ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସାଧୁ ଦେବ ଶର୍ମାଙ୍କ କାହାଣୀ

       ଅନେକ ଦିନ ତଳେ, ଏକ ନିକାଂଚନ ସ୍ଥାନରେ ‘ଦେବଶର୍ମା’ ନାମକ ଜଣେ ସାଧୁ ମଠ ସ୍ଥାପନ କରିଥିଲେ । ତାଙ୍କର ଏହି ମଠକୁ ଅନେକ ସାଧାରଣ ଜନତା ବୁଲିବାକୁ ଆସୁଥିଲେ ଏବଂ ତାଙ୍କୁ ବିଭିନ୍ନ ପ୍ରକାର ହାତବୁଣା ଦ୍ରବ୍ୟ ପ୍ରଦାନ କରଥିଲେ । ଯାହାକୁ କି ସେ ବିକ୍ରୀ କରି ଦିନକୁ ଦିନ ଧନୀ ହେବାକୁ ଲାଗିଲେ । ସେ ଯେତେ ଧନୀ ହେଲେ ମଧ୍ୟ କାହାପ୍ରତି ଦିନେ ବିଶ୍ୱାସ ଘାତକତା କରି ନଥିଲେ । ଦିନ, ରାତି ସବୁ ସମୟରେ ସେ ସଂଚିତ ଧନର ଥଳୀଟିକୁ ହାତରେ ଧରୁଥିଲେ । କଦାପି ନିଜଠାରୁ ତାହାକୁ ଅଲଗା କରୁ ନଥିଲେ ।

       ସାଧୁ ଦେବ ଶର୍ମାଙ୍କ ମତରେ ଧନ ଉପାର୍ଜନ କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର । ଧନର ଆସିବା,ଯିବା ସଦାସର୍ବଦା ଅସୁବିଧା ସୃଷ୍ଟି କରିଥାଏ । ତାଙ୍କ ମତରେ ଏହା ଶେଷହୀନ । ଶେଷହୀନ ଏହି ଚିନ୍ତାର କାରଣକୁ ସର୍ବଦା ନିନ୍ଦା କରିବା ଉଚିତ୍ ।

       ଆଷାଢଭୂତି ନାମକ ଜଣେ ଠକ ଯିଏ କି ସର୍ବଦା ସାଧାରଣ ଜନତାଙ୍କର ଉପାର୍ଜିତ ଧନକୁ ଲୁଣ୍ଠନ କରେ । ସେ କିପରି ଜାଣିବାକୁ ପାଇଲା ଯେ, ସାଧୁ ଦେବଶର୍ମା ତାଙ୍କ ସଂଚିତ ଧନକୁ ସଦାସର୍ବଦା ନିଜ ବାହୁ ମୂଳରେ ରଖି ଥାଆନ୍ତି । ସେ ମନେ ମନେ ଚିନ୍ତାକଲା, କିପରି ସାଧୁଙ୍କର ଧନକୁ ଅପହରଣ କରିବ । ମଠର କାନ୍ଥରେ ଗାତ କରି ସେହି ବାଟରେ ଯାଇ ଚୋରି କରିବା ଅତ୍ୟନ୍ତ କଷ୍ଟକର । ତେଣୁ ଏପରି କିଛି କରିବାକୁ ହେବ ଯାହା ଦ୍ୱାରା ସେ ସାଧୁଙ୍କର ବିଶ୍ୱାସ ଭାଜନ ହୋଇପାରିବ । ତେଣୁ ସେ ପ୍ରଥମେ ସାଧୁଙ୍କ ନିକଟରେ ପହଁଚି ଏପରି ମଧୁର ବଚନ କହିବ ଯେ, ଯାହାଦ୍ୱାରା ସାଧୁ ତାକୁ ନିଜର ଶିଷ୍ୟ ରୂପେ ଗ୍ରହଣ କରିବେ । ଏହିପରି କିଛିଦିନ ସାଧୁଙ୍କର ବିଶ୍ୱାସ ଭାଜନ ହେବା ପରେ ସେ ତାଙ୍କୁ ପୂର୍ଣ୍ଣ ମାତ୍ରାରେ ନିଜ ହାତ ମୁଠାକୁ ଆଣିପାରିବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ