ଏହି କଥା ଗୁଡିକ ରମ୍ଭାକୁ କିମିତି କିମିତି ଗୋଟାଏ ଭଲ ଲାଗୁଥାଏ । ତେଣୁ ସେ କହିଲେ ଆପଣ ଯାହା କହିବାକୁ ଚାହୁଁଛନ୍ତି ତାହା ସ୍ପଷ୍ଟ ଭାବରେ କହିବା ଭଲ । ଆପଣ ମନରେ ଯେଉଁ ସବୁ ସନ୍ଦେହର ପ୍ରଶ୍ନ ଆସୁଛି ତାହା ମନ ମଧ୍ୟରୁ ଦୂର କରିବା ଦରକାର ।
ଏହା ପରେ ସନ୍ନ୍ୟାସୀ ହସ ହସ ହୋଇ କହିଲେ ଏହି ଦୁର୍ମୁଲ୍ୟ ଫଳ ଗୁଡିକ ଯେପରି ସନ୍ନ୍ୟାସୀ ମାନଙ୍କୁ ମିଳିବାର ଅସମ୍ଭବ ହୋଇଥାଏ ସେହି ପରି ଏହି ତୁମେ । ତୁମ ପରି ସୁନ୍ଦରୀ ସ୍ତ୍ରୀଙ୍କର ଦେହ ।
ମଳୁ ଖୋଜୁଥିଲା ଯାହା ବଇଦ ବତାଇଲା ତାହା ।
ସନ୍ନ୍ୟାସୀଙ୍କର ଏକଥା ଶୁଣି ରମ୍ଭା ଓଠରେ ଧାରେ ହସ ଉକୁଟି ଉଠିଲା । ସେ କହିଲା – ମଳୁତ ତାହା ଖୋଜୁ ଥିଲା, ଆପଣ କ’ଣ ମୋତେ ପାଇ ସୁଖୀ ହୋଇ ପାରିବେ । ଯଦି ପାରିବେ ତାହା ହେଲେ କୁହନ୍ତୁ ମୋତେ ପୁଣି କ’ଣ କରିବାକୁ ହେବ ।
ସନ୍ନ୍ୟାସୀ କହିଲେ ତୁମେ ତୁମ ସ୍ୱାମୀଙ୍କ ସହିତରେ ଅଛ । ମୋର ମନର କ୍ଷୁଧାକୁ କିପରି ରକ୍ଷା କରିବ ତାହା ତୁମ ଉପରେ ନ୍ୟସ୍ତ । ରମ୍ଭା କହିଲା, ସେକଥା ଆପଣ ଆଦୌ ଚିନ୍ତା କରନ୍ତୁ ନାହିଁ । ମୁଁ ଆପଣଙ୍କୁ ପ୍ରାଣ ଦେଇ ଭଲ ପାଇ ସାରିଛି । ଆପଣଙ୍କ ପାଇଁ ଯାହା ଦରକାର ସେ ବ୍ୟବସ୍ଥା ମୁଁ କରିବି । ଏହା କହି ରମ୍ଭା ସନ୍ନ୍ୟାସୀଙ୍କ ଲାଗି ଆଣିଥିବା ସମସ୍ତ ଫଳ ମୂଳ ଦେଇ ଚାଲି ଗଲା ।
ଏହା ପରେ ରାତି ହେଲା । ତୀର୍ଥ ଯାତ୍ରୀ ମାନେ ସେହି ଠାରେ ରାତ୍ରି ଯାପନ କରୁ ଥାଆନ୍ତି । କିପରି ରାତ୍ରି ନିଶବ୍ଦ ହେବ ସମସ୍ତେ କାଳ ନିଦ୍ରାରେ ନିଦ୍ରିତ ହେବେ । ସ୍ୱାମୀଙ୍କର ଶୋଇବା ପରେ ରମ୍ଭା ସନ୍ନ୍ୟାସୀଙ୍କ ନିକଟକୁ ଯିବ ।
ବେଶ୍ ସମୟ ଆସିଲା ତୀର୍ଥ ଯାତ୍ରୀ ମାନେ ସମସ୍ତେ ଶୋଇ ପଡିଲେ । ଏହି ସୁବିଧା ଦେଖି ସାହୁକାରର ସ୍ତ୍ରୀ ରମ୍ଭା ସନ୍ନ୍ୟାସୀଙ୍କ ପାଖକୁ ଆସିଲା । ଏହାପରେ ସେମାନେ ସାରରିକ ସମ୍ଭୋଗରେ ଲିପ୍ତ ହୋଇଗଲେ ।
ଶୁଆ ଆଉ ଶାରୀ ଦୁହେଁ ଝଗଡା ନହୋଇ କିଛି ସମୟ ଚୁପ୍ ହୋଇ ବସିଲେ ।