ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସହଯୋଗରେ ସବୁ କାମ ଚାଲେ

                ତୁମେ ମୋତେ କ’ଣ କହୁଛ ଗୋଡ! ହାତ କହିଲା । ଆଜି ଠାରୁ ମୁଁ ତାର ଖାଇବା ପାଇଁ ଆଙ୍ଗୁଳି ମଧ୍ୟ ଚାଳନା କରିବି ନାହିଁ ।

ମୁହଁ କହିଲା ତୁମେ ମୋତେ କ’ଣ ବୋଲି ଭାବିଲକି ଭାଈ? ଆଜି ଠାରୁ ମୁଁ ଯଦି କିଛି କାମ କରେ, ତେବେ ମୋତେ ତୁମେ ମାନେ ଛେପ ପକାଇବ ।

ଦାନ୍ତ କହିଲା – ଆଜି ଠାରୁ ଆମେ ପ୍ରତିଜ୍ଞା କରୁଛୁ ଯେ କେବେବି ତା’ପାଇଁ ଦାନା ଚୋବାଇବୁ ନାହିଁ ତାହା ପଡିଯାଉ ପଛକେ ।

ଏହି ପରି ଭାବେ ଦେହର ସବୁ ଅଙ୍ଗ ପ୍ରତିରୋଧ ଆରମ୍ଭ କରି ଦେଲେ । ଗୋଡ ଚାଲିବା, ହାତ – ଅଙ୍ଗୁଳି ହଲାଇବା, ମୁହଁ ଖାଦ୍ୟ ଗିଳିବା ଆଉ ଦାନ୍ତ ଭୋଜନ ଚୋବାଇବା କାମ ଛାଡି ଦେଲେ । ଏହି ପ୍ରତିରୋଧ ଫଳ ସ୍ୱରୂପ ଏଭଳି ହେଲା ଯେ କିଛି ଦିନ ମଧ୍ୟରେ ହାତ ଗୋଡ ସବୁ ଦୁର୍ବଳ ହୋଇ ପଡିଲା । ଶରୀରଟି ସୁଖିଲା ସୁଖିଲା ମଲା ମଲା ଭଳି ଦେଖା ଗଲା ।

ସମସ୍ତେ ଭାବିବାକୁ ଲାଗିଲେ ଏଥର କ’ଣ କରାଯାଇ ପାରିବ? ମୁହଁ କହିଲା ବୁଝି ଗଲୁ ଆମେ । ଆମର ପ୍ରତିରୋଧକୁ ଲାତ ମାର । ନିଜ ନିଜ କାମ କର । ଏଥିରେ ନିଶ୍ଚୟ ଆନନ୍ଦ ମିଳିବ ।

ତା’କଥା ଶୁଣିବା ମାତ୍ରେ ସମସ୍ତ ଅଙ୍ଗମାନେ ନିଜ ନିଜ କାମ କରିବା ଆରମ୍ଭ କରି ଦେଲେ । ଆଉ କିଛି ସମୟ ମଧ୍ୟରେ ସେମାନଙ୍କର ଅବସ୍ଥା ପୂର୍ବ ପରି ସବଳ ହୋଇ ଗଲା । ଦିନେ ପେଟ କହିଲା – ଏଥର ଆସି ଗଲା ବୁଦ୍ଧି ତ ତୁମ ମାନଙ୍କ ମୁଣ୍ଡରେ । ଶୁଣିଲି ଗୋଡ ଏଇଠି ସେଇଠି ଖାଦ୍ୟ ଯୋଗାଡ କଲା, ହାତ ତାହାକୁ ସଜେଇ ମୁହଁକୁ ଦେଲା ମୁହଁ ପର୍ଯ୍ୟନ୍ତ ପହଁଚାଇଲା ଆଉ ଦାନ୍ତ ତାକୁ ଚୋବାଇ ମୋତେ ଦେଲା । ମୁଁ ଚୁପ୍ ଚାପ୍ ତାହାର ରସ ପ୍ରସ୍ତୁତ କରି ଆଉ ସେଇ ରସକୁ ତୁମ ମାନଙ୍କ ମଧ୍ୟରେ ଛାଡି ଦେଲି । ଏହା ଦ୍ୱାରା ତୁମେ ମାନେ ମଜବୁତ୍ ରହୁଛ । ଏହି ପ୍ରକାର ସଂସାରରେ ସମସ୍ତ କାମ ସମସ୍ତେ ସମସ୍ତଙ୍କର ସହଯୋଗରେ ଚାଲୁଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ