ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସମ୍ରାଟ ଅଶୋକ

(ବୃଦ୍ଧ ବିନ୍ଦୁସାର ଅସୁସ୍ଥ ହୋଇ ପଡିଥିଲେ । ଗ୍ରୀକ୍ଙ୍କ ଦ୍ୱାରା ପ୍ରରୋଚିତ ହୋଇ ତକ୍ଷଶିଳା ପ୍ରାନ୍ତରେ ବିଦ୍ରୋହ ସୃଷ୍ଟି ହୋଇଥିବାର ସମାଚାର ସେ ଜାଣିବାକୁ ପାଇଲେ । ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ନିଜର ଛଅ ପୁତ୍ରଙ୍କୁ ପାଖକୁ ଡକାଇ ଜାଣିବାକୁ ଚାହିଁଲେ ତକ୍ଷଶିଳାରେ ବିଦ୍ରୋହ-ଦମନର ନେତୃତ୍ୱ କିଏ ନେଇ ପାରିବ? ପିତାଙ୍କ ଆଦେଶ ପାଳନ କରିବା ପାଇଁ ଅଶୋକ ଆଗଭର ହେଲେ । ଏହାପରେ ପଢନ୍ତୁ ।)

                ସେହିଦିନ ସାୟଂକାଳରେ ଅଶୋକ ସେନାଧିପତିଙ୍କୁ ସାକ୍ଷାତ କରିବା ପାଇଁ ଗଲେ । ତକ୍ଷଶିଳାରେ ମଗଧ ସାମ୍ରାଜ୍ୟ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ ହୋଇଥିବା ସମାଚାର ସେତେବେଳକୁ ତ ସେନାଧିପତି ଜାଣି ସାରିଥିଲେ । ତେଣୁ ସେନାପତି ସୈନ୍ୟ-ଶିବିରର ସଂଗଠନ କାମରେ ଲାଗିପଡିଥିଲେ । ଅଶୋକଙ୍କୁ ସେଠାରେ ଉପସ୍ଥିତ ହେବାର ଦେଖି ପ୍ରଣାମ କରି ସେ କହିଲେ, “ହେ ଯୁବରାଜ, ମୁଁ ମଧ୍ୟ ଆପଣଙ୍କ ସହିତ ତକ୍ଷଶିଳା ଯାତ୍ରା କରିବି ।”

ଏକଥା ଶୁଣି ଅଶୋକ କହିଲେ “ଆପଣଙ୍କର ଏହି ବାଣୀ ମତେ ଖୁବ୍ ଆନନ୍ଦ ଦେଇଛି । କିନ୍ତୁ ମୋ ବିଚାରରେ ଆପଣ ଏଠାରେ ରହିବା ସମୁଚିତ ହେବ । କାରଣ ପିତାଶ୍ରୀ ଅସୁସ୍ଥ । ତେଣୁ ଆପଣ ଏଠାରେ ରହି ମୋ ସହିତ କେବଳ ଦୁଇଜଣ ବିଶ୍ୱସନୀୟ ସେନାପତିଙ୍କୁ ପଠାଇବାର ବ୍ୟବସ୍ଥା କରନ୍ତୁ ।” ସେନାପତି ପ୍ରକୋଶ କଲେ “ଆପଣଙ୍କ ପରାମର୍ଶ ମଧ୍ୟ ସଠିକ୍ । ଏପରି ପରସ୍ଥିତିରେ ମହାରାଜଙ୍କ ସହିତ ମୋର ରହିବା ଏକାନ୍ତ ଆବଶ୍ୟକ । ମୁଁ ଆପଣଙ୍କ ନିର୍ଣ୍ଣୟକୁ ସ୍ୱାଗତ ଜଣାଉଛି । ତେଣୁ ସୈନ୍ୟବାହିନୀର ସର୍ବୋତ୍ତମ ସୈନିକ ଓ ସୁସମର୍ଥ ସେନାପତିଙ୍କୁ ମୁଁ ଆପଣଙ୍କ ସହିତ ପଠାଇବାର ବନ୍ଦବୋସ୍ତ ଏବେ ଆରମ୍ଭ କରୁଛି ।”

ତକ୍ଷଶିଳାକୁ ସୈନ୍ୟ ପ୍ରେରଣ କାର୍ଯ୍ୟ ତତ୍କ୍ଷଣାତ୍ କାର୍ଯ୍ୟକାରୀ ହେଲା । ସୈନିକ ଗଣ ଅସ୍ତ୍ର ତଥା ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ଯୋଗାଡ କରିବାରେ ପ୍ରାଣମୁର୍ଚ୍ଛା ଲାଗିପଡିଲେ । ଯୁଦ୍ଧର ପ୍ରସ୍ତୁତି ପୁରାଦମ୍ରେ ଚାଲିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ