ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସାପ ଏବଂ ବେଙ୍ଗକଥା

ଗୋଟିଏ କୂପ ମଧ୍ୟରେ ବେଙ୍ଗମାନଙ୍କ ରାଜା ‘ଗଙ୍ଗଦତ’ ତା’ର ଅନୁଚର ବର୍ଗଙ୍କ ସହିତ ବାସ କରୁଥାଏ । ସେ ନିଜକୁ ନିଜେ ବେଙ୍ଗ ମାନଙ୍କର ରାଜା ବୋଲି କହୁଥାଏ । କିନ୍ତୁ ଅନ୍ୟ ବେଙ୍ଗମାନେ ତା’ର କଥାକୁ ଖାତିର୍ କରୁନଥାନ୍ତି । ଗଙ୍ଗଦତ ସବୁ ସମୟରେ ଚାହୁଁଥାଏ ସେମାନଙ୍କ ଉପରେ ପ୍ରତିଶୋଧ ନେବା ପାଇଁ । ଏହି ପରି ନିଜ ବନ୍ଧୁମାନଙ୍କୁ ଦଣ୍ଡ ଦେବା କଥା ଚିନ୍ତା କରୁଥିବା ସମୟରେ, ସେ ଦେଖିଲା ଏକ ବଡ କଳା ସାପ ତା’ର ଗାତଭିତରକୁ ପ୍ରବେଶ କରୁଛି । ସେ ଏହାଦେଖି ଚିନ୍ତାକଲା, ‘ବର୍ତ୍ତମାନ ମୁଁ କ’ଣ କରିବି’, ଏମାନେ ଦେଖିବେ? ମୁଁ ଏହି ସାପକୁ ହାତକରି କୂପ ମଧ୍ୟକୁ ନେଇଯିବି । ଏହା ସାହାଯ୍ୟରେ ଅନ୍ୟ ବେଙ୍ଗମାନଙ୍କୁ ମୁଁ ବିନାଶ କରିପାରିବି । ତେଣୁ କଥାରେ ଅଛି, ‘ନିଜର କାର୍ଯ୍ୟସିଦ୍ଧି ପାଇଁ, ଶତ୍ରୁକୁ ଶତ୍ରୁ ସହିତ ଲଗାଇ ଦେବା ଉଚିତ୍’ । ଗୋଟିଏ କଂଟାକୁ କେବଳ ଗୋଟିଏ କଂଟା ଦ୍ୱାରା ହିଁ କଢାଯାଇଥାଏ ।

       ଏହା ଚିନ୍ତାକରି ବେଙ୍ଗ ଯାଇ ସାପ ନିକଟରେ ପହଁଚିଲା ଏବଂ କହିଲା, ‘ବନ୍ଧୁ’ ଟିକେ ଗାତ ବାହାରକୁ ଆସ । ବେଙ୍ଗର କଥା ଶୁଣି ସାପ ଭାବିଲା, ‘ଏହି କଣ୍ଠସ୍ୱରତ ମୋର କୌଣସି ବନ୍ଧୁ ପରିଜନଙ୍କର କଣ୍ଠସ୍ୱରଭଳି ଜଣାପଡୁନାହିଁ । ତେଣୁ ସାପଟି କହିଲା, ‘ମୋର ତ’ ଏଠାରେ କେହି ବନ୍ଧୁ ନାହାନ୍ତି । ତେଣୁ ଆପଣ କିଏ ମୁଁ ଜାଣି ପାରୁନାହିଁ । ସାପର କଥାଶୁଣି ଗଙ୍ଗଦତ କହିଲେ, ମୁଁ ହେଉଛି ବେଙ୍ଗ ମାନଙ୍କର ରାଜା । ମୋର ନାମ ଗଙ୍ଗଦତ । ମୁଁ ତୁମ ସହିତ ମିତ୍ରତା କରିବାକୁ ଚାହେଁ । ଗଙ୍ଗଦତର କଥା ଶୁଣି ସାପଟି ପ୍ରଥମେ ବିଶ୍ୱାସ କରି ପାରିଲା ନାହିଁ । ସାପଟି କହିଲା, ‘ନିଆଁ ସହିତ ଶୁଖିଲା ଘାସର ମିଳନ କ’ଣ କେବେ ସମ୍ଭବ’? ତେଣୁ ତୁମେ ଆମର ଖାଦ୍ୟ ଏବଂ ଆମେ ତୁମର ଖାଦକ । ତେଣୁ ମୁଁ ତୁମ ସହିତ କିପରି ବନ୍ଧୁତା ସ୍ଥାପନା କରିବି?


ଗପ ସାରଣୀ

ତାଲିକାଭୁକ୍ତ ଗପ