ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସମସ୍ତେ ସୁଖରେ ରହନ୍ତୁ

ଚିନୁ କହିଲା “କିନ୍ତୁ ତୁମେ ହିଁ କହିଥିଲ ନା ଏହିଦିନ ଦୁଷ୍ଟ ନରକାସୁରକୁ ବଧ କରାଯାଇଥିଲା । ତୁମେ ହିଁ ତ ମୋତେ କହିଥିଲ ଯେ ଏହି ଦିନ କୋଇଲା ପୋଡିବାର ମୁଖ୍ୟ ଲକ୍ଷ୍ୟ ହେଉଛି ମଶାମାନଙ୍କୁ ଦୂରେଇ ଦେବା । କାରଣ ବର୍ଷା ପରେ ମଶାମାନଙ୍କର ସଂଖ୍ୟା ବୃଦ୍ଧି ପାଇଥାଏ ।”

ତା’ କଥା ଶୁଣି ଜେଜେମାଆ କହିଲେ “ତାହା ତ ସତ ଚିନୁ । ଘଡି ବାଣ ଏବଂ ଘର ତିଆରି ଝୁରୁଝୁରୁ ବାଣ ଏବଂ ଦୀପ ମଶାମାନଙ୍କର ଶତ୍ରୁ ହୋଇଥାନ୍ତି । ନିଆଁ ଜାଳିଲେ ମଶା ଦୂରେଇ ଯାଇଥାନ୍ତି, ଏ କଥାରେ ମୁଁ ସମ୍ମତ । କିନ୍ତୁ କୌତୁକ ନାଆଁରେ ବହୁ ପରିମାଣରେ ବାଣ ଫୁଟାଇବା ଏବଂ ଜଳାଇବା କେତେଦୂର ଯଥାର୍ଥ? କାନ ଫାଟିଗଲା ପରି ବାଣ ଫୁଟାଇବାର ଅର୍ଥ କଣ? ଏତେ ପରିମାଣରେ ବାଣ କାହିଁକି ଫୁଟାଇବା ଯାହାଦ୍ୱାରା ବାୟୁମଣ୍ଡଳ ପ୍ରଦୂଷିତ ହେବ? ଏପରିକି ଧୂଳିଧୂଆଁରେ ମଣିଷ ବି ଅଣନିଶ୍ୱାସୀ ହେବ ।” ଏପରି କଥା ଶୁଣି ଚିନୁ ଚିନ୍ତାରେ ପଡିଗଲା ।

ଚିନୁ କହିଲା “ମୁଁ ଭାବୁଛି ଜେଜେମାଆ ଆପଣ ଯାହା ବି କିଛି କହୁଛନ୍ତି ସତ କହୁଛନ୍ତି । ଆମେ ଏଠାକୁ ନୂଆ କରି ଆସିଥିବା ବେଣୁ ସହିତ ପ୍ରତିଯୋଗିତା କରି ଅଧିକ ବାଣ ଫୁଟାଉ ଏବଂ ଅଧିକ ସଂଖ୍ୟକ ରକେଟ୍ ଓ ତାଳ ଫୋଟକା ଫୁଟାଇ ଥାଉ । ଆମେ କେତେ ବାଣ ଫୁଟାଇଲୁ କେବେ ବି ତା’ର ହିସାବ କରିନୁ । ତାହାଠାରୁ ଅଧିକ ଫୁଟାଇବା ପାଇଁ ଆମେ ଯେତେ ଇଛା ବାଣ ଫୁଟାଇଥାଉ ।”

ସବୁ ଶୁଣି ଜେଜେମାଆ କହିଲେ “ଏହା ଫଳରେ, ପ୍ରତିବର୍ଷ ତୁମର ବାପାମାଆ ଅଯଥାରେ ଅଧିକ ଅର୍ଥ ଖର୍ଚ୍ଚ କରିଥାନ୍ତି । ଆସ ଦୁର୍ଘଟଣାକୁ ଦୂରେଇ ରଖିବା, ତୁମେ ଯଦି ପ୍ରତିଯୋଗିତା ମନୋବୃତିରେ ବାଣ ଫୁଟାଇବ କେବେ କେବେ ନିୟନ୍ତ୍ରଣ ହରାଇପାର । ତୁମେ କଣ ଘଟୁଛି ହୃଦୟଙ୍ଗମ କଲା ବେଳକୁ ହୁଏତ ଦୁର୍ଘଟଣା ଘଟିଯାଇଥିବ । ଏବେ ବୁଝୁଚ ତ ବାଣ ଫୁଟାଇବା ଦ୍ୱାରା ଲୋକେ କିପରି କଷ୍ଟ ପାଆନ୍ତି ଏବଂ କୋଳାହଳମୟ ଏବଂ ଧୂଳି ଧୂଆଁରେ ପରିପୂର୍ଣ୍ଣ ପରିବେଶ ମଧ୍ୟରେ ଶ୍ୱାସ ରୋଗରେ ଆକ୍ରାନ୍ତ ଲୋକେ ଅଣନିଶ୍ୱାସୀ ହୋଇଯାଇଥାନ୍ତି ।” କମଳା ମାଆ ଜାଣିଥିଲେ ଯେ ତାଙ୍କ କଥା ନାତିକୁ ବେଶ୍ ପ୍ରଭାବିତ କରିଛି ।

ଚିନୁ କହିଲା “ହଁ, ମୁଁ ଗତବର୍ଷ ଦେଖିଥିଲି । ଲାଡୁ ଦୀପାବଳିକୁ ବର୍ଷକର ମଧ୍ୟ ହୋଇ ନଥିଲା । ସେ କେତେ ଡରିଯାଇଥିଲା । ତେଣୁ ସେଦିନ ରାତିସାରା ସେ ଖାଲି ରାହା ଧରି କାନ୍ଦୁଥିଲା । ତା’ ପାଇଁ ମୋ ମନ ଦୁଃଖରେ ଭରିଯାଉଥିଲା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ