ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସମାଲୋଚନା ସଫଳତା ଆଣିଦିଏ

       ପିତା ଏକଥା ଶୁଣି ନୀରବ ରହିଲେ । ସତେଯେପରି ତାଙ୍କ ଉପରେ ବଜ୍ର ଖସିପଡିଲା ଭଳି ଲାଗିଲା । ବାପା ଭୀଷଣ ମନ ଦୁଃଖ କଲେ । ମାତ୍ର ପୁଅ ଏଭଳି କଟୁକଥା କହିସାରିବା ପରେ ବାହାରକୁ ବାହାରିଗଲେ । ପିତା ଏବେ ମୂର୍ତ୍ତିଗଢା କାମ ସାରି ଘରେ ଯାଇ ଅଖିଆ ଅପିଆ ମୁହଁମାଡି ଶୋଇପଡିଲେ ।

       ରାତିରେ ପୁଅ ଘରକୁ ଫେରି ବାପାଙ୍କର ମନ ଦୁଃଖ ଖବର ପାଇଲା । ପିତାଙ୍କ କଥାକୁ ଭୁଲ୍ ବୁଝି ତିରସ୍କାର କରିଥିବାରୁ ପଶ୍ଚାତାପ କଲା । ବାପାଙ୍କୁ କ୍ଷମାମାଗି ଖାଇବା ପାଇଁ ଅନୁରୋଧ କଲା ।

       ପିତା ଏବେ ରୁଦ୍ଧକଣ୍ଠରେ କହିଲେ, “ତୁ ମୋତେ କ’ଣ କହିଲୁ କି ମୁଁ ତୋତେ କ’ଣ କହିଥିଲି, ସେକଥା ଉପରେ ମୁଁ ମନ ଦୁଃଖ କରିନାହିଁ । ଅସଲ କଥାଟି ହେଉଛି – ତୁ ଯଦି ସମାଲୋଚନାକୁ ଭୁଲ୍ ବୁଝୁ ତେବେ ତୋର କଳାକୃତୀରେ ଥିବା ତ୍ରୁଟି କିଭଳି ସଂଶୋଧନ ହେବ? ଫଳରେ ଏହାକୁ ଆଉ ଅଧିକ ଆକର୍ଷଣୀୟ କରିବାର ଯେଉଁ ସମ୍ଭାବନା ରହିଛି, ତାହା ଫସରଫାଟି ଯିବ । ଏହା ସହିତ ଅଧିକ ଅର୍ଥ ରୋଜଗାର ଓ ମାନ ସମ୍ମାନ ପାଇବାର ଆଶା ମଉଳି ଯିବ ସିନା? ସୁତରାଂ ସବୁବେଳେ ମନେ ରଖିବାକୁ ହେବ ଯେ, – ସମୀକ୍ଷା ଓ ସମାଲୋଚନା ସଂଶୋଧନର ଦ୍ୱାର ଖୋଲିଦିଏ । ଫଳରେ କାର୍ଯ୍ୟଟି ଉକିୃଷ୍ଟ ହୋଇଯାଏ । ଏହା ବନ୍ଦ ହୋଇଗଲେ ପ୍ରଗତିର ଦ୍ୱାର ରୁଦ୍ଧ ହୋଇଯିବ ।”

       ପିତାଙ୍କର କହିବା ଉଦ୍ଧେଶ୍ୟ ଏହାହିଁ ଥିଲା । ବାସ୍ତବରେ ଅହଂକାର ବଶତଃ ପୂର୍ଣ୍ଣତାପ୍ରାପ୍ତି ଅନୁଭୂତି ଆସିଲେ ମଣିଷ ନିଜର ଦୋଷ ଖୋଜିବା ଭୁଲିଯାଏ । ଫଳରେ ତା’ ଜୀବନରେ ପ୍ରଗତି କରିପାରେ ନାହିଁ । ଏଥର ପିତାଙ୍କର ଏଭଳି ଉପଦେଶାତ୍ମକ କଥାରେ ପୁଅ ନିଜ ଭୁଲ୍ ବୁଝି ପାରିଲା । ସେହିଦିନଠାରୁ ତାର ଦୋଷତ୍ରୁଟି ଜାଣିବା ପାଇଁ ଚେଷ୍ଟା କରି ତାହାକୁ ସୁଧାରିବାକୁ ଚେଷ୍ଟା କଲା, ଏହାଦ୍ୱାରା ସେ ଜଣେ ପ୍ରତିଷ୍ଠିତ ଶିଳ୍ପୀ ହୋଇ ସମ୍ମାନ ପାଇବାରେ କିଛି ଅସୁବିଧା ହେଲାନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ