ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସୁନ୍ଦରୀ ପରୀରାଣୀ

                “ବାଡିରେ ହାଟ ବସାଇବୁ । ତାର ଅରଥ ହେଲା, ଏମିତି ଫସଲ କରିବୁ, ଯେମିତିକି ତୋତେ ଆଉ ହାଟ କରିବା ପାଇଁ ପଡିବ ନାହିଁ, ସବୁ ପରିବା ତୁ ତୋ ବାଡି ଭିତରେ ହିଁ କରିବୁ । ତାହେଲେ ଯାଇ ତୁ ଆଉ ପରିବା କିଣିବା ପାଇଁ ହାଟକୁ ଯିବୁ ନାହିଁ ।

                ଏପରି କଥା ଶୁଣି ସେ ବାବନା ଥକ୍କା ମାରି ବସିପଡିଲା, ଏପରି ଅର୍ଥ ବୁଝି ସେ ବାବନା ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲା । ଏଥର ତା ମୁଣ୍ଡରେ ଅକଲ ଆସିଗଲା । ତାପରେ ହଠାତ୍ ସେ ତିନିମୁଣ୍ଡିଆ ବୁଢାଟି ଆକାଶ ପରୀରେ ପରିଣତ ହୋଇଗଲା । ତାସଙ୍ଗେ ସଙ୍ଗେ ଚାରିଆଡେ ମଧ୍ୟ ଖୁବ୍ ଆଲୋକିତ ହୋଇଗଲା । ଏସବୁ ଦେଖି ସେ ବାବନା ପରୀରାଣୀଙ୍କ ପାଦତଳେ ପଡିଯାଇ କହିଲା –

                                “ମୁହିଁ ଏଡେ ବୋକା,

                                                ବୁଝିପାରିଲିନି ତୁମରି କଥା ।

                                ଏବେ ବୁଝିଗଲି,

                                                ଧରିଗଲା ମୋର ଏ ଟିକି ମଥା ।”

ତାପରେ ସେ ସୁନ୍ଦରୀ ଆକାଶର ପରୀରାଣୀ, ଏ ବାବନା ହାତକୁ ଗୋଟିଏ ଧବଳ ଛୋଟ ପଥରଟିଏ ଧରାଇ ଦେଲେ । ଆଉପୁଣି ସେ ପରୀରାଣୀ ଏ ବାବନାକୁ କହିଲେ, ଯେତେବେଳେ ତୁମେ ଏ ପଥରଟିକୁ ତଳେ ଘଷିଦେବ, ତୁମେ ମନର ସବୁବଳ ବଢିଯିବ ତାସାଥେ ସାଥେ ଆହୁରି ଅଧିକ ଶକ୍ତି ମଧ୍ୟ ତୁମେ ପାଇଯିବ । ତଥାପି ବି ବୁଦ୍ଧି ନ ଆସିଲେ ତୁମେ ଏହି ପଥରକୁ ଆହୁରି ଅଧିକ ଘଷିବ, ତାପରେ ମୁଁ ତୁମ ପାଖରେ ଉଭା ହୋଇ ତୁମକୁ ବୁଦ୍ଧି ଦେବି । ଯାହା ଦରକାର କରିବ ତାହା ବି ଦେବି । କିନ୍ତୁ ଗୋଟିଏ କଥା ସବୁବେଳେ ମନେ ରଖିଥିବ –

                “ଏ ପଥର ବଳେ ପାଇଯିବ ତୁମେ ମନ ଓ ଧନ,

                                ଦୁଃଖି ଦରିଦ୍ରଙ୍କୁ ନ ଚାହିଁଲେ ଗୁଣ ହେବ ଖଣ୍ଡନ,

                ଈଶ୍ୱରଙ୍କୁ ଡାକି ଚଳୁଥିଲେ କେବେ ନ ଥାଏ ଦୁଃଖ,

                                ଦାନ ଧର୍ମ ବଳେ ପାଇଯିବ ତୁମେ ଅଶେଷ ସୁଖ ।

                ସରଳ ସୁଧାର ଲୋକମାନଙ୍କୁ ମୁଁ ଦିଏ ସାହାଯ୍ୟ,

                                ଖରାପ କର୍ତ୍ତବ୍ୟ କରିଲେ ମୁଁ କେବେ ନ କରେ କାର୍ଯ୍ୟ ।

                ତୁମେ ଜଣେ ଭଲ ପିଲା ବୋଲି ମୁଁ ଏହି ଧବଳ ଛୋଟ ପଥରଟି ତୁମକୁ ଅର୍ପଣ କଲି । ଏହା ବଳରେ ତୁମେ ସବୁପାଇ ନିଜ କ୍ଷତିଗୁଡିକ ଭୁଲିଯିବ । ଏବେ ମୁଁ ତୁମକୁ ଯାହା ସବୁ କହିଲି, ତାହା କାର୍ଯ୍ୟରେ ପରିଣତ ନ କଲେ, ତୁମେ ନିଶ୍ଚୟ ବହୁ ଅସୁବିଧାରେ ପଡିବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ