ଗୋଟିଏ ଖଚର ସବୁବେଳେ ଜୋର୍ରେ ଦୌଡିବାକୁ ଚେଷ୍ଟା କରେ କିନ୍ତୁ ସେ ପାରେ ନାହିଁ । ସେଥିପାଇଁ ତାର ମନରେ ଭାରି ଦୁଃଖ ଥାଏ । ଦିନେ ତାର ଶିଆଳ ସାଙ୍ଗରେ ଦେଖାହେଲା । ସେ ଖଚର ଶିଆଳକୁ କହିଲା, ଦେଖ ଭାଇ, ମୋ ମାଆର ଦୌଡିବାରେ ଚାରିଆଡେ ନାଁ ଥିଲା କିନ୍ତୁ ମୁଁ ଆଜି ଭଲକରି ଦୌଡି ପାରୁନାହିଁ ।
ଏହା ଶୁଣି ଶିଆଳ କହିଲା “ହଁ ଭାଇ ତା ତ ମୁଁ ବୁଝିଲି, କିନ୍ତୁ ତୁ ଭୁଲି ଯାଉଛୁ ଯେ, ଗଧ ତୋର ବାପ ଥିଲା ଏବଂ ସେ ଜୋର୍ରେ କେବେବି ଦୌଡି ପାରୁନଥିଲା, ତୁ ଠିକ୍ ତୋ ବାପ ପରିକା ହିଁ ହୋଇଛୁ ।
ସବୁ କଥାର ଦୁଇଟି ପଟଥାଏ, ଏ ଦୁଇଟି ପଟକୁ ଦେଖି ବିଚାର କରିବାକୁ ପଡେ ।