ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସାଧୁ ଲୋଭ ଯୋଗୁ ମଲେ

       ହେଲେ ତରୁଣ ସାଧୁ ଜଣକ ଗୁରୁଙ୍କ କଥା ଆଦୌ ଶୁଣିଲେ ନାହିଁ । ମନରେ ଭାବିଲେ ଅକାରଣରେ କମ୍ବଳଟି ଭାସିଯିବ ସିନା କାହାକାମରେ ଲାଗିବ ନାହିଁ, ଶେଷରେ ସମୁଦ୍ରରେ ଲୀନ ହୋଇଯିବ । ସୁତରାଂ ସେଇଟିକୁ ଉଦ୍ଧାର କରିନେବା ହିଁ ବୁଦ୍ଧିମାନର କାର୍ଯ୍ୟ । ଏହା ଭାବି ହାତରେ ଧରିଥିବା କମଣ୍ଡଳୁ ଓ କମ୍ବଳକୁ ପାଖରେ ଥିବା ଆଉ ଜଣେ ସାଧୁଙ୍କୁ ଧରାଇ ଦେଇ ସେ ନଦୀଗର୍ଭକୁ ଡେଇଁ ପଡିଲେ । ସାଧୁ ଏବେ ପହଁରି ପହଁରି କମ୍ବଳ ପାଖରେ ପହଂଚିଗଲେ ।

       ବହୁ କଷ୍ଟରେ ସାଧୁ କମ୍ବଳଟିକୁ ଟାଣି ଆଣିବାକୁ ଚେଷ୍ଟା କଲାବେଳେ କମ୍ବଳ ଭଳି ଦେଖାଯାଇଥିବା ଭାଲୁଟି ସାଧୁଙ୍କୁ ଜାବୁଡି ଧରିଲା । ଫଳରେ ସାଧୁ ଯେତେ ଚେଷ୍ଟା କଲେ ମଧ୍ୟ କୂଳକୁ ଆସି ପାରିଲେ ନାହିଁ ।

       ଗୁରୁଦେବ ଯେତେବେଳେ ଜାଣିଲେ ସାଧୁ କୂଳକୁ ଆସୁ ନାହାନ୍ତି ସେତେବେଳେ ପାଟିକରି ଡାକିଲେ କୂଳକୁ ଆସିବା ପାଇଁ । ହେଲେ ଗୁରୁଙ୍କ ଡାକଶୁଣି ସାଧୁ କହିଲା, “ଆଜ୍ଞା ! ମୋତେ କମ୍ବଳ ଭିଡି ଧରିଛି, ମୁଁ ଯିବି କିପରି? ଏହା କହିବାର ଅଭିପ୍ରାୟ ଥିଲା ଯେ, ତରୁଣ ସାଧୁ ସେତେବେଳ ଯାଏଁ ଜାଣି ନ ଥିଲେ ଏହା କମ୍ବଳ ନୁହେଁ, ଏକ ଭାଲୁବୋଲି ।

       ଏଥର ଗୁରୁ କହିଲେ, “ବଡ ଆଶ୍ଚର୍ଯ୍ୟ କଥା । କମ୍ବଳର ହାତ ନା ଗୋଡ ଅଛି ଯେ ତୁମକୁ ଜାବୁଡି ଧରିଛି ।”

       ତହୁଁ ତରୁଣ ସାଧୁ କହିଲେ, “ଆଜ୍ଞା ! ଏବେ ମୁଁ ଦେଖୁଛି ଏହା କମ୍ବଳ ନୁହେଁ ଏକ ବିରାଟ ଭାଲୁ ଯିଏ ମୋତେ ଜାବୁଡି ଧରିଛି । ସେ ଆଶ୍ରୟ ନ ପାଇ ଭାସି ଯାଉଥିଲା । ଏବେ ମୋତେ ଆଶ୍ରୟ ବୋଲି ଭାବି ଜାବୁଡି ଧରିଛି । ଏତିକି କହିବା ବେଳକୁ ସାଧୁ ଓ ଭାଲୁ ଦୁହେଁ ହଠାତ୍ ଜଳଭଉଁରୀ ଭିତରେ ପଶି ବୁଡି ମରିଗଲେ ।”

       ଏଠାରେ ଅତି ଲୋଭରୁ ସାଧୁଙ୍କର ମୃତ୍ୟୁ ଘଟିବା ସାର ହେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ