ଗୋଟିଏ ମୂଷା ଆଉ ବେଙ୍ଗ ଭିତରେ ଏକଦା ଗୋଟିଏ ପୋଖରୀ କୂଳରେ ଦେଖା ହୋଇ ଗଲା । ସେହି ଥରେ ଦେଖାରେ ହିଁ ଦୁଇ ଜଣ ଯାକ ଘନିଷ୍ଟ ମିତ୍ର ଭାବେ ପରିଣତ ହୋଇ ଗଲେ । ଏକଦା ମୂଷା ବେଙ୍ଗକୁ କହିଲା ଚାଲ ଏହି ଠାରୁ ପଳାଇ ବିଦେଶକୁ ଚାଲି ଯିବା । କାରଣ ବିଦେଶରେ ପ୍ରଚୁର ଖାଇବାକୁ ମିଳିବ । ଆନନ୍ଦରେ ଆମେ ସେଠାରେ ଭୋଜନ କରିବା ଆଉ ସୁଖରେ ରହିବା ।
ବେଙ୍ଗ ମୂଷା କଥା ଶୁଣି କହିଲା – ବନ୍ଧୁ ମଞ୍ଜି କଥାଟିଏ କହିଛ? ମୁଁ ବି ଚାହୁଁଥିଲି ଜଣେ କେହି ମିଳନ୍ତା କି ମୁଁ ଏ ଜାଗା ଛାଡି ବିଦେଶକୁ ପଳାଇ ଯାଆନ୍ତି ଆଉ ସେଠାରେ ଖାଇ ପିଇ ଆରାମ୍ରେ ରହନ୍ତି । ତେବେ ଶୁଭ କାମରେ ଡେରି କରିବା ନାହିଁ । ସଂଗେ ସଂଗେ ବାହାରି ପଡିବା । ମୂଷା କହିଲା – ତେବେ ଯିବା ଆଗରୁ ଗୋଟିଏ କାମ କରିବା ଗୋଟିଏ ମୋଟା ସୂତାରେ ଦୁଇ ଜଣ ପରସ୍ପରର ଅଂଟାକୁ ଭଲ କରି ବାନ୍ଧି ଦେବା । ଫଳରେ ଯେତେ ଯାହା ଝଡ ଝଞ୍ଜା ଆସିଲେ ମଧ୍ୟ ଆମେ ଦୁଇ ଜଣ କେବେ କେହି କାହା ଠାରୁ ହଜି ଯିବା ନାହିଁ । ଆଉ ସୁଖ ଦୁଃଖରେ ଦୁଇ ଜଣ ପରସ୍ପରର କାମରେ ଆସିବା ।
ମୂଷାର ଏଭଳି କଥା ବେଙ୍ଗକୁ ଭାରି ସୁହାଇଲା । ସେ ସଂଗେ ସଂଗେ କେଉଁଠୁ ଗୋଟିଏ ମୋଟା ଦଉଡି ଯୋଗାଡ କରି ଆଣି ନିଜ ନିଜର ଅଂଟାରେ କଷି କରି ବାନ୍ଧି ଦେଲେ ଏବଂ କହିଲେ ଯେତେ ଚଂଚଳ ହେବ ବାହାରି ପଡ । କାଳ ବିଳମ୍ବ ନ କରି ବାହାରି ପଡ । ମୁଁ ଡେଇଁ ଡେଇଁ ବାହାରୁଛି, ତୁମେ ମୋ ପଛରେ ଦୌଡି ଦୌଡି ବାହାରି ପଡ – ବୋଲି ବେଙ୍ଗ କହିଲା ।