ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସାଧୁ ଲୋଭ ଯୋଗୁ ମଲେ

       ଥରେ ତିନିଜଣ ସାଧୁ ସାଥୀ ହୋଇ ଏକ ନଈକୂଳିଆ ରାସ୍ତା ଦେଇ ଚାଲିଥାନ୍ତି । ସେମାନଙ୍କ ଭିତରେ ଜଣେ ତରୁଣ, ଜଣେ ପ୍ରୌଢ ଓ ଜଣେ ବୃଦ୍ଧ ଥିଲେ । ବର୍ଷାଋତୁ ସମୟ, ନଈର ଦୁଇକୂଳ ଲଘିଂ ବନ୍ୟାଜଳ ପ୍ରବାହିତ ହେଉଥାଏ । ବନ୍ୟା ଜଳରେ ଗଛପତ୍ର, ଶୁଖିଲା କାଠଗଡ ଆଦି ଭାସି ଆସୁଥାଏ ।

       ହଠାତ୍ ତରୁଣ ସାଧୁଜଣକ ଦୃଷ୍ଟିରେ ପଡିଲା କଳା ରଂଗର କମ୍ବଳଟି ଭଳି କ’ଣ ଭାସିଯାଉଛି । ସେ ଏହାକୁ କମ୍ବଳଟିଏ ବୋଲି ବିଚାରି ଗୁରୁଦେବଙ୍କୁ କହିଲେ, “ଆଜ୍ଞା, ଦେଖିପାରୁଛନ୍ତି, ଗୋଟିଏ ସୁନ୍ଦର କମ୍ବଳ ଜଳରେ ଭାସି ଯାଉଛି ।”

       ଗୁରୁ କହିଲେ, “ଭାସିଯାଉଛି ତ ଯାଉ । ତୁମର ତ ଗୋଟିଏ କମ୍ବଳ ଅଛି, ଆଉ ଗୋଟିଏ କ’ଣ ଲୋଡା? ସାଧୁଙ୍କର ତ ଗୋଟିଏ ଲୋଟା ଓ ଗୋଟିଏ କମ୍ବଳ ହିଁ ସମ୍ପତି ।”

       ତରୁଣ ସାଧୁ କହିଲେ, “ମହାଶୟ, ଅଳ୍ପ ଦିନ ପରେ ଶୀତଋତୁ ଆସିବ । ସେତେବେଳେ ପ୍ରବଳ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଗୋଟିଏ କମ୍ବଳକୁ ଶେଯ ଓ ଅନ୍ୟଟିକୁ ଘୋଡେଇ ହେବାରେ ବ୍ୟବହାର କରିବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ