ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସଫଳତା

ସଫଳତା ସ୍ୱାଦ ଚାଖିବା ପାଇଁ ପ୍ରଥମେ ଅସଫଳ ହେଲେ ଭାଙ୍ଗି ପଡିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ । ହାରିଯାଇ ପୁଣି ଜିତିବାର ଅଭୀପ୍ସା ନେଇ ଆଗେଇ ଯିବା ଉଚିତ୍ । ଏପରି ଉଦାହରଣ ଅନେକ କ୍ଷେତ୍ରରେ ଅନେକ ବ୍ୟକ୍ତିଙ୍କ ଜୀବନରେ ଘଟି ଚାଲିଛି । ମହାମୁର୍ଖ କାଳିଦାସ ଦୃଢ ସଙ୍କଳ୍ପ ନେଇ କଠିନ ଅଧ୍ୟବସାୟ ଓ ଆଧ୍ୟାତ୍ମିକ ମନୋବଳ ଦ୍ୱାରା ମାତା ସରସ୍ୱତୀଙ୍କ ଆଶିଷ ପ୍ରାପ୍ତ ହୋଇ ସଂସ୍କୃତ ଭାଷାରେ ମହାକବି ହୋଇ ପାରିଥିଲେ । ତେଣୁ ଲକ୍ଷ୍ୟ ନିର୍ଦ୍ଧାରଣ ସଠିକ୍ ଥିଲେ ଅସଫଳତା ମଧ୍ୟ ଦିନେ ନା ଦିନେ ସଫଳତା ରୂପ ନେଇ ମଧୁର ଫଳ ଚଖେଇଥାଏ । ଲକ୍ଷ୍ୟ ବିଖଣ୍ଡିତ ହେଲେ ଅସଫଳତା ମିଳେ । ବରଦ୍ରାଜ ସଂସ୍କୃତ ଭାଷା ସାହିତ୍ୟର ଜଣେ ଭଦଭଟ ବିଦ୍ୱାନ ରୂପେ ଖ୍ୟାତ । ସେ ତାଙ୍କ ଛାତ୍ରଜୀବନରେ ପାଠଶାଳା ସର୍ବାପେକ୍ଷା ବୁଦ୍ଧିହୀନ ଛାତ୍ରଥିଲେ । ତାଙ୍କର ଗୁରୁମାନଙ୍କ ଠାରୁ ସେ ନାନାଦି କଟୁବଚନ ଶ୍ରବଣ କରୁଥିଲେ । ମନଧ୍ୟାନ ଦେଇ ବିଦ୍ୟାର୍ଜନ ନକଲେ ସଫଳତା ଆସେ ନାହିଁ ବୋଲି ଗୁରୁମାନେ ତାଙ୍କୁ ସତର୍କ କରିଦେଉଥିଲେ । ତାଙ୍କର ସ୍ମରଣ ଶକ୍ତି ସେତେ ପ୍ରଖର ନଥିଲା । ବରଦ୍ରାଜ ଭାବୁଥିଲେ ବୋଧହୁଏ ତାଙ୍କ ଦେଇ ବିଦ୍ୟାର୍ଜନ ସମ୍ଭବ ନୁହେଁ । ଏହା ଭାବି ମନଦୁଃଖରେ ସ୍ୱଗୃହ ପ୍ରତ୍ୟାବର୍ତ୍ତନ କରୁଥିଲେ । ସେ ବାଟରେ ରାତିରେ ଏକ ପାନ୍ଥଶାଳାରେ ରହିଲେ । ସେଠାରେ ସେ ଏକ ଦୃଶ୍ୟ ଦେଖିଲେ । ପକ୍ଷ ଭାଙ୍ଗିଯାଇଥିବା ଏକ ପତଙ୍ଗ କାନ୍ଥ ଉପରେ ଚଢିବାର ଚେଷ୍ଟା କରି ବାରମ୍ବାର ତଳକୁ ଖସି ପଡୁଛି । କୋଡିଏ ଥର ଅସଫଳ ହେବା ପରେ ତାହା କାନ୍ଥରେ ଚଢି ଉପରକୁ ଚାଲିବାରେ ସକ୍ଷମ ହେଲା, ଏ ଦୃଶ୍ୟ ଅତି ସାଧାରଣ ହେଲେ ବି ବରଦ୍ରାଜଙ୍କ ମନରେ ଏକ ଅପୂର୍ବ ନୂତନ ସାହସ ସଂଚାର କଲା । ସେ ପତଙ୍ଗଠାରୁ ବି ହୀନ ନୁହଁନ୍ତି । ତା’ ପରେ ସେ  ପାଠଶାଳାକୁ ଫେରିଯାଇ ପୁନଃବାର ପାଠ ପଢାରେ ମନ ଦେଲେ । ଏଥର ତାଙ୍କ ଅସଫଳତା ସଫଳତା ରୂପେ ବଦଳି ଗଲା । ସେ ଜଣେ ଖ୍ୟାତ ନାମା ବିଦ୍ୱାନ ଭାବେ ବହୁତ ଯଶ ଖ୍ୟାତି ଅର୍ଜନ କରିବାର ଗୌରବ ଲାଭ କରିପାରିଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ