ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସିଂହ ଜାତକ

       ରାଜା ଏ କଥା ଶୁଣି କହିଲେ – “ଘୋଡାମାନଙ୍କୁ ଗାଧୋଇବା ପାଇଁ ଆଉ ଗଙ୍ଗାନଦୀକୁ ନିଅନାହିଁ ।” ସହରର ଗୋଟିଏ ବଡ ପୋଖରୀରେ ଘୋଡାମାନଙ୍କୁ ଗାଧୋଇବା ପାଇଁ ସେ କହିଲେ ।

       ସହର ଚାରିପଟେ ପାଚେରୀ ଥିଲା । ଏଥର ବିଲୁଆ ବୁଦ୍ଧିରେ ପଡି ସିଂହ ନିତି ପାଚେରୀ ଡେଇଁ ସେଠାକୁ ଗଲା ଓ ଘୋଡା ମାରି ଆଣିଲା । ଧୀରେ ଧୀରେ ତା’ର ସାହସ ବଢିଗଲା । ସେ ରାଜାଙ୍କ ଘୋଡାଶାଳରେ ପଶି ଘୋଡା ମାରିବାକୁ ଲାଗିଲା ।

       ରାଜା ଏ କଥା ଶୁଣି ଠିକ୍କଲେ ଯେ – ଏ ଦୁଷ୍ଟ ସିଂହଟାକୁ ମାରିଦେବା ଦରକାର । ସେ ରାଜ୍ୟର ଜଣେ ଭଲ ବାଣୁଆକୁ ଡକାଇ ଆଣିଲେ । ତାକୁ କହିଲେ – “ଦେଖ, ଗୋଟାଏ ସିଂହ ସହର ଭିତରେ ପଶି ଆମର ଘୋଡାମାନଙ୍କୁ ନିତି ମାରି ନେଇଯାଉଚି । ତୁମେ ସେଇ ସିଂହଟାକୁ ମାରିଦିଅ । ମୁଁ ତୁମକୁ ବହୁତ ପୁରସ୍କାର ଦେବି ।”

       ବାଣୁଆ ରାଜାଙ୍କ କଥାରେ ରାଜିହେଲା । ସେ ସିଂହର ଯିବା ଆସିବା ବାଟ ଠଉରାଇ ନେଇ ସେଇ ବାଟରେ ଗୋଟିଏ ମଂଚା ବାନ୍ଧିଦେଲା । ମଂଚା ଉପରେ ଧନୁଶର ଧରି ଲୁଚିବସିଲା ।

       ସିଂହ ରାତିରେ ଘୋଡା ମାରିବା ପାଇଁ ଆସିଲା । ସେ ବିଲୁଆକୁ ଗୋଟିଏ ମଶାଣି ପାଖରେ ରଖାଇ ଦେଲା । ତା ପରେ ପାଚେରୀକୁ ଡେଇଁ ନଅରରେ ପଶିଲା । ବାଣୁଆ ଦେଖିଲା ଯେ ସିଂହଟା ଭାରି ବଳୁଆ ହେଇଚି । ତା’ର ସାହସ ବି ବହୁତ । ତେଣୁ ବାଣୁଆ ତାକୁ ଦେଖି ମଧ୍ୟ ସେତେବେଳେ ଶର ମାରିଲାନି ।


ଗପ ସାରଣୀ

ତାଲିକାଭୁକ୍ତ ଗପ