ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସବୁ ମାୟାରେ ବାୟା

                ମୁଁ ଯଦି ତୁମକୁ ଆପଣାର କରେ, ଏକଥା କହିଲେ ନାରଦ ।

                ଝିଅଟି ପଚାରିଲା – ଆପଣ?

                ନାରଦ କହିଲେ ହଁ ।

                ପୁଣି ନାରଦ କହିଲେ ଆପଣ ଜଣେ ଯୁବତୀ । ଆଉ ମୁଁ ଜଣେ ଯୁବକ ।

                ଏହା ଶୁଣି ସେ ଝିଅଟି କହିଲା ଆପଣ ଜଟାଜୁଟଧାରୀ ସନ୍ନ୍ୟାସୀ ଭଳି ଜଣା ପଡୁଛନ୍ତି, ତେବେ ଆପଣ କ’ଣ ସନ୍ନ୍ୟାସୀ?

ତହୁଁ ସେ ନାରଦ ଏକଥା ଶୁଣି କହିଲେ ହଁ । ସନ୍ନ୍ୟାସୀ ଥିଲି, ମାତ୍ର ଏବେ ନାହିଁ । ଏବେ ମୁଁ କେବଳ ଜଣେ ସାଧାରଣ ମଣିଷ । ମୋ ନାଁ ଗାଆଁ ଠିକଣା କିଛି ବି ନାହିଁ । ତୁମ ଭଳି ମୁଁ ମଧ୍ୟ ସମ୍ପୂର୍ଣ୍ଣ ଏକୁଟିଆ । ତୁମର ଯଦି କିଛି ଆପତ୍ତି ନଥାଏ ତେବେ ଗୋଟିଏ କଥା କହିବି?

ଝିଅଟି ପଚାରିଲା, ତେବେ କଥାଟି କ’ଣ କୁହ?

ତାପରେ ନାରଦ କହିଲେ – ମୁଁ ତୁମକୁ ବିବାହ କରିବାକୁ ଚାହେଁ । ନାରଦଙ୍କ କଥା ଶୁଣି ସେ ଝିଅଟି କହିଲା – ନୀଚ କୁଳରେ ମୋର ଜନ୍ମ, ଆଉ ଜାତିରେ ପୁଣି ହାଡି । ହାଡିଆଣୀ ଝିଅ ପୁଣି ଜଣେ ଉଚ୍ଚ ଜାତିର ଜାତିଶ୍ରେଷ୍ଠ ବ୍ରାହ୍ମଣକୁ ବିବାହ କରିବା କଥା ମୋର ତ କାହିଁ ଆଦୌ ବିଶ୍ୱାସ ହେଉନାହିଁ । ସେହି ବିଶ୍ୱାସ ପାଇଁ ଯାହା କହିବେ ମୁଁ ସବୁଥିରେ ଏକମତ – ଏକଥା କହିଲେ ଦେବର୍ଷି ନାରଦ । ଝିଅଟି ଏପରି କଥା ଶୁଣି କହିଲା ତେବେ ଶୁଣ, ପ୍ରଥମେ ଆପଣ, ଆପଣଙ୍କର ଜଟାଜୁଟକୁ କାଟି ଲଣ୍ଡା ହେବେ । ମୁହଁରେ ଯେଉଁ ଲମ୍ବା ଦାଢି ଅଛି, ସେ ଦାଢିକୁ ବି କାଟି ପରିଷ୍କାର କରିବେ । ତହୁଁ ସେ ନାରଦ କହିଲେ ତାହାହିଁ ହେବ । ଏହା ତ ଅତି ସାଧାରଣ କଥା । ତା’ପରେ ଝିଅଟି କହିଲା ତା’ପରେ ୟେ ଗୈରିକ ବସ୍ତ୍ର ଆଜିଠାରୁ ଆଉ କେବେବି ପିନ୍ଧିବେ ନାହିଁ । ଏତିକି କରିଲେ ଯାଇ ମୁଁ ତୁମକୁ ବିବାହ କରିପାରେ । ନାରଦ ବି ସେ ଝିଅଟିର ସବୁ କଥାରେ ଏକମତ ହେଲେ । ତା’ପରେ ସେ ଝିଅଟି ନାରଦକୁ ନିଜ ଘରକୁ ଡାକି ନେଲା । ଝିଅଟିର କଥା ଅନୁସାରେ ନାରଦ ଲଣ୍ଡା ହେଲେ । ଗେରୁଆ ବସ୍ତ୍ର ବି ଆଉ ମୋଟେ ପିନ୍ଧିଲେ ନାହିଁ । ହାଡି ଝିଅକୁ ବିବାହ କରି ନାରଦ ସଂସାର ବନ୍ଧନରେ ବାନ୍ଧି ହୋଇଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ