ଏହି ଭଳି ଦୁଇ ବନ୍ଧୁ ବାହାରିଲେ ବିଦେଶକୁ । ବିଦେଶ ଆଡକୁ ଯିବା ବାଟରେ ରାସ୍ତାରେ ଗୋଟିଏ ବଡ ପୁଷ୍କରିଣୀଟିଏ ପଡିଲା । ମୂଷା ଏତେ ବଡ ପୁଷ୍କରିଣୀଟିକୁ ଦେଖି ବ୍ୟସ୍ତ ହୋଇ ଯାଇ କହିଲା – ଆରେ…ରେ… । ବେଙ୍ଗ ଭାଇ – ଆମେ ତ ଏହାକୁ ପାରି ହୋଇ ପାରିବା ନାହିଁ ।
ବେଙ୍ଗ ଗୋଟିଏ ଡିଆଁରେ ପାଣି ଭିତରେ ଯାଇ ପଡିଲା, ତାହା ସହିତ ବନ୍ଧା ହୋଇ ଥିବା ମୂଷାଟି ମଧ୍ୟ ପାଣି ଭିତରେ ଯାଇ ପଡିଲା । ବେଙ୍ଗ ମୁହଁକୁ ବିକୃତ କରି ଅର୍ଥାତ୍ ଚିଡି ଯାଇ କହିଲା – ଏତେ ଭୟ କାହିଁକି ପାଉଛ? ପହଁରି ପହଁରି ଚାଲି ଆସ । ପହଁରା ଜାଣି ନଥିଲେ ତୁମେ ମୋ ପିଠି ଉପରେ ଆସି ବସ । ମୁଁ ତୁମକୁ ଅନାୟାସରେ ସେ ପାରିରେ ପହଁଚାଇ ଦେବି ।
ମଝି ପୁଷ୍କରିଣୀରେ ବେଙ୍ଗର କ’ଣ ହେଲା କେଜାଣେ ସେ ହଠାତ୍ ପାଣି ଭିତରକୁ ପଶି ଗଲା । ଆଉ ମୂଷାକୁ ମଧ୍ୟ ପାଣି ଭିତରକୁ ଭିଡିବାକୁ ଲାଗିଲା । ବିଚରା ମୂଷା ନିଜର ପ୍ରାଣ ବଂଚାଇବାକୁ ଆପ୍ରାଣ ଚେଷ୍ଟା କରିବାକୁ ଲାଗିଲା । ସେ କାନ୍ଦି କାନ୍ଦି କରି ଅତି ଅନୁନୟ ବିନୟର ସହିତ କହିବାକୁ ଲାଗିଲା – ମାନି ଯାଅ ବେଙ୍ଗ ଭାଈ ! ମାନି ଯାଅ ! ବନ୍ଧୁତ୍ୱର ଦ୍ୱାହି ଦେଉଛି ତୁମେ ଉପରକୁ ଉଠି ଆସ । ତୁମେ ମୋର ପ୍ରାଣ ରକ୍ଷା କର । ବୁଢା ଲୋକ ମାନେ କୁହନ୍ତି – ସମାନ ସ୍ୱଭାବ ତଥା ସମାନ ଜାତି ବାଲାଙ୍କ ସହିତ ବନ୍ଧୁତା ସ୍ଥାପନ କର । ନ ହେଲେ ପରେ ପଛତାଇବାକୁ ପଡିବ ।
ବେଙ୍ଗ ଆଉ ମୂଷା ମଧ୍ୟରେ ଏପରି ଭିଡା ଭିଡିରେ ପାଣି ଭିତରେ ବହୁତ ହଲ୍ଚଲ୍ ସୃଷ୍ଟି ହେଲା । ଏହି ସମୟରେ ଆକାଶରେ ଗୋଟିଏ ଚିଲଟିଏ ଉଡି ଯାଉ ଥିଲା । ସେ ମୂଷାକୁ ଦେଖି ତୁରନ୍ତ ତା ଉପରେ ଝାମ୍ପ ମାରିଲା ଏବଂ ପଞ୍ଝାରେ ମୂଷାକୁ ତଥା ତା ଅଂଟାରେ ବନ୍ଧା ହୋଇ ଥିବା ଦଉଡି ଉପରକୁ ଟାଣି ଉଠାଇଲା ତାହା ଦ୍ୱାରା ବେଙ୍ଗ ମଧ୍ୟ ତା ସହିତ ଉପରକୁ ଉଠି ଆସିଲା । ଚିଲ ଏକା ଥରକେ ଦୁଇ ଦୁଇଟି ଶିକାର ପାଇ ବେଶ୍ ମନ ଖୁସିରେ ଗଛ ଉପରକୁ ଯାଇ ସେମାନଙ୍କୁ ଆହାର କଲା । ତେଣୁ କଥାରେ ଅଛି: ବନ୍ଧୁତା କର ସମ ଜାତି ସହିତ ।