ନାରଦ ଆଉ ନାରାୟଣଙ୍କ ମୁଖ ମଣ୍ଡଳକୁ ଚାହିଁ ପାରିଲେ ନାହିଁ । ନାରାୟଣ ପଚାରିଲେ, କ’ଣ ହୋଇଛି ଦେବର୍ଷି! ମୁଣ୍ଡ ନୁଆଁଇ ଠିଆ ହୋଇ ରହିଲ ଯେ – ତହୁଁ ସେ ନାରଦ କହିଲେ ପ୍ରଭୁ, ମୋତେ ଆଉ ଲଜ୍ଜା ଦିଅନ୍ତୁ ନାହିଁ, ଆପଣଙ୍କ ମାୟା ତ ସମସ୍ତଙ୍କୁ ଲାଗିଛି । କେବଳ ସେଥିପାଇଁ ଆପଣଙ୍କ ଅନ୍ୟନାମ ମାୟାଧର । ମୋର ଅହଂକାର ଏଥର ଚୂର୍ଣ୍ଣ ହୋଇଛି । ସତରେ ପ୍ରଭୁ, ସବୁ ମାୟାରେ ବାୟା ।
ତା’ପରେ ନାରଦ ନାରାୟଣ ଏକାଠି ହୋଇ ଖାଇ ବସିଲେ । ଲକ୍ଷ୍ମୀ ବି ସେମାନଙ୍କୁ ଅନ୍ନ ପରଶିଲେ ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ ।