ଦୀପାବଳୀ ନିକଟ ହୋଇ ଆସୁଥାଏ । ରାଜା କୃଷ୍ଣଦେବରାୟ ତାଙ୍କ ରାଜ ଦରବାରରେ କହିଲେ – “ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଦୀପାବଳୀ ବଡ ଧୂମ୍ ଧାମ୍ରେ ପାଳନ କରାଯିବ । ଏପରି ଆୟୋଜନ କରାଯିବ ଯେପରି ପିଲାଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ଏଥିରେ ଭାଗ ନେଇପାରିବେ । ରାଜାଙ୍କ କଥା ଶୁଣି ମନ୍ତ୍ରୀ କହିଲେ– “ମହାରାଜ! ଆପଣଙ୍କର ଏହି ପ୍ରସ୍ତାବଟା ତ’ ବହୁତ ଭଲ ।
ତାପରେ ସମସ୍ତେ ନିଜ ନିଜର ମତ ପ୍ରଦାନ କଲେ । ପୁରୋହିତ ମହାଶୟ ଏକ ବିରାଟ ଯଜ୍ଞର ଆୟୋଜନ କରିବାକୁ କହିଲେ । ମନ୍ତ୍ରୀ ମହାଶୟ ପଡୋଶୀ ରାଜ୍ୟରୁ ଯାଦୁଗରମାନଙ୍କୁ ଡକାଇ ଯାଦୁଖେଳ ଦେଖାଇବାକୁ କହିଲେ । ଏହିପରି ସମସ୍ତେ ନିଜ ନିଜର ମତ ପ୍ରଦାନ କଲେ । ଶେଷକୁ ରାଜା କୃଷ୍ଣଦେବରାୟ ତେନାଲୀରାମାଙ୍କୁ ତାଙ୍କର ମତ ଉପସ୍ଥାପନା କରିବାକୁ କହିଲେ ।
ରାଜାଙ୍କ କଥା ଶୁଣି ତେନାଲୀରାମା ହସିଦେଲେ ଏବଂ କହିଲେ – “ମହାରାଜ ! ମୋତେ କ୍ଷମା କରନ୍ତୁ । ଦୀପାବଳୀ ହେଉଛି ଦୀପ ଜାଳିବାର ପର୍ବ । ଯଦି ଆପଣ ଏହାକୁ ଅଲଗା ପ୍ରକାର ପାଳନ କରିବାକୁ ଚାହୁଁଥାନ୍ତି ତା ହେଲେ ଗୋଟେ କାମ କରନ୍ତୁ- ପ୍ରତିବର୍ଷ ରାତିରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଏ । ଏଥର କିନ୍ତୁ ଦିନରେ ଦୀପ ଜଳାଯାଉ ।”