ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସନ୍ତୋଷଲାଭର ରହସ୍ୟ

       ଏବେ ବ୍ୟବସାୟୀଙ୍କ ପୁଅ ଚାମଚରେ ତେଲ ଧରି ବୁଲିବାହାରିଲେ । ସେ ମହଲ ଭିତର ଦୃଶ୍ୟ ଦେଖିବେ କ’ଣ କେବଳ ଚାମଚରେ ହିଁ ତାଙ୍କର ଲକ୍ଷ୍ୟ ରହିଲା ।”

       ଦୁଇଘଂଟା ପରେ ଫେରି ଆସିବାରୁ ବୁଦ୍ଧିମାନ ଲୋକ ଜଣକ ପଚାରିଲେ, “ମହଲର କାନ୍ଥରେ ଅଙ୍କନ ହୋଇଥିବା ଚିତ୍ର ଓ ବଗିଚାର ଫୁଲଗୁଡିକ ତୁମେ ଦେଖିଥିବ । ଏସବୁ ତୁମକୁ କ’ଣ ଭଲଲାଗିଲା?”

       ଯୁବକଟି ଲଜ୍ଜିତ ହୋଇ କହିଲା, “ଆଜ୍ଞା ଏସବୁ କିଛି ଦେଖି ନାହିଁ । ମୋର ଧ୍ୟାନ ତେଲ ଚାମଚ ଉପରେ ଥିଲା । ସୁତରାଂ ଏସବୁ କେମିତି ଦେଖିଥାନ୍ତି?”

       ଏଥର ବୁଦ୍ଧିମାନ ବ୍ୟକ୍ତି କହିଲେ, “ଏବେ ପୁଣି ଥରେ ଯାଅ, ସେସବୁ ଜିନିଷ ଦେଖି ଆସ ।”

       ଯୁବକଟି ପୁଣିଯାଇ ସବୁ ଦେଖି ଆସି ବୁଦ୍ଧିମାନ ଲୋକ ଆଗରେ ଅତି ସୁନ୍ଦର ଭାବରେ ବଖାଣି ଦେଲା ।

       ତା’ପରେ ବୁଦ୍ଧିମାନ ବ୍ୟକ୍ତି କହିଲେ, “ମାତ୍ର ମୁଁ ତୁମକୁ ଚାମଚରେ ତେଲ ଦେଇଥିଲି ତାହା କୁଆଡେ ଗଲା?”

       ସେତେବେଳକୁ ଯୁବକ ହାତରେ ଖାଲି ଚାମଚଟି ଥିଲା । ସୌନ୍ଦର୍ଯ୍ୟ ଉପଭୋଗ କରୁ କରୁ ତେଲ କୁଆଡେ ଢାଳି ହୋଇ ଯାଇଛି ।

       ଏଥର ବୁଦ୍ଧିମାନ ବ୍ୟକ୍ତି କହିଲେ, “ଏବେ ସନ୍ତୋଷ ଲାଭର ରହସ୍ୟ ଶୁଣ । ଏହା ହେଉଛି, ତୁମେ ଦୁନିଆର ଅଦ୍ଭୁତ ଦୃଶ୍ୟ ବା ଜିନିଷକୁ ଉପଭୋଗ କର ଏବଂ ତା’ ସହିତ ଚାମୁଚକୁ ସୁରକ୍ଷିତ ରଖିଥାଅ, ଅର୍ଥାତ୍ ଲକ୍ଷ୍ୟ ଭ୍ରଷ୍ଟ ହୁଅନାହିଁ । ସୌନ୍ଦର୍ଯ୍ୟ ଉପଭୋଗ କରୁ କରୁ ଲକ୍ଷ୍ୟଭ୍ରଷ୍ଟ ହୋଇଗଲେ ତୁମେ କୌଣସି କାର୍ଯ୍ୟରେ ସଫଳତା ହାସଲ କରି ପାରିବ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ