ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସମସ୍ତେ ସୁଖରେ ରହନ୍ତୁ

“ତାହା ଠିକ୍? ଆମେ ସମସ୍ତେ ବିଚରା ପିଲାଟି କାନ୍ଦି କାନ୍ଦି ମାଆକୁ ଜାବୁଡି ଧରୁଥିବାର ଦେଖି ବହୁତ ଦୁଃଖ ପାଇଥିଲୁ । ସେ ଦିନ ବୋଧହୁଏ ସେ ବୁଝିପାରୁ ନଥିଲା ଯେ ଏସବୁ କଣ ଚାଲିଛି । ଭୟଙ୍କର ଶବ୍ଦ ଶୁଣି ସେ ଡରିଯାଉଥିଲା । ଆମ ଘରେ ରହିଥିବା ବୟସ୍କ ବ୍ୟକ୍ତିମାନେ ମଧ୍ୟ ବାଣ ଫୁଟିବାର ଶବ୍ଦ ପ୍ରତି ବିପରୀତ ପ୍ରତିକ୍ରିୟା ପ୍ରକାଶ କରିଥାନ୍ତି । ସେମାନଙ୍କ ପାଇଁ ମନଦୁଃଖ ହୁଏ, ଚିନୁ । ତୁମ୍ଭେମାନେ ବାଣ ଫୁଟାଇ ଆନନ୍ଦ ଉଲ୍ଲାସ ବ୍ୟକ୍ତ କଲା ବେଳେ ସେମାନେ ବିରକ୍ତ ହୋଇଥାନ୍ତି । ସେମାନେ ଏହି ଶବ୍ଦ କାରଣରୁ କଷ୍ଟ ପାଇଥାନ୍ତି । ଏହା ସେମାନଙ୍କ ପାଇଁ ଅସହ୍ୟ ମନେ ହୋଇଥାଏ ।” ବର୍ତ୍ତମାନ ଚିନୁ ବୁଝିପାରୁଥିଲା ଯେ ଜେଜେମାଆ କାହିଁକି ଶୀଘ୍ର ଚାଲିଯିବା ପାଇଁ କହୁଥିଲେ ।

ଚିନୁ କହିଲେ “ତୁମେ ବୋଧହୁଏ ତାଙ୍କଠାରୁ ଅଧିକ କଷ୍ଟ ପାଇଥିବ? ତୁମେ ବାଣର ଧୂଆଁ ଯୋଗୁଁ ଅଣନିଶ୍ୱାସୀ ଅନୁଭବ କରିଥିବ । ତେଣୁ ତୁମେ ବର୍ତ୍ତମାନ କାକାଙ୍କ ଘରକୁ ଚାଲିଯିବାକୁ ଚାହଁ ।”

ଚିନୁ କଥା ଶୁଣି ଜେଜେମାଆ କହିଲେ “ତାହା ତ ଠିକ୍ । ମୁଁ ପୁଣି ଥରେ ଆଗାମୀ ମାସରେ ଆସିବି ।”

ଚିନୁ କହିଲା “ଏହା ଠିକ୍ ନୁହେଁ ଜେଜେମାଆ । ଆମର ଅତିଶୟ ଆନନ୍ଦ ବା କୌତୁକ ଆପଣଙ୍କଠାରୁ ଅଧିକ ନୁହେଁ । ଆପଣଙ୍କର କଷ୍ଟଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଆଉ କିଛି ବି ନୁହେଁ । ଆମ୍ଭେମାନେ କୌତୁକ ନାମରେ କେବଳ ଶବ୍ଦ ପ୍ରଦୂଷଣ କରୁଛୁ । ପିଲାମାନଙ୍କର କୌତୁକ ଅନ୍ୟମାନଙ୍କ ପାଇଁ ସମସ୍ୟାର କାରଣ ହେବା ଅନୁଚିତ୍ ।”

“ଅପେକ୍ଷାକର ଏବଂ ବର୍ତ୍ତମାନ ଦେଖ ମୁଁ କିପରି ଏ ବର୍ଷ ଶବ୍ଦ ଏବଂ ବାୟୁ ପ୍ରଦୂଷଣ ବ୍ୟତୀତ ଦୀପାବଳି ପାଳିବାର ବ୍ୟବସ୍ଥା କରୁଛି । ଦୀପାବଳି ଉତ୍ସବ ସମସ୍ତଙ୍କ ପାଇଁ ଆନନ୍ଦମୟ ହେବା ଉଚିତ୍ । କେବଳ କେତେଜଣଙ୍କ ପାଇଁ ନୁହେଁ । ତୁମେ କଣ କହୁଛ ଜେଜେମାଆ? ଆମେ ସମସ୍ତେ ଏକାଠି ଉତ୍ସବ ପାଳିବା ।”

ଏପରି କଥା ଶୁଣି ଶେଷରେ ଜେଜେମାଆ କହିଲେ “ତୁମ ପାଇଁ ମୁଁ ଗର୍ବିତ ଚିନୁ । “ସର୍ବେ ଭବନ୍ତୁ ସୁଖିନଃ!” ସମସ୍ତ ଉତ୍ସବ କେବଳ ଏହା ହିଁ ସୂଚାଇଥାଏ?” ଏହା କହି ସେ ହସିଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ