ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସାପ ଏବଂ ନେଉଳ କଥା

       ଗୋଟିଏ ଜଙ୍ଗଲରେ ଏକ ବଟବୃକ୍ଷ ଥିଲା । ସେହି ବଟ ବୃକ୍ଷ ମଧ୍ୟରେ କେତେ ଗୁଡିଏ ବଗ ବସବାସ କରୁଥିଲେ । ସେହି ବୃକ୍ଷ ମଧ୍ୟରେ ଏକ ବଡ କୋରଡ ଥିଲା । ସେହି କୋରଡ ମଧ୍ୟରେ ଏକ କଳାସାପ ବାସ କରୁଥିଲା । ସେହି ସାପଟି ଦୁଷ୍ଟ ସ୍ୱଭାବର ଥିଲା । ସେହି ବୃକ୍ଷରେ ବସା ବାନ୍ଧିଥିବା ବଗର ସମସ୍ତ ଛୁଆଙ୍କୁ ସାପ ମାରି ଦେଉଥିଲା । ଗୋଟିଏ ବଗର ଛୁଆକୁ ସାପ ମାରିବା ପରେ ଦିନେ ବଗଟି ମନ ଦୁଃଖରେ ସରସ୍ୱତୀ ନଦୀ ତଟରେ ପହଁଚିଲା । ନଦୀ ତଟରେ ବସି ବଗଟି ଆଖିରୁ ଲୁହ ଝରାଉଥାଏ । ଗୋଟିଏ କଙ୍କଡା ବଗର ଏହି ଦୁଃଖ ଦେଖି ପଚାରିଲା, ‘ବଗଭାଇ’! କାହିଁକି ମନ ଦୁଃଖରେ ଆଖିରୁ ଲୁହ ଗଡାଉଛ । ବଗଟି କହିଲା, ‘କଣ କରିବି’? ମୋତେ କିଛି ବୁଦ୍ଧି ବାଟ ଦେଖାଯାଉ ନାହିଁ । ମୁଁ ହେଉଛି ସଂସାରରେ ଏକମାତ୍ର ଦୁଃଖୀ ଯିଏକି ତା’ର ସନ୍ତାନ ମାନଙ୍କୁ ବାରମ୍ବାର ଦୁଷ୍ଟସାପ କବଳରୁ ରକ୍ଷା କରିପାରୁ ନାହିଁ । ବଡ ହେବାର ଯଥେଷ୍ଟ ଆଗରୁ ସେମାନେ ମୃତ୍ୟୁବରଣ କରୁଛନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ