ଏକଦା ଜଣେ ମୂର୍ତ୍ତି କାରିଗର ସୁନ୍ଦର ମୂର୍ତ୍ତିଗଢି ଭଲ ପଇସା ପାଉଥାନ୍ତି । ଏହା ଦ୍ୱାରା ତାଙ୍କର ପରିବାର ପ୍ରତିପୋଷଣରେ କିଛି ଅସୁବିଧା ହେଉନଥିଲା ।
କୌଳିକ ପ୍ରଥାଭଳି ପୁଅ ମଧ୍ୟ ବାପାଙ୍କର ମୂର୍ତ୍ତିଗଠନ କାର୍ଯ୍ୟ ଆଦରିନେଲେ । ପୁଅର ମୂର୍ତ୍ତି ଗଢିବାରେ ଆଗ୍ରହ ତାକୁ ବାପାଙ୍କଠାରୁ ଅଧିକ ସୁନାମ ଆଣିଦେଲା । ଏବେ ପୁଅର ମୂର୍ତ୍ତିଗୁଡିକ ବାପାଙ୍କ ମୂର୍ତ୍ତିଠାରୁ ଅଧିକ ଦାମ୍ ରେ ବି ବିକ୍ରି ହେଲା ।
ଏହା ସ୍ୱାଭାବିକ ଥିଲା, କାରଣ ପୁଅର ଶିଖିବାର ଉତ୍କଣ୍ଠା, ଦ୍ୱିତୀୟତଃ ଜନ୍ମଦାତା ପ୍ରତିଭାକ୍ରମଶଃ ପୁଅର ଖ୍ୟାତି ବଢାଇବାକୁ ଲାଗିଲା । ପୁଅ ମଧ୍ୟ ପ୍ରତ୍ୟହ ତା’ର କୃତିତ୍ୱ ବାପାଙ୍କୁ ଦେଖାଇ ଏଥିରେ ଥିବା ଦୋଷଗୁଣ ସମ୍ପର୍କରେ ପଚାରିବୁଝେ । ଏପରିକି ବିକ୍ରିଲବ୍ଧ ଧନ ବି ପିତାଙ୍କୁ ଦେଇ ତାଙ୍କଠାରୁ ପ୍ରଶଂସା ଲାଭ କରେ ।
ମାତ୍ର ପିତା କେବେ ପୁଅର ପ୍ରଶଂସା କରିବା ପରିବର୍ତେ ସର୍ବଦା ତା’ର ଦୋଷତ୍ରୁଟି ଦେଖାଇବାକୁ ଭୁଲିଯାଉନଥିଲେ । ପ୍ରତିଦିନ କିଛିନା କିଛି ଦୋଷ ପିତାଙ୍କଠାରୁ ଶୁଣି ପୁଅକୁ ଭାରି ଖରାପ ଲାଗିଲା ।
ଦିନେ ପୁଅ କ୍ରୋଧାନ୍ୱିତ ହୋଇ ବାପାଙ୍କୁ କହିଲେ, “ବାହାର ଲୋକେ ମୋର ମୂର୍ତ୍ତିଦେଖି ଭାରି ପସନ୍ଦ କରୁଥିଲା ବେଳେ ଆପଣ ପ୍ରତିଦିନ କିଛି ନା କିଛି ଦୋଷ ବାଛୁଛନ୍ତି, ଏହାର କାରଣ କ’ଣ?” ମୋ ମୂର୍ତ୍ତି ତ ଆପଣଙ୍କ ମୂର୍ତ୍ତିଠାରୁ ଢେର ପସନ୍ଦ ଓ ମୂଲ୍ୟବାନ ହେଉଛି । ସୁତରାଂ ଏଥିରେ ଦୋଷ ରହିଲା କେଉଁଠି? ମୁଁ ବୁଝିପାରୁ ନାହିଁ ମୋର ଏଭଳି ଉତ୍ତମ କାର୍ଯ୍ୟଲାଗି ଆପଣ ଈର୍ଷାପରାୟଣ କାହିଁକି?”