ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସୁନାମାଛ କଥା

         ଯେଉଁ ଲୋକଟି ମାଛଧରି ଆଣିଥିଲା ତାକୁ ରାଜା ବରାଦ ଦେଲେ – ତୁମେ ଯାଅ, ଆଉ ମୋ ପାଇଁ ସୁନା ମାଛ ଧରିଆଣ । ହଁ, ଯେଉଁ ପୋଖରୀରୁ ଏ ମାଛ ଆଣିଥିଲ, ସେହି ପୋଖରୀରୁ ହିଁ ଆଣିବ ।

         ଲୋକଟି ପୁଣି ଜାଲ ଧରି ସେହି ପୋଖରୀକୁ ଗଲା । ପୁଣି ଥରେ ମାତ୍ର ଖେପା ପକାଇ ଦୁଇଟି ମାଛ ଆଣିଲା । ଏଥର ମନ୍ତ୍ରୀ ରାଜାଙ୍କୁ କହିଲେ – ତୁମେ ରୋଷେଇ ଘରେ ଥିବ, ମାଛ ରନ୍ଧା ସରିବା ଯାଏଁ ଜଗି ବସିଥିବ । ଦେଖିବା କ’ଣ ସବୁ ଘଟୁଛି । ରନ୍ଧା ସରିଲେ ମୋତେ ଖବର ଦେବ, ମୁଁ ଯାଇ ଖାଇବି ।

         ମନ୍ତ୍ରୀଙ୍କ ଆଖି ଆଗରେ ସବୁ ଘଟିଗଲା । ସ୍ତ୍ରୀ ଲୋକଟିଏ ଆସି ତାଉଆକୁ ଓଲଟାଇ ଦେଇ ଚାଲିଗଲା । ମନ୍ତ୍ରୀ ଆସି ରାଜାଙ୍କୁ ସବୁ କଥା ଆଦ୍ୟରୁ ପ୍ରାନ୍ତ ଯାଏଁ କହିଗଲେ । ରାଜା ଏ ଅଦ୍ଭୁତ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ।

         ସେଇଦିନ ସେମିତି କଟିଗଲା । ତା ପର ଦିନ ରାଜା ପୁଣି ମାଛ ମରାଇଲେ । ନିଜେ ରୋଷେଇ ଘରେ ରହି ମାଛ ରନ୍ଧାଇଲେ । ସେଦିନ କିନ୍ତୁ ସେ ସ୍ତ୍ରୀଲୋକଟି ଆସିଲା ନାହିଁ, ଜଣେ କଳା ମଚମଚ ଡେଙ୍ଗା ଲୋକ ଆସିଲା । ମାଛ ମାନଙ୍କୁ କହିଲା – ତୁମେମାନେ ତୁମ କାମ କରୁଛ ତ?

–              ହଁ, ଆମେ ଆମ କାମ କରୁଛୁ, ହେଲେ ତୁମେ ଏଠାରୁ ପଳାଇଗଲେ ଆମେ ଟିକିଏ ଶାନ୍ତିରେ ରହିବୁ ବୋଲି ମାଛମାନେ କହିଲେ ।

ରାଜା ଏସବୁ ଦୃଶ୍ୟ ଦେଖି ମନେ ମନେ ଭାବିଲେ, ଏଥିରେ ନିଶ୍ଚୟ କିଛି ରହସ୍ୟ ଅଛି । ଏହି ଘଟଣାର ମୁଳ ମୋତେ ଖୋଜି ବାହାର କରିବାକୁ ହେବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ