ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସାଗର ଓ ନଦୀ କଥା

   ପାହାଡ ଧାରେ ଧାରେ ପାହାଡି ନଦୀଟି କୁଳୁକୁଳୁ ହୋଇ ଅବିରତ ବହି ଚାଲିଥାଏ । ପଥିକ ଜଣେ ସେଇ ନଈ କୂଳରେ ମନଫୁଲାଣିଆ ଗୀତ ଗାଇ ଚାଲିଥାଏ ଆଗକୁ ଆଗକୁ । ସତେଯେପରି ଧରାବୁକୁରେ ନଈର ନୈସର୍ଗିକ ଶୋଭା ତାକୁ ଆହ୍ଲାଦିତ କରିଦେଇଛି ।

       ଏହିଭଳି ନଈକୂଳେ ସେ ଅନେକ ବାଟ ଚାଲିଗଲାଣି । ହଠାତ୍ ପଥିକଟି ତୃଷାର୍ତ ହୋଇ ପଡିଲା । ସେ ନଈ ଭିତରେ ପଶି ତା’ର କାଚକେନ୍ଦୁ ଜଳରୁ ପେଟଭରି ଜଳପିଇ ତୃଷା ନିବାରଣ କଲା । ନଈର ଜଳ ବେଶ୍ ମଧୁର ଲାଗିଲା ତାକୁ ।

       ଠିକ୍ ସେତିକିବେଳେ ପଥିକମନରେ ଏକ ଅଜବ ପ୍ରଶ୍ନ ଜାଗି ଉଠିଲା । ତହୁଁ ସେ ନଈକୁ ପଚାରିଲା, “ତୁମେତ ଏତେ ଛୋଟ, ହେଲେ ତୁମର ଜଳ ଏତେ ମଧୁର କାହିଁକି? ମାତ୍ର ସାଗର ଏତେ ବିଶାଳ, ଯାହାକୁ ଦେଖିଲେ ଆଖି ପାଏନି ତା’ର ଜଳ ଏତେ ଲୁଣିଆ ଯେ ତୁଣ୍ଡରେ ଦେଇ ହେଉନି କାହିଁକି?”


ଗପ ସାରଣୀ

ତାଲିକାଭୁକ୍ତ ଗପ