ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସାହସ ପାଇଁ ଶାନ୍ତି ପୁରସ୍କାର

                ଦିଲ୍ଲୀରେ କଲେଜ ଶିକ୍ଷା ସମାପ୍ତ କରି ସୁ ଚି ଅକସ୍ଫୋର୍ଡ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନ ଓ ଅର୍ଥଶାସ୍ତ୍ରରେ ଉପାଧି ଲାଭ କଲେ । ତା’ପରେ ସେ କିଛିଦିନ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ଓ ତା’ପରେ ଯୁକ୍ତରାଷ୍ଟ୍ରର ସଚୀବାଳୟରେ କାମ କରୁଥିଲେ । ଜଣେ ବ୍ରିଟିଶ୍ ନାଗରିକଙ୍କ ସହ ବିବାହ କରି ସେ ପୁଣି ଇଂଲଣ୍ଡ ଫେରି ଆସିଲେ । ସେଠାରୁ ସେ ଇଣ୍ଡିଆ ଫେରିଆସି ସିମଲାର ଭାରତୀୟ ଉଚ୍ଚ ଅଧ୍ୟୟନ ସଂସ୍ଥାନରେ ଗବେଷଣା କାମ କଲେ । ସେଠାରେ ସେ ଦୁଇଟି ପୁସ୍ତକ ରଚନା କରିଥିଲେ; ତନ୍ମଧ୍ୟରୁ ଗୋଟିଏ ତାଙ୍କ ପିତାଙ୍କ ଜୀବନ ଉପରେ ଆଧାରିତ, ଆଉ ଅନ୍ୟଟି ପିଲାଙ୍କ ପାଇଁ ବର୍ମା ବିଷୟରେ । ଯାହାର ନାମ ହେଉଛି “ଲେଟ୍ ଅସ୍ ଭିଜିଟ୍ ବର୍ମା ।”

                ଗବେଷଣାରେ ଅଧିକ ଖବର ସଂଗ୍ରହ ପାଇଁ ସେ ପୁଣି ଲଣ୍ଡନ ଚାଲିଗଲେ । କିନ୍ତୁ ମା’ଙ୍କର ଭୀଷଣ ଅସୁସ୍ଥତା ଯୋଗୁଁ ପୁଣି ତାଙ୍କୁ ରେଙ୍ଗୁନ୍ ଫେରିବାକୁ ହେଲା । ସେତେବେଳେ ଜେନେରାଲ୍ ନେବିନ୍ଙ୍କ ଶାସନରେ ଲୋକେ ବହୁତ କଷ୍ଟ ଭୋଗୁଥିଲେ । ସେ ଫେରି ଆସିବାରୁ ଲୋକମାନେ ଆପଣା ଆପଣା ଦୁଃଖ କାହାଣୀ ତାଙ୍କୁ କହିଲେ । ତାଙ୍କର ଲୋକପ୍ରିୟତା ଶାସକଗୋଷ୍ଠୀଙ୍କୁ ମହାସନ୍ଦେହରେ ପକାଇଲା । ଛାତ୍ର ଆନ୍ଦୋଳନକୁ ମଧ୍ୟ ବଡ ନିର୍ଦ୍ଦୟ ଭାବରେ ଦମନ କରି ଦିଆଗଲା । ୩୦ ବର୍ଷ ଧରି ଲୋକଙ୍କର କଷ୍ଟଯାତନା ଦେଖି ସୁ ଚି ଚୁପ୍ ହୋଇ ଆଉ ମୋଟେ ରହିପାରିଲେ ନାହିଁ । ତା’ପରେ ଅନ୍ୟ ଦୁଇଜଣ ଲୋକପ୍ରିୟ ନେତାଙ୍କ ସହଯୋଗରେ ସେ, “ନେଶନାଲ୍ ଲିଗ୍ ଅଫ୍ ଡେମୋକ୍ରାସି” ସ୍ଥାପନା କଲେ ।

                ୧୯୮୧ ମସିହା ଜୁଲାଇ ୧୯ରେ ଶହୀଦ ଦିବସର ୪୨ତମ ଜୟନ୍ତୀ ପାଳିତ ହେଲା । ସେହିଦିନହିଁ ଆଙ୍ଗ ସାନ୍ଙ୍କୁ ହତ୍ୟା କରା ଯାଇଥିଲା । ସୁ ଚି ଙ୍କର ଲୋକପ୍ରିୟତା ଦେଖି ପୂର୍ବଦିନହିଁ ସରକାର ତାଙ୍କୁ ଗୃହବନ୍ଦୀ କରି ରଖିଦେଲେ । ଏପର୍ଯ୍ୟନ୍ତ ମଧ୍ୟ ସେ ନିଜର ବ୍ୟକ୍ତିଗତ ସ୍ୱତନ୍ତ୍ରତା ପାଇ ନାହାଁନ୍ତି । ଗୃହବନ୍ଦୀ ଭାବରେ ଥାଇ ସେ ଲେଖାଲେଖି ମାଧ୍ୟମରେ ତାଙ୍କ ରାଜନୀତି ଦଳକୁ ପଥପ୍ରଦର୍ଶନ କଲେ ଓ ଶେଷରେ ଦଳଟି ଅଧିକ ସଂଖ୍ୟକ ଭୋଟ୍ ପାଇ ଜିତିଲା । କିନ୍ତୁ ଶାସକ ଗୋଷ୍ଠୀ ସେସବୁ ସ୍ୱୀକାର କଲେନାହିଁ ।

                ନୋବେଲ୍ ସମିତି ଗଣତନ୍ତ୍ର ଓ ମାନବ ଅଧିକାର ଦିଗରେ ସୁ ଚି କରିଥିବା ଅହିଂସା ସଂଘର୍ଷ ପାଇଁ ଜଣାଇଛନ୍ତି । ଶାନ୍ତି ପୁରସ୍କାର ତାଙ୍କର ଅଦମ୍ୟ ସାହସ ପାଇଁ ମିଳିଛି ।

                ବର୍ମା ବା ବ୍ରହ୍ମଦେଶର ନାମ ବର୍ତ୍ତମାନ ବଦଳାଇ ମିଆଁମାର୍ କରାଯାଇଛି । ଏ ଦେଶର ଲୋକେ ସାଧାରଣତଃ ଶାନ୍ତିପ୍ରିୟ । ସେମାନଙ୍କର ସେହି ଗୁଣର ସୁଯୋଗ ନେଇ ବର୍ତ୍ତମାନ ସେଠାକାର ସାମରିକ ଶାସକମାନେ ଯଥେଚ୍ଛା ଶୋଷଣ ଓ ଅତ୍ୟାଚାର ଚଲାଇଛନ୍ତି । ଏହି ଅନ୍ୟାୟ ବିରୁଦ୍ଧରେ ଜନସାଧାରଣଙ୍କର ପ୍ରତିବାଦର ପ୍ରତୀକ ହେଲେ ଶ୍ରୀମତୀ ଅଙ୍ଗ ସାନ୍ ସୁ ଚି । ଦିନେ ନା ଦିନେ ତାଙ୍କର ଜୟ ନିଶ୍ଚିତ ।


ଗପ ସାରଣୀ

ତାଲିକାଭୁକ୍ତ ଗପ