ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସିଂହ ଜାତକ

       ସିଂହ ଯାଇ ରାଜାଙ୍କ ଘୋଡାଶାଳରେ ପଶି ଗୋଟାଏ ଘୋଡାକୁ ମାରି ଦେଲା । ଶିକାରକୁ ପିଠିରେ ପକାଇ ସହରର ବାହାରକୁ ଚାଲିଲା । ଘୋଡା ଭଳି ଗୋଟାଏ ଓଜନିଆ ଶିକାର ଧରିଥିବାରୁ ସିଂହଟା ଧୀରେ ଧୀରେ ଚାଲୁଥିଲା । ଏଇ ସୁଯୋଗରେ ବାଣୁଆ ତାକୁ ଏକ ଶର ମାରିଲା । ଶରଟା ସିଂହ ଦେହର ଗୋଟାଏ ପଟେ ପଶି ଆରପଟେ ବାହାରିଗଲା । ସେ ଆଘାତ ପାଇ ତଳେ ପଡି ଭୀଷଣ ଗର୍ଜ୍ଜନ କଲା । ସିଂହ ଭାବିଲା – ମୁଁ ଆଜି ମଲି ।

       ଏଣେ ମଶାଣିରେ ଥାଇ ବିଲୁଆ ସିଂହର ଗର୍ଜ୍ଜନ ଶୁଣିପାରିଲା । ସେ ଭାବିଲା – ବାଣୁଆର ଶରରେ ସିଂହ ଆଜି ନିଶ୍ଚୟ ମଲା । ମଲା ପ୍ରାଣୀ ସାଙ୍ଗରେ ମିତ ହେବା କି ଦରକାର? ମୁଁ ଏବେ ମୋ ବସାକୁ ଚାଲିଯାଏ । ଏପରି ଭାବି ବିଲୁଆ ସେଠାରୁ ଚାଲିଗଲା ।

       ଶରରେ ଘାଇଲା ହେଲେ ବି ସିଂହ ଅଟକିଲା ନାହିଁ । ସେ ମଲା ଘୋଡାଟାକୁ ନେଇ ଅତି କଷ୍ଟରେ ଗୁହାକୁ ଆସିଲା । ଗୁହାରେ ପହଁଚିବା ପରେ ଶିକାରଟା ତା ମୁହଁରୁ ଖସିପଡିଲା ଓ ସେ ମଧ୍ୟ ଛଟପଟ ହୋଇ ସାଂଗେ ସାଂଗେ ମରିଗଲା ।

       ଏହା ଦେଖି ବୋଧିସତ୍ୱ ଦୁଃଖରେ କହିଲେ – “ଯେଉଁ ପ୍ରାଣୀ ଦୁଷ୍ଟ ପ୍ରାଣୀର କଥାରେ ଚଳେ ତାର ଭାଗ୍ୟ ଖରାପ ହୁଏ । ମୋ ପୁଅ ମୋର ଉପଦେଶକୁ କାନଦେଲା ନାହିଁ । ଦୁଷ୍ଟ ବିଲୁଆର କଥାରେ ପଡି ମଲା ।”

       ମାଆ କହିଲା – “ପୁଅ ଯଦି ଦୁଷ୍ଟଲୋକର ସାଙ୍ଗ ହୁଏ, ତେବେ ତାର ମାଆ କେବେ ସୁଖ ପାଇପାରେନାହିଁ । ଦୁଷ୍ଟ ବିଲୁଆର ସାଙ୍ଗ ହୋଇନଥିଲେ ସେ ପ୍ରାଣ ହରାଇନଥାନ୍ତା ।”

       ସ୍ତ୍ରୀ କହିଲା – “ମୋ ସ୍ୱାମୀ ବାପମାଆଙ୍କ କଥା ନଶୁଣି ମରଣ ମୁହଁରେ ପଡିଲେ । ଯେଉଁ ଲୋକ ଗୁରୁଜନମାନଙ୍କର କଥା ମାନେନାହିଁ ସେ ଏପରି ବିପଦରେ ପଡେ । ଧୁର୍ତ୍ତଲୋକର ସାଙ୍ଗ ହେଲେ ଦୁଃଖ ମିଳେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ