ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସାଧୁ ଭକ୍ତ

       ଏଥର ଭଗବାନ ନିଜ ଭକ୍ତର ସଂଯମତା ଦେଖି ମୁରୁକି ହସିଲେ । ସେ ଭକ୍ତକୁ ଆଉ ଥରେ ପରୀକ୍ଷା କରିବା ପାଇଁ ଠିକ୍ କଲେ । ଭକ୍ତ ସ୍ନାନସାରି ଫେରିବା ବାଟରେ ଏକ ଛୋଟ ସ୍ୱର୍ଣ୍ଣ କଳସୀ ରଖିଦେଲେ ।

       ଏବେ ଭକ୍ତ ସ୍ୱର୍ଣ୍ଣ କଳସୀଟିକୁ ଦେଖି ନିଜର ଦାରିଦ୍ର୍ୟତା କଥା ମନେ ପକାଇଲେ । ମନରେ ଭାବିଲେ ଏହି ପାତ୍ରଟିକୁ ଉଠାଇ ନେବା ପାଇଁ । ପୁନଶ୍ଚ ଅନ୍ୟ ଏକ ଭାବନା ଆସିଲା ମୋ ପାଇଁ ସ୍ୱର୍ଣ୍ଣର ଆବଶ୍ୟକତା ନଥିଲା ବେଳେ ମୁଁ ଏହାକୁ ନେବି କାହିଁକି? ଏହା ବିନା ମୋର ଜୀବନଯାତ୍ରା ଠିକ୍ ଚାଲିଛି । ଏହାକୁ ନେଇଗଲେ ମୋ’ ମନରେ ଲୋଭ ଅହଂକାର ଜାଗି ଉଠିବ । ଏହାଦ୍ୱାରା ମତି ଭ୍ରମ କାରଣରୁ ମୁଁ ଈଶ୍ୱରଙ୍କ ନାମ ସ୍ମରଣ କରି ପାରିବି ନାହିଁ । ଏହା ନକଲେ ନରକରେ ପଡି ଘାଂଟି ହେବି । ସୁତରାଂ ଏହି ତୁଚ୍ଛ ସ୍ୱର୍ଣ୍ଣପାତ୍ର ନେଇ ମୋର ସଂଚିତ ଧର୍ମକୁ କାହିଁକି ନଷ୍ଟ କରିଦେବି? ମନର ସୁଖ ଶାନ୍ତି ନଷ୍ଟ ହୋଇଗଲେ ମୁଁ ପାଇବି କ’ଣ? ସୁତରାଂ ମୋର ସୁଖଶାନ୍ତି ବ୍ୟତୀତ ଧନ ଦରବ କି ଲୋଡା? ଏହା ଯୋଗୁଁ ମନରେ କାମ, କ୍ରୋଧ, ଲୋଭ ଆସିବ । ମଣିଷ ଅମଣିଷ ପାଲଟିଯିବ । ସବୁଠାରୁ ଉତ୍ତମ ହେବ ମୁଁ ପୂର୍ବଭଳି ଈଶ୍ୱରଙ୍କ ନାମ ଜପି ଖୁସିରେ ସମୟ କାଟିଦେବି । ଏହିଭଳି ଅନେକ କଥା ମନରେ ଚିନ୍ତାକରି ଭକ୍ତ ସ୍ୱର୍ଣ୍ଣକଳସୀଟିକୁ ଛାଡି ଚାଲି ଆସିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ