କିନ୍ତୁ ଗଉଡମାନେ ଗୋରାମାନଙ୍କ ରହସ୍ୟ ଜାଣି ନପାରି ତାଙ୍କ ପ୍ରଲୋଭନରେ ପଡିଗଲେ । ଏପରିକି କୁକ୍ମାନଙ୍କ କଥାକୁ ଗଉଡମାନେ ଆଦୌ ଖାତିରି ନକରି ଓଲଟି ଗାଁ ଲୋକଙ୍କ ସହିତ ଗଣ୍ଡଗୋଳ କରିଥିଲେ । ତେଣୁ ସେ କୁକ୍ମାନଙ୍କର ଆଉ ସହିବାର ସୀମା ଟପିଗଲା । ପ୍ରଚଣ୍ଡ ରାଗିଯାଇ ସମସ୍ତେ ସେ ଗଉଡମାନଙ୍କୁ ବାନ୍ଧି ପକାଇଲେ । ଏହାପରେ ପୋଲିସ୍ ଆସି ସେଠାରେ ପହଁଚିଲା । ଶିଷ୍ୟମାନଙ୍କୁ ପୋଲିସ୍ ନାଲି ଆଖି ଦେଖାଇଲେ । ଶେଷରେ ସେ କୁକ୍ମାନଙ୍କର ବୀରତ୍ୱ ଓ ଏକତା ଦେଖି ପୋଲିସ୍ ମଧ୍ୟ ସେଠାରୁ ପଳାଇଗଲା ।
ତା’ ପରଦିନ, ମି.କାବେନ୍ କୁକ୍ମାନଙ୍କୁ ଧରି ଲୁଧିଆନା ନେଇଗଲେ । ସେ କୁକ୍ମାନଙ୍କ ଭିତରେ ବିଶାନ ସିଂ ମଧ୍ୟ ଥିଲେ । ସେ ଶୁଣି ପାରିଲା ଯେ କୁକ୍ମାନଙ୍କୁ ତୋପରେ ଉଡାଇ ଦିଆଯିବ । ସେ ସମୟରେ କମିଶନର ମି. କାବେନ୍ ଓ ତାଙ୍କ ସ୍ତ୍ରୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ପିଲାଙ୍କ ଭିତରୁ ବିଶାନ ସିଂ ଉପରେ ତାଙ୍କର କାହିଁକି କେଜାଣି ଭାରି ଦୟା ହେଲା । ବିଶାନ ସିଂକୁ ସେମାନେ କହିଲେ ଦେଖ ତୁମେମାନେ ଯଦି ଗୁରୁଙ୍କ କଥା ମାନିବ ନାହିଁ ତେବେ ତୁମକୁ ଛାଡି ଦିଆଯିବ । ଗୁରୁ ରାମସିଂହଙ୍କ ପ୍ରତି ସେ ଇଁରେଜମାନେ ସେଠାରେ ଖୁବ୍ ଆଶାଳୀନ ଭାଷା ବ୍ୟବହାର କଲେ । ଗୁରୁଙ୍କ ଏପରି ନିନ୍ଦା ଆଦୌ ସହି ନପାରିବାରୁ ବିଶାନ ସିଂର ଦୁଇହାତ ତୁରନ୍ତ କାଟି ଦେବାକୁ କମିଶନର ତାଙ୍କ ସୈନ୍ୟମାନଙ୍କୁ ଆଦେଶ ଦେଲେ । ତତ୍କ୍ଷଣାତ୍ ସେ ନୃସଂଶ ହତ୍ୟାକାରୀ ବୀର ବାଳକର ହାତ କାଟି ପକାଇଲେ ମାତ୍ର ହାତ କାଟିବା ପର୍ଯ୍ୟନ୍ତ ସେ ବିଶାନ୍ କାବେନଙ୍କର ଦାଢିକୁ ଛାଡି ନଥିଲା ବରଂ ‘ଗୁରୁ ରାମସିଂହଙ୍କର ଜୟ’ କହି ମାଟିରେ ଲୋଟି ପଡିଥିଲା । ଏହା ଦେଖି ସମସ୍ତ ଛାତ୍ର ହଠାତ୍ ରକ୍ତମୁଖା ହୋଇ ଉଠିଲେ, ତାପରେ ସମସ୍ତଙ୍କୁ ତୋପରେ ଉଡାଇ ଦିଆଗଲା ସେମାନେ ସେଦିନ ମରିଗଲେ କ’ଣ ହେବ ସେଦିନର ସେଇ ଘଟଣାପରେ ତାଙ୍କର ଏପରି ଗୁରୁଭକ୍ତି ଓ ଦେଶପ୍ରେମୀ ଦେଖି ଲକ୍ଷ୍ୟ ଲକ୍ଷ୍ୟ କୁକ୍ ଦେଶଭକ୍ତ ପାଲଟି ଯାଇଥିଲେ । ଯାହାକୁ ଦେଖି ଇଁରେଜମାନଙ୍କ ହାଡୁଆ ଛାତି ଥରି ଉଠିଗଲା।