ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସାଧୁ ବାବା

         ଏହା ପରେ ସାହୁକାରଙ୍କର ପତ୍ନୀ ସ୍ନାନ କାର୍ଯ୍ୟ ସମାପନ କଲେ । ମନ ଥାଏ ତାଙ୍କର ସେହି ସନ୍ନ୍ୟାସୀଙ୍କ ପାଖରେ । ସେଥି ଲାଗି ସାଧୁଙ୍କ ସହ ଆଳାପ ଆଲୋଚନା କରିବା ନିମନ୍ତେ ତାଙ୍କର ବହୁତ ଇଚ୍ଛା ହେଲା । ସେଥି ଲାଗି ସେ କିପରି ଯିବେ ଆଉ କେଉଁ ଆଳରେ ଯିବେ ତାହା ସିଦ୍ଧାନ୍ତ କଲେ ।

         ସ୍ୱାମୀଙ୍କୁ କହିଲେ ମୁଁ ମୋର ମଙ୍ଗଳ ନିମନ୍ତେ ଆଜି ଏହି ନିକଟରେ ଥିବା ସାଧୁଙ୍କ ଦର୍ଶନରେ ଯିବି । ଜଣେ ସାଧୁଙ୍କ ପାଖକୁ କେହି ଖାଲି ହସ୍ତରେ ଯାଏ ନାହିଁ । ସେଥି ଲାଗି ତୁମେ ମୋତେ କିଛି ସୁସ୍ୱାଦୁ ଫଳ ମୂଳ ଆଣି ଦିଅ ।

         ସଂସାରରେ ଥିବା ସମସ୍ତ ପୁରୁଷଙ୍କ ପରି ସାହୁକାର ମଧ୍ୟ ସ୍ତ୍ରୀ ବୋଲକରା ଥିଲେ । ସ୍ତ୍ରୀଙ୍କର ମନରୁ ଅଶାନ୍ତି ଦୂର ହେଉ ଏହା ଥିଲା ତାଙ୍କର ଇଚ୍ଛା । ତେଣୁ ସ୍ତ୍ରୀ ରମ୍ଭାଙ୍କର ଇଚ୍ଛା ପୂରଣ ନିମନ୍ତେ ପାଖ ବଜାରକୁ ଯାଇ କିଛି ଫଳ ମୂଳ କିଣି ଆଣି ଦେଲେ ।

         ସ୍ୱାମୀ ସ୍ତ୍ରୀଙ୍କର ମନ ଜାଣି ସୁନ୍ଦର ସୁନ୍ଦର ସ୍ୱାଦୁ ଫଳ ଆଣି ଦେଇ ଥିବାରୁ ସ୍ୱାମୀଙ୍କ ଉପରେ ରମ୍ଭା ଖୁସି ହେଲେ । ତାପରେ ସେ ଫଳ ସମୁହକୁ ନେଇ ସନ୍ନ୍ୟାସୀଙ୍କ ନିକଟକୁ ଗଲେ । ସନ୍ନ୍ୟାସୀଙ୍କର ପାଦ ସ୍ପର୍ଶ କରି ଫଳ ଗୁଡିକ ସାଧୁଙ୍କ ଆଗରେ ଥୋଇ ଦିଅନ୍ତେ ସାଧୁ କହିଲେ ଏହି ଫଳ ସବୁ କାହିଁକି ଆଣିଛ? ଯାହା ଆମ୍ଭଙ୍କୁ ସବୁ ଦିନ ମିଳେ ନାହିଁ ସେପରି ଜିନିଷ ଆମ୍ଭେ ବା ଗ୍ରହଣ କରିବୁ କିପରି?

         ସାଧୁଙ୍କ ମୁଖରୁ ଏକଥା ବାହାରନ୍ତେ ରମ୍ଭା ପଚାରିଲେ ମୁଁ ଆପଣଙ୍କ କଥାର ପ୍ରକୃତ ରହସ୍ୟ କ’ଣ ତାହା ଜାଣି ପାରିଲି ନାହିଁ । କେଉଁ ଜିନିଷ ଆପଣଙ୍କୁ ସବୁ ଦିନ ମିଳେ ନାହିଁ । ତାହା ପ୍ରକାଶ କରନ୍ତୁ । ସନ୍ନ୍ୟାସୀ କହିଲେ ସେ ସବୁ ଯେବେ ତମେ ପୂରଣ କରିବ ତାହା ହେଲେ ସିନା ପ୍ରକାଶ କରିବି । ଅଯଥାରେ ପ୍ରକାଶ କରି ଶେଷରେ ଅପମାନର ଫଳ ଭୋଗ କରିବାକୁ ହୁଏ । ଏହା ପରେ ଆମ୍ଭକୁ ସେହି ଅପମାନର ପ୍ରତିଶୋଧ ନେବାକୁ ହେଲେ ଦାତାଙ୍କର ସର୍ବନାଶ ହେବା ଯାଏଁ କଥା ଯାଇଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ