ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସମସ୍ୟା ଓ ସମାଧାନ

                ରାଜାଙ୍କ ଏଭଳି କଥାରେ ପଣ୍ଡିତେ କହିଲେ “ନିଶ୍ଚୟ, ନିଶ୍ଚୟ!” ତା’ପରେ ସେ କାନ୍ଦୁରା ଶିଶୁକୁ ତାଙ୍କ ଜିମା ଛାଡି ଦିଆଗଲା । ପ୍ରଥମ ରାତିରେ ଶାସ୍ତ୍ରୀ ଟିକିଏ ବି ଶୋଇପାରିଲେ ନାହିଁ । ଯେତେ ଚେଷ୍ଟା କଲେ ବି ଶାସ୍ତ୍ରୀ ତାକୁ ମୋଟେ ଶାନ୍ତ କରିପାରିଲେ ନାହିଁ । ତେଣୁ ପରଦିନ ସେ ଦରବାରକୁ ଆସି ପାରିଲେ ନାହିଁ । କାରଣ ରାତି ଅନିଦ୍ରା ଯୋଗୁଁ ସେ ଦିନରେ ଶୋଇଲେ । କିନ୍ତୁ ତାହା ବି ଆଉ ସମ୍ଭବ ହେଲା ନାହିଁ । ରହି ରହି ସେ ବାଳକ ଏମିତି ରଡି ଛାଡେ ଯେ ସେ ଉଠି ପଡି ଶେଷରେ କାନରେ ହାତ ଦିଅନ୍ତି ।

                ପନ୍ଦର ଦିନରେ ଶାସ୍ତ୍ରୀଙ୍କର ମନେ ହେଲା ସତେ ଯେମିତି ସେ ଅବା ପାଗଳ ହୋଇଯିବେ । ସେ ଗୋପନରେ ସେ ବାଳକକୁ ନେଇଯାଇ ତା’ ବାପାକୁ ଫେରାଇ ଦେଲେ । ଏଭଳି ପରିସ୍ଥିତିରେ ତା’ ବାପା କହିଲା, “ମହାରାଜା ତ ତାକୁ ଆପଣଙ୍କୁ ଦେଇଛନ୍ତି । ଏବେ ପୁଣି ମୁଁ କେଉଁ ସାହସରେ ତାକୁ ଆପଣଙ୍କଠାରୁ ଫେରାଇ ନେବି?”

                ପଣ୍ଡିତେ ସେଉଠୁ ତାକୁ ପିଲା ଫେରାଇବା ସଙ୍ଗେ ସଙ୍ଗେ କିଛି ଲାଂଚ ବି ଦେଲେ । ତା’ପରେ ଦରବାରରେ ସେ ମୁହଁ ଦେଖାଇ ନ ପାରି ସେ ରାଜଧାନୀ ଛାଡି ଚାଲିଗଲେ ।

                ଧିରେ ଧିରେ ସେ ରାଜାଙ୍କ ମୁଣ୍ଡବିନ୍ଧା ବି ଭଲ ହୋଇଗଲା । କିଛିଦିନ ପରେ ସେ ପିଲାର ରଡି ଛାଡିବା ଅଭ୍ୟାସ ବି ବଳେ ବଳେ ଦୂର ହୋଇଗଲା ।

                ଏହାର କିଛିଦିନ ପରେ ସେ ରାଜାଙ୍କର ଦୁଇ ପୁଅ ପଡୋଶୀ ରାଜ୍ୟ ବିକ୍ରମପାଟଣା ଯାଇଥାନ୍ତି । ବିକ୍ରମପାଟଣାର ରାଜା ସୁରପ୍ରତାପ ବର୍ଷକୁ ଥରେ ଗୋଟାଏ ପ୍ରତିଯୋଗିତାର ଆୟୋଜନ କରୁଥାନ୍ତି । ସେଥିରେ ଅମାତ୍ୟମାନଙ୍କ ପୁଅମାନଙ୍କ ସମେତ ଆଖପାଖର ରାଜ୍ୟର ରାଜପୁତ୍ରମାନେ ବି ଅଂଶ ନେଉଥିଲେ ।

                ସେ ବର୍ଷ ରାଜା ଶ୍ରୀଦତଙ୍କ ଦୁଇ ପୁଅ ପ୍ରତିଯୋଗିତାରେ ଖୁବ୍ ଭଲ କଲେ ସୁଦ୍ଧା ବିଚାରକମାନେ ରାଜା ସୁରପ୍ରତାପଙ୍କ ପୁଅକୁ ସବୁ ପୁରସ୍କାର ଦେଇଦେଲେ । ଶ୍ରୀଦତଙ୍କ ଦୁଇ ପୁଅ ଏହାର ଘୋର୍ ପ୍ରତିବାଦ କଲେ । ଫଳରେ ସେ ଦୁଇ ରାଜ୍ୟର ରାଜପୁତ୍ରଙ୍କ ଭିତରେ କଳି ହେଲା । ଶ୍ରୀଦତଙ୍କ ଦୁଇ ପୁଅ ରାଗରେ ସଙ୍ଗେ ସଙ୍ଗେ ନିଜ ରାଜ୍ୟକୁ ଚାଲି ଆସିଲେ । ଏହି ଘଟଣାରୁ ରାଜା ସୁରପ୍ରତାପ ଅପମାନ ବୋଧ କଲେ ଓ ଶିବପୁର ରାଜ୍ୟ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଲେ । ଚରମାନେ ଏ ଖବର ଆଣି ରାଜା ଶ୍ରୀଦତଙ୍କୁ ଦେଲେ ।

ଶ୍ରୀଦତ ଏଥର ମହା ଅଡୁଆରେ ପଡିଲେ । ବିକ୍ରମପାଟଣା ବହୁତ ବଡ ରାଜ୍ୟ । ସେ ରାଜ୍ୟ ସହ ଯୁଦ୍ଧ ହେଲେ ତାଙ୍କର ତ ପରାଜୟ ସୁନିଶ୍ଚିତ । ସେ ଏବେ କ’ଣ କରିବେ? ସେ ହଠାତ୍ ଭାବିଲେ କି ବିଷ୍ଣୁଦେବଙ୍କ ସହ ପରାମର୍ଶ କଲେ ଭଲ ହେବ ।

ବିଷ୍ଣୁଦେବ ଆସିବାରୁ ରାଜା ସବୁ କହି ତା’ପରେ ତାଙ୍କୁ ପଚାରିଲେ, “ବିକ୍ରମପାଟଣାର ସୈନ୍ୟଦଳର ମୁକାବିଲା କଲାଭଳି ବଡ ସୈନ୍ୟବାହିନୀ ଏଡେ ଶୀଘ୍ର ମୁଁ କିପରି ଗଠନ କରିବି?”

ତା’ପରେ ବିଷ୍ଣୁଦେବ କହିଲେ “ମହାରାଜ! ବଳ ଦ୍ୱାରା ବିକ୍ରମପାଟଣାର ରାଜାଙ୍କର ମୁକାବିଲା କରିବା ପୂର୍ବରୁ ସମସ୍ୟାର ସମାଧାନ ଦିଗରେ ଅନ୍ତତଃ ଆଉ ଗୋଟିଏ ବାଟ ଅଛି । ମୁଁ ଗୋଟାଏ ଚିଠିର ଖସଡା କରିଛି । ଦେଖନ୍ତୁ ।”

ଏହି ଚିଠିଟି ଶ୍ରୀଦତ ବିକ୍ରମପାଟଣାର ରାଜାଙ୍କୁ ଲେଖୁଛନ୍ତି, ଏହିପରି ଭାବରେ ଖସଡା ହୋଇଥିଲା: “ମହାରାଜ! ମୁଁ ଶୁଣିଲି କି ମୋର ଦୁଇ ପୁଅ ଆପଣଙ୍କ ଆତିଥ୍ୟର ଅବମାନନା କରି ଚାଲି ଆସିଛନ୍ତି । ଏହା ଶୁଣିବା ପରଠାରୁ ମୋ ମନରେ ବି ଆଦୌ ଶାନ୍ତି ନାହିଁ । ସେ ଦୁଇ ଅବିବେକୀ ଟୋକାଙ୍କ ତରଫରୁ ମୁଁ ଦୁଃଖ ପ୍ରକାଶ କରୁଛି । ଆପଣଙ୍କୁ ତ ମୁଁ ମୋ ବଡଭାଇ ଭଳି ସମ୍ମାନ କରେ । ଆପଣ ଯେପରି ଦଣ୍ଡ ଦେବେ, ମୁଁ ତାହା ମାନି ନେବି ।”

ଶ୍ରୀଦତ ସେ ଚିଠିଟିରେ ତାଙ୍କ ମୋହର୍ ମାରି ପଠାଇଦେଲେ । ରାଜା ସୁରପ୍ରତାପ ଏହା ପଢି ଏଡେ ଖୁସି ହେଲେ ଯେ ଚିଠି ନେଇଯାଇଥିବା ଦୂତକୁ ସୁନାହାର ପିନ୍ଧାଇ ଦେଲେ ଓ କହିଲେ, “ହଇହେ, ପିଲାଙ୍କ ଭିତରେ କ’ଣ କଳି ହେଲା ଯେ ସେଥିପ୍ରତି ପୁଣି ଆମେ ରଜାମାନେ ଦୃଷ୍ଟିଦେବା? ମୋ ପୁଅ କ’ଣ ଗୋଟିପଣ ସୁନା?”

ବାସ୍! ଏହାପରେ ସେ ସମସ୍ୟାର ସମାଧାନ ହୋଇଗଲା ।

ଏହାର କିଛିଦିନ ପରେ ରାଜା ଶ୍ରୀଦତ ବୁଝିଲେ କି ତାଙ୍କର ଦୁଇ ପୁଅ ଭିତରେ ମନୋମାଳିନ୍ୟ ଦେଖା ଦେଇଛି । ସେ ଦୁହେଁ ତ ଜାଆଁଳା ଥିଲେ । ତେଣୁ ରାଜାଙ୍କ ଉତ୍ତରାଧିକାରୀ କିଏ ହେବ?

ରାଜା ବିଷ୍ଣୁଦେବଙ୍କ ଆଗରେ ପୁଣି ଏ ସମସ୍ୟା ଥୋଇଲେ । ତହୁଁ ବିଷ୍ଣୁଦେବ କହିଲେ, “ମହାରାଜ! ପିଲାବେଳେ ଥରେ ମୁଁ ଓ ମୋ ଭଉଣୀ ଗୋଟାଏ ମିଠେଇକୁ ନେଇ ନିଜ ନିଜ ଭିତରେ କଳି କରୁଥିଲୁ । ମା ମିଠେଇକୁ ଦୁଇଫାଳ କରି ଦୁଇଜଣଙ୍କୁ ଦେଇଦେଲେ ।”

ରାଜା ସେହିଦିନ ତାଙ୍କ ଦୁଇ ପୁଅଙ୍କୁ ରାଜ୍ୟର ଦୁଇ ଅଂଚଳ ଉପରେ ଶାସକ ରୂପେ ନିଯୁକ୍ତ କଲେ ଓ ସେମାନଙ୍କୁ ଏହା ମଧ୍ୟ ସେ ଜଣାଇଦେଲେ ଯେ, ଯିଏ ଉତ୍ତମ ଶାସକ ବୋଲି ରାଜସଭାର ଅମାତ୍ୟମାନେ ଭାବିବେ, ମୋ ଅନ୍ତେ ସେ ହିଁ ମୋ ରାଜ୍ୟର ରାଜା ହେବେ!


ଗପ ସାରଣୀ

ତାଲିକାଭୁକ୍ତ ଗପ