ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସୁବର୍ଣ୍ଣ ମୂଷିକ

ସେ ତାଙ୍କୁ ଖାଇବାକୁ ଦେଲା । ସେମାନେ ସମସ୍ତେ ବି ଏ ବଣିକ ପୁତ୍ରକୁ କିଛି କିଛି କାଠ ଦେଲେ । କାଠଗୁଡିକ ନେଇ ସେ ବଜାରରେ ବିକିଲା । ବେଶି କିଛି ପଇସା ପାଇଲା । ପରଦିନ ନିଜେ ଚଣା କିଣିଲା ଅଧିକ ପରିମାଣରେ ଓ କାଠୁରିଆମାନଙ୍କୁ ଦେଲା । ସେଠାରୁ ସେ ଆହୁରି କାଠ ପାଇଲା । ତା’ପରେ କାଠସବୁ ଘରେ ଜମାଇ ରଖିଲା ଓ ପରେ ପରେ ବର୍ଷାଋତୁ ହେବାରୁ ସେହି କାଠ ସବୁକୁ ଚଢା ଦାମରେ ବିକ୍ରି କଲା ଓ ବହୁତ ଟଙ୍କା ଲାଭ କଲା । ସମୟାନୁକ୍ରମେ ସେ ଦୋକାନଟିଏ ଖୋଲିଲା ଓ ନାନା ଛୋଟ ଛୋଟ ବ୍ୟବସାୟ ମଧ୍ୟ ଖୋଲିଲା । ସମୟ କ୍ରମେ ସେ ବ୍ୟବସାୟରେ ଉତ୍ତରୋତର ଉନ୍ନତି କଲା । ବହୁତ ଲାଭବାନ ହେଲା ଓ ସେ ସହରର ଜଣେ ଜଣାଶୁଣା ବ୍ୟବସାୟୀ ଭାବରେ ପରିଚିତ ହେଲା । ତାକୁ ସମସ୍ତେ “ମୂଷା ସେଠ” ବୋଲି ଡାକୁଥା’ନ୍ତି । ଧନ ଅର୍ଜନ ଏତେ କଲା ସେ ସେଥିରେ ନୂଆ ଜାଗା ଓ ଘର କିଣିଲା; ମା’କୁ ନେଇ ଆନନ୍ଦରେ ସେଠାରେ ସେ ରହିଲା ।

ଦିନେ ସେ ସୁନାର ମୂଷାଟିଏ ବନାଇ ଧନଗୁପ୍ତଙ୍କୁ ଦେଖାକରି ସେଇଟି ତାଙ୍କ ହାତରେ ଦେଇ କହିଲା, “ମହାଶୟ, ଆପଣଙ୍କ ମୂଳଧନ ଓ ସୁଧ ସହିତ ମୁଁ ଋଣ ପରିଶୋଧ କରୁଛି । ଏଇଟିକୁ ଗ୍ରହଣ କରନ୍ତୁ ।”

ଧନଗୁପ୍ତ ସେ ସୁନାର ମୂଷାଟିକୁ ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ଏ କିପରି କଥା? ତୁମକୁ ତ ମୁଁ ଚିହ୍ନି ବି ନାହିଁ?”

ତା’ପରେ ସେ ବଣିକ ପୁତ୍ର ଧନଗୁପ୍ତଙ୍କୁ ମୂଳରୁ ସବୁକଥା ଶୁଣାଇଲା କିପରି ସେ ମଲାମୂଷାକୁ ମୂଳଧନ କରି ଆଜି ଏତେ ବଡ ହେଲା । ତା’ର ଜୀବନ କାହାଣୀ ଶୁଣି ଧନଗୁପ୍ତ ଏତେ ମାତ୍ରାରେ ପ୍ରଭାବିତ ହେଲେ ଯେ ସେ ତାଙ୍କର ଏକମାତ୍ର କନ୍ୟାକୁ ତା’ ସହିତ ବିବାହ ଦେଲେ ଓ ବିବାହର ଉପହାର ସ୍ୱରୂପ ସୁବର୍ଣ୍ଣ ମୂଷିକଟିକୁ ଜ୍ୱାଇଁ ଝିଅଙ୍କ ହାତରେ ଦେଲେ । ବିବାହ ପରେ ବଣିକ ପୁତ୍ର ଧନଗୁପ୍ତଙ୍କ ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ ହେଲେ । ଶେଷରେ ସମସ୍ତେ ଆନନ୍ଦରେ ରହିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ