କିନ୍ତୁ ପୃଥିବୀରେ ସବୁଠାରୁ ବେଶୀ ସୁନା ମହଜୁଦ ଅଛି ଯୁକ୍ତରାଷ୍ଟ୍ର ଆମେରିକାରେ । ତା’ତଳକୁ ଜର୍ମାନୀ ଏବଂ ଇଟାଲୀର ସ୍ଥାନ ।
ଆମେରିକାର କେଂଟୁକିରେ ଥିବା ଫୋଟ୍ ନକ୍ସ, ଫିଲାଡେଲଫିଆ ଏବଂ ଡେନ୍ଭର୍ର ଟଙ୍କାଶାଳା ଏବଂ ଅନ୍ୟାନ୍ୟ ସ୍ଥାନରେ ଗଚ୍ଛିତ ହୋଇଥିବା ସୁନାର ମୋଟ ପରିମାଣ ୮୧ ଲକ୍ଷ ୩୩ ହଜାର ୫ଶହ କିଲୋଗ୍ରାମ୍ । ଜର୍ମାନୀ ଓ ଇଟାଲୀରେ ସାଇତା ହୋଇ ରହିଛି ଯଥାକ୍ରମେ ୩୩ ଲକ୍ଷ ୯୫ ହଜାର ୫ଶହ କିଲୋଗ୍ରାମ ଏବଂ ୨୪ଲକ୍ଷ ୫୧ ହଜାର ୮ ଶହ କିଲୋଗ୍ରାମ୍ ସୁନା । ଯଥେଷ୍ଟ ପରିମାଣର ସୁନା ମଧ୍ୟ ଗଚ୍ଛିତ ଅଛି ଫ୍ରାନ୍ସ, ଚୀନ୍, ସୁଇଜରଲ୍ୟାଣ୍ଡ, ରୁଷିଆ, ଜାପାନ୍, ନେଦରଲାଣ୍ଡ ଏବଂ ଇଣ୍ଡିଆରେ ।
ତେବେ ଆମ ଦେଶରେ ସୁନାର ଚାହିଦା ଯେତେ, ତା’ର ଦୁଇଶହ ଭାଗରୁ ମାତ୍ର ଏକ ଭାଗ ହିଁ ଇଣ୍ଡିଆରେ ଉତ୍ପାଦିତ ହୁଏ । ବାକିତକ ବାହାର ଦେଶଗୁଡିକରୁ ଆମଦେଶକୁ ଆମଦାନୀ କରିବାପାଇଁ ପଡେ ।