ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସାବାସ୍ ଗୌରବ

ବିଦ୍ୟାଳୟରୁ ବନବିହାର ଗାଡି ଛାଡିଲା । ତାପରେ ସବୁ ପିଲାଏ ସେ ବସ୍ରେ ବସି ନାଚଗୀତରେ ମାତିଲେ । ସକାଳୁ ସକାଳୁ କନ୍ଧମାଳର ବଣପାହାଡର ଦୃଶ୍ୟ ଖୁବ୍ ମନୋରମ ଲାଗୁଥାଏ । ଗାଡିଯାଇ ପୁରୁଡିରେ ଲାଗିଲା । ସେଠାରେ ଯିଏ ଯାହା ଜଳପାନ କଲେ । ଗୌରବ ତା ଟିଫିନ୍ ବାକ୍ସ ଖୋଲି ଦେଖିଲା ମାଆ ତାକୁ ଅଙ୍ଗୁର, କଦଳୀ, କେକ୍, ମିଠା, ବିସ୍କୁଟ ପୁଳାଏ ଲେଖାଏଁ ଦେଇଛନ୍ତି । ସେ ସେଥିରୁ କିଛି ଖାଇଲା, ଅବଶିଷ୍ଟ ମୁଣାରେ ରଖିଦେଇ ଗୌରବ ଚାଲିଲା ଗୁରୁଜୀଙ୍କ ସହ ବନବିହାର କରିବାକୁ । ବଣ ଭିତରେ କିଛି ବାଟ ଯିବା ପରେ ପଲ୍ଲୀ ଗାଁଟିଏ ପଡିଲା । ଏମାନଙ୍କୁ ଦେଖି ଗାଁ ପିଲାଏ ଧାଇଁ ଆସି ଆବାକ୍ ହୋଇ ସେମାନଙ୍କୁ ଖାଲି ଚାହିଁ ରହିଲେ । କାହା ନାକରୁ ସିଙ୍ଗାଣି ବାହାରୁଚି ତ କାହାର ଜାମା ପ୍ୟାଂଟ ନାହିଁ । ଶୀତ ଦିନେ କେହିବି ସୋଏଟର କି ଜ୍ୟାକେଟ୍ ପିନ୍ଧି ନାହାଁନ୍ତି । ଛୋଟ ପିଲାଟିଏ ମୁଢି ମୁଠାଏ ଖାଇବ ବୋଲି ତା ମାଆ ପାଖରେ ଖୁବ୍ ଜୋର୍ରେ କାନ୍ଦି କାନ୍ଦି ଗଡି ଯାଉଛି । ଏସବୁ ଦେଖି ଗୌରବର ମନ ଅତ୍ୟନ୍ତ ଖରାପ ହୋଇଗଲା । ମାଆ ଏତେ ଜିନିଷ ଦେଇଥିଲେ ଯେ ମୁଁ ଖାଇ ପାରିଲି ନାହିଁ ହେଲେ ଏ ଟିକି ପିଲାଟି ଖାଇବା ପାଇଁ କିପରି କାନ୍ଦୁଛି?

ତାପରେ ଘରକୁ ଫେରିଆସିଲା ଗୌରବ । ବନବିହାରର ସବୁ କଥା, ଘଟଣା ଆଗରୁ ସେଇ ଗାଁର ଘଟଣା ବଖାଣି ବସିଲା ସେ । ବାପା ମାଆ ତାକୁ ବୁଝାଇ ଦେଲେ ସେମାନେ ସେପରି ବଢିବାରେ ଅଭ୍ୟସ୍ତ ତାଙ୍କ ପରି ଆମେ ମୋଟେ ଚଳିପାରିବାନିରେ ବାପା । କିନ୍ତୁ ସେ ଗୌରବ କାହା କଥାରେ ବି ଆଦୌ ବୁଝିଲା ନାହିଁ । ତାପରେ ସେ କହିଲା ବାପା ଏଥର ମୋ ଜନ୍ମଦିନ କେମିତି ପାଳନ କରିବେ । ତହୁଁ ବାପା କହିଲେ ଗତବର୍ଷ ଯେମିତି ଧୁମ୍ଧାମ୍ରେ କରିଥିଲେ ଠିକ୍ ସେମିତି । ତୁ ଯଦି କହିବୁ ଆଉ କ’ଣ କରିବା ପାଇଁ ତେବେ କହ? ଏକଥା ଶୁଣି ଗୌରବ କହିଲା ବାପା ଏଥର ମୋତେ ଆପଣ କ’ଣ ଗିଫ୍ଟ ଦେବେ । ବାପା କହିଲେ ତୋ ପାଇଁ ଏଥର ଗୋଟିଏ ଲ୍ୟାପଟପ୍ ଅଣାଯିବ ତୋ ମାଆ କହୁଥିଲେ । ଗୌରବ ଏହା ଶୁଣି କହିଲା, ବାପା ! ମୋର ଗୋଟିଏ ନୂଆ ଦାବୀ ଅଛି ଏଥର ଆମେ ସେଇ ପଲ୍ଲୀ ଗାଁକୁ ହିଁ ଯିବା । ଆଉ ମୋ ପାଇଁ ଉପହାର ଆଣିବା କିଛିବି ଦରକାର ନାହିଁ । ସେଇ ପଇସାରେ ଗାଁ ପିଲାଙ୍କ ପାଇଁ ଶୀତ ଦିନିଆ ଜାମା, ପ୍ୟାଂଟ ସହ କିଛି ବହି କିଣି ଆମେ ସେମାନଙ୍କୁ ଦେବା । ସେଇ ବଣର ଲୋକମାନଙ୍କ ପାଇଁ ରୋଷେଇ କରି ଆମେ ଘରକୁ ଫେରିବା । ଏଭଳି ଚିନ୍ତାଧାରା ଶୁଣି ବାପା କହିଲେ ବାଃ ଗୌରବ ଏହାତ ବହୁତ ଭଲ କଥା । ସେଇୟା ହିଁ ହେବ ଏଥର ତୋର ଜନ୍ମଦିନ ସେଇ ପଲ୍ଲୀ ଗାଁରେ ହିଁ ପାଳନ ହେବ । ତୁ ତୋ ସାଙ୍ଗମାନଙ୍କୁ କହ ସେଠାକୁ ଯିବା ପାଇଁ ରେଡି ହୋଇଯିବେ । ତାପରେ ସେ ଗୌରବ ତାଳିମାରି କହିଲା ସାବାସ୍ ବାପା ସାବାସ୍ ।


ଗପ ସାରଣୀ

ତାଲିକାଭୁକ୍ତ ଗପ