ନ ଥାଏ ।

ବିଦୁର ତାଙ୍କ ନିକଟକୁ ଗଲେ । ତାଙ୍କଠାରୁ ହାତୁଡି ମାଗି କୂଅ ମଧ୍ୟରେ ପ୍ରବେଶ କରି ଚାରି ପାଂଚ ପାହାର ପିଟିଛନ୍ତି ତ, ପଥର ଖଣ୍ଡ ଖଣ୍ଡ ହୋଇଗଲା ଓ ସେ କୂଅରେ ତତକ୍ଷଣାତ୍ ପାଣି ଝରିବାକୁ ଆରମ୍ଭ କଲା । ଏହି କାମ ସାରିବା ପରେ ସେ ନଡିଆ ବ୍ୟବସାୟ ଉଦ୍ଧେଶ୍ୟରେ ବାହାରିଲେ ।

ଏହିପରି ଏକ ସୁଯୋଗ ପ୍ରବରଙ୍କ ପାଖକୁ ମଧ୍ୟ ଆସିଲା । ବରୁଣ ନାମକ ଜଣେ ଲୋକଙ୍କୁ ସର୍ପ ଦଂଶନ କଲା । ଗ୍ରାମ ବୈଦ୍ୟ ଔଷଧ ଦେଲେ କିନ୍ତୁ କହିଲେ, “ଏହି ଔଷଧ ତୁମକୁ ମରଣମୁହଁରୁ ରକ୍ଷା କରିଛି । ମାତ୍ର ଗୋଟିଏ ଦିନ ମଧ୍ୟରେ ଗନ୍ଧଲେହୁ ସେବନ ନ କଲେ, ତୁମ ପାଦର ଶକ୍ତି ନଷ୍ଟ ହୋଇଯିବ । ଆଉ ଥରେ ପାଦ ଶକ୍ତିହୀନ ହୋଇଗଲେ ତାହାର ଚିକିତ୍ସା ଅତ୍ୟନ୍ତ ଦୁରୁହ ଅଟେ ।”

ବୈଦ୍ୟଙ୍କ ପରାମର୍ଶର ଔଷଧ ସହରରେ ଏକ ନିର୍ଦ୍ଦିଷ୍ଟ ଦୋକାନରେ ମିଳେ । ସହର ଯିବା-ଆସିବା ପାଇଁ ଅତିକମ୍ରେ ଦିନଟିଏ ଲାଗିବ । ଏହା ଭିତରେ କଣ ଅଘଟଣ ମଧ୍ୟ ଘଟିପାରେ ।

ସେହି ଗ୍ରାମର ଜମିଦାରଙ୍କ ପାଖରେ ଏକ ଉତ୍ତମ ଜାତିର ଘୋଡା ଥିଲା । କିନ୍ତୁ ଘୋଡାସବାର ଅନୁପସ୍ଥିତ ଥିଲା । କୌଣସି କାରଣରୁ ସେ ଗ୍ରାମ ବାହାରକୁ ଯାଇଥାଏ । ତାଙ୍କ ଛଡା ପ୍ରବର ଗ୍ରାମର ଏକମାତ୍ର ବ୍ୟକ୍ତି, ଯିଏ କି ଖୁବ୍ ଜୋର୍ରେ ଘୋଡା ଛୁଟାଇ ପାରେ । ମାତ୍ର ଏକମାସ ତଳେ ପେଟବ୍ୟଥାର ଶୀକାର ହେବାରୁ, ବୈଦ୍ୟ ତାଙ୍କୁ ଘୋଡା ଚଢିବା ପାଇଁ ବାରଣ କରି ଦେଇଥାନ୍ତି ।

କିନ୍ତୁ ବରୁଣର ପ୍ରାଣରକ୍ଷା ପାଇଁ ନିଜ ଜୀବନକୁ ବିପଦାପନ୍ନ କରାଇ ପ୍ରବର ଘୋଡା ନେଇ ସହର ଯିବା ପାଇଁ ବାହାରି ପଡିଲେ । ସାଥିରେ ବରୁଣକୁ ନେଇଯାଇ ସେଠାରେ ଉପଯୁକ୍ତ ଔଷଧଟି ସେବନ କରିବା ପାଇଁ ଦେଲେ । ପ୍ରବରର ପରୋପକାରୀତା ପାଇଁ ସହରର ଔଷଧ ଦୋକାନୀ ତାକୁ ଅଜସ୍ର ପ୍ରଶଂସା କଲେ ଓ ପ୍ରବର ପେଟବ୍ୟଥାର ଉପଶମ ପାଇଁ ଏକ ଆଶୁ ଫଳପ୍ରଦ ଔଷଧ ମଧ୍ୟ ଦେଲେ । ଗ୍ରାମବାସୀମାନେ ପ୍ରବରକୁ ଯଥେଷ୍ଟ ସମ୍ମାନିତ କଲେ ।

ନିଜ ନିଜର ପତିମାନଙ୍କର ଏପରି ପରୋପକାର ଦେଖି ତିନି ଯାଆଙ୍କର ଖୁସି କହିଲେ ନ ସରେ । ସନ୍ନ୍ୟାସୀଙ୍କ ବଚନ ଅନୁଯାୟୀ ସେମାନେ ଘରର ବାରି ଖୋଳିବା ପାଇଁ ବାହାରି ପଡିଲେ । ପ୍ରବରଙ୍କୁ ଏକ ତମ୍ବାମୁଦ୍ରା ପୂର୍ଣ୍ଣ ପାତ୍ର, ବିଦୁରଙ୍କୁ ରୌପ୍ୟ ଓ ଚତୁରଙ୍କୁ ଏକ ସ୍ୱର୍ଣ୍ଣମୁଦ୍ରା ପାତ୍ର ମିଳିଲା ।

ଚତୁରଙ୍କ ପତ୍ନୀ ସୁନା ମୋହର ଦେଖି ଖୁସୀରେ ପାଗଳ ହୋଇଗଲେ । କିନ୍ତୁ ବିଦୁର ଓ ପ୍ରବରଙ୍କ ପତ୍ନୀଙ୍କର ମୁହଁ ଶୁଖିଗଲା । ସେମାନେ ସନ୍ନ୍ୟାସୀଙ୍କ ସନ୍ଧାନରେ ବାହାରି ପଡିଲେ । ଶେଷରେ ଗ୍ରାମର ଶେଷ ପ୍ରାନ୍ତରେ ଏକ ବୃକ୍ଷମୂଳରେ ତାଙ୍କୁ ସେମାନେ ଭେଟିଲେ ।

ପ୍ରବରଙ୍କ ପତ୍ନୀ ସବୁ ଘଟଣା ବର୍ଣ୍ଣନା କରି କାନ୍ଦି କାନ୍ଦି କହିଲେ, “ତିନିଜଣ ସତ୍କାର୍ଯ୍ୟ କଲେ । କିନ୍ତୁ ଭିନ୍ନ ଭିନ୍ନ ଫଳ କାହିଁକି ମିଳିଲା?”

ସନ୍ନ୍ୟାସୀ କହିଲେ “ମୋର ଔଷଧ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ସଦ୍ବୁଦ୍ଧି ପ୍ରଦାନ କରେ । କିନ୍ତୁ ଫଳ ନିଜ ନିଜର ବୁଦ୍ଧି ଉପରେ ଆଧାରିତ ହୋଇ ମିଳିଥାଏ ।” ବିଦୁରଙ୍କ ପତ୍ନୀ କହି ଉଠିଲେ, “ତିନିଭାଇଙ୍କର ବୁଦ୍ଧି ଏକାପରି ତ ଅଟେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ