ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସାପ ଏବଂ ନେଉଳ କଥା

       କଙ୍କଡାଟି ବଗର ଦୁଃଖ-କାହାଣୀ ଶୁଣି ମନ ଭିତରେ ଆନନ୍ଦିତ ହେଉଥାଏ । କାରଣ ବଗ ହେଉଛି ମାଛ କଙ୍କଡାଙ୍କର ଚିର ଶତ୍ରୁ । କଙ୍କଡା ମନେ ମନେ ଚିନ୍ତା କଲା ବଗ ବଂଶକୁ କିପରି ନିପାତ କରିବ । ତେଣୁ ସେ ବଗକୁ କହିଲା, ‘ବଗ ଭାଇ’! ତୁମ କଥା ସବୁ ଖୁବ୍ କୋମଳ । ତେଣୁ ମୁଁ ତୁମ ଦୁଃଖ ସହ୍ୟ କରିପାରୁ ନାହିଁ । ମୁଁ ତୁମକୁ ଯେଉଁ ଉପାୟ ବତାଇ ଦେବି ତୁମେ ସେହି ଅନୁସାରେ କାର୍ଯ୍ୟ କର । କଙ୍କଡା କହିଲା, ‘ସାପ ଯେଉଁ କୋରଡରେ ବାସ କରୁଛି ସେହି କୋରଡ ନିକଟରୁ ନେଉଳ ବାସ କରୁଥିବା ଗାତ ପର୍ଯ୍ୟନ୍ତ କିଛି ଛୋଟ ମାଛ ପକାଇ ଦିଅ । ମାଛ ଖାଇ ଖାଇ ନେଉଳ ସାପ ଗାତ ନିକଟରେ ପହଁଚିଯିବ । ସାପକୁ ଦେଖିବା ମାତ୍ରେ ନେଉଳ କଦାପି ତାକୁ ଛାଡିବ ନାହିଁ । ଜୀବନରୁ ମାରି ଦେବାକୁ ଚାହିଁବ । ଶେଷରେ ନେଉଳ ତାକୁ ଜୀବନରୁ ମାରି ଦେବ ।

       କଙ୍କଡାର କଥା ଶୁଣି ବଗ ସେହି ଅନୁସାରେ କାର୍ଯ୍ୟ କଲା । ନେଉଳଟି ମାଛ ବାସ୍ନା ପାଇ ନିଜ ଗାତ ମଧ୍ୟରୁ ବାହାରି, ଗୋଟିଏ ପରେ ଗୋଟିଏ ମାଛ ଖାଇ, ସାପ କୋରଡ ନିକଟରେ ପହଁଚିଲା । ସାପକୁ ଦେଖିବା ମାତ୍ରେ ନେଉଳ ତା’ ସହିତ ଲଢେଇ କରି ତା’କୁ ମାରିଦେଲା । କିନ୍ତୁ ଦୁର୍ଭାଗ୍ୟ ବଶତଃ ନେଉଳଟି ସାପକୁ ମାରିବା ସଂଗେ ସଂଗେ ଗଛର ଅଗ୍ରଭାଗରେ ଯେତେ ବଗ ବାସ କରୁଥିଲେ, ସମସ୍ତଙ୍କୁ କାମୁଡି ମାରି ଦେଲା ।

       ତେଣୁ ବିଚାରପତି କହିଲେ ଜଣେ ଧୂର୍ତ ବା ଶଠ ବ୍ୟକ୍ତି କଦାପି ସମସ୍ୟାର ସମାଧାନ ଚାହେଁ ନାହିଁ, ସେ ସର୍ବଦା ପରିଣାମ କଥା ଚିନ୍ତା କରିଥାଏ । ‘କାରାତକ’ ଦମନକଙ୍କୁ କହିଲେ, ‘ଦମନକ’ ‘ତୁମେ ହେଉଛ ଠିକ୍ ପାପବୁଦ୍ଧି ପରି’ । ତୁମେ ମହାରାଜ ଏବଂ ସଂଜୀବକଙ୍କ ମଧ୍ୟରେ କଳହ ସୃଷ୍ଟି କରିପାରିଲ, କିନ୍ତୁ ଏହାର ପରିଣାମ ଯେ କେତେ ଭୟଙ୍କର ହେବ ତାହା ଚିନ୍ତା କରିପାରିଲ ନାହିଁ । ତୁମେ ଏମାନଙ୍କ ମଧ୍ୟରେ ଯେଉଁ ଶତ୍ରୁତା ସୃଷ୍ଟି କରିଲ, ତାହା ଏମାନେ ନ ଜାଣିଲେ ମଧ୍ୟ, ଭଗବାନ ଜାଣନ୍ତି ତୁମେ କେଉଁ ପ୍ରକାରର? ତେଣୁ କେଉଁ ଅବସ୍ଥାରେ କ’ଣ ଘଟିବ ତାହା କେହି ଜାଣି ନଥାନ୍ତି । ଭଗବାନଙ୍କର ଇଚ୍ଛାଅନୁସାରେ ସବୁକିଛି ସମ୍ଭବ ହୋଇଥାଏ । ଯେପରି ଜୀବନାର୍ଦ୍ଧନ ବିଚାରପତିଙ୍କୁ କହିଲା, ‘ଯଦି ଗୋଟିଏ ମୂଷା ଲୁହାର ନିକିତିକୁ ଖାଇପାରେ, ସେହିପରି ଗୋଟିଏ ଜଳପକ୍ଷୀ ମଧ୍ୟ ଗୋଟିଏ ଶିଶୁକୁ ନେଇଯାଇପାରେ ।

       ‘ଦମନକ’ ସଂଗେ ସଂଗେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ? ‘କାରାତକ’ କାହାଣୀ କହିବା ଆରମ୍ଭ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ