ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସାବାସ୍ ବିଶାନ

ଇଣ୍ଡିଆର ମୁକ୍ତି ଆନ୍ଦୋଳନରେ ଅନେକ ଦେଶପ୍ରେମୀ ବାଳକଙ୍କ ବିଶେଷ ସ୍ଥାନ ରହିଛି ଯାହାକି ଆମ ପାଇଁ ଗର୍ବ ଓ ଗୌରବ । ଯେପରି ଆମ ଓଡିଶାର ବାଜି ରାଉତ ଆମମାନଙ୍କ ପାଇଁ ଏକ ଦୃଷ୍ଟାନ୍ତ ଓ ଇତିହାସ, ଠିକ୍ ସେହିପରି ପଞ୍ଜାବ ପ୍ରଦେଶର ସାତ ବର୍ଷର ପିଲାଟିଏ । ସେ ଅଭିମନ୍ୟୁ ପରି ବୀର ବାଳକର ମାନ୍ୟତା ପାଇଛି ।

ଗୁରୁ ରାମ ସିଂହଙ୍କର ଅନେକ ଶିଷ୍ୟ ଥିଲେ । ସେହି ଶିଷ୍ୟମାନେ ତାଙ୍କ ଗୁରୁଙ୍କ ଆରାଧନାରେ ଏତେ ମଜି ଯାଉଥିଲେ ଯେ ବାହାର ଦୁନିଆଁ ସମ୍ପର୍କରେ ସେମାନେ ଆଦୌ କିଛି ବି ଜାଣି ପାରୁନଥିଲେ । ଭାବ ବିହୋଳ ହୋଇ ସେମାନଙ୍କ ଠାରୁ ‘କୁକ୍’ ସ୍ୱରଟିଏ ନିସୃତ ହେଉଥିଲା । ତେଣୁ ସେମାନଙ୍କୁ କୁକ୍ ବୋଲି କୁହାଯାଉଥିଲା । ସେମାନଙ୍କ ମଧ୍ୟରେ ବିଶାନ ସିଂ ଥିଲେ ଅତ୍ୟନ୍ତ ଗୁରୁଭକ୍ତ । କୁକ୍ମାନେ ସେମାନଙ୍କ ଗୁରୁଙ୍କୁ ଦେବତା ବୋଲି ମନେ କରୁଥିଲେ । ସେତେବେଳେ ତ ରାଣୀ ଭିକ୍ଟୋରିଆଙ୍କର ଶାସନ ଚାଲୁଥିଲା । ସେ ଗୁରୁକୁଳର ଶିଷ୍ୟମାନେ ଇଁରେଜୀମାନଙ୍କ ବିରୁଦ୍ଧରେ ସଂଗ୍ରାମ ଆରମ୍ଭ କଲେ । ୧୮୭୨ ମସିହାରେ କୁକ୍ମାନେ ସ୍ୱର ଉଠାଇଲେ ଯେ, ଗୋହତ୍ୟା ବନ୍ଦ ହେଉ । କିନ୍ତୁ ଇଁରେଜମାନେ ଏ କଥା ମୋଟେ ମାନିଲେ ନାହିଁ ।

ଦିନକର କଥା ଜଣେ ଗଉଡ ଗାଈ ପଲ ଧରି ଇଁରେଜମାନଙ୍କ ପାଖକୁ ଯାଉଥାନ୍ତି । ଏହି ସମୟରେ କୁକ୍ମାନେ  ସେମାନଙ୍କୁ ସତର୍କ କରି କହିଲେ ଯେ ତୁମେ ଏହି ଗାଈ ପଲ ଛାଡି ଏଠାରୁ ପଳାଇ ଯାଅ ନହେଲେ ମରିଯିବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ