ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସୁଲତାନାଙ୍କ ଚାତୁରୀ

କିଛିଦିନ ପରେ; ଥରେ ଜଣେ ଧନୀ ଜଣେ ଗରୀବ ଲୋକକୁ ଦରବାରକୁ ନେଇ ଆସିଲା; ଅଭିଯୋଗ ଏହି ଯେ ସେ କରଜ ନେଇ ଶୁଝି ପାରୁନାହିଁ । ସୁଲତାନ୍ ସେ ଗରୀବ ଲୋକଟିକୁ ଚିହ୍ନିଲେ ଓ ପଚାରିଲେ, “ତୁମେ ଏହାଙ୍କଠାରୁ କାହିଁକି କରଜ କରିଥିଲ?”

ଗରୀବ ବ୍ୟକ୍ତିଟି କହିଲା, “ମଣିମା ଦିନେ ଆପଣ ସ୍ୱୟଂ ମୋ ଘରକୁ ଯାଇଥିଲେ । ଆପଣଙ୍କୁ ଖୁଆଇବା ପାଇଁ ମୁଁ ଟଙ୍କା କରଜ କରିଥିଲି । କିନ୍ତୁ ପରିବାର ଚଳାଇବା ପାଇଁ ଯଥେଷ୍ଟ ପଇସା ନଥିବାରୁ ମୁଁ ଟଙ୍କା ଶୁଝି ପାରିନାହିଁ ।”

ସୁଲତାନ ପଚାରିଲେ, “କିନ୍ତୁ ସେଇଦିନ ମୁଁ ତୁମ ପାଖକୁ ଯେଉଁ ହଜାର ଦିନାର୍ ପୁରସ୍କାର ସ୍ୱରୂପ ପଠାଇଥିଲି, ତାକୁ ନେଇ ତୁମେ କରଜ ଶୁଝିଲ ନାହିଁ କାହିଁକି?”

ଏପରି କଥା ଶୁଣି ବିକଳ ମୁହଁ କରି ଗରୀବ ଲୋକଟି କହିଲା, “କି ଦିନାର୍, ହଜୁର? କାହିଁ ମୁଁ ତ କାଣୀ କଉଡିଟିଏ ବି ପାଇନାହିଁ?”

ତା’କଥା ଶୁଣି ସୁଲତାନ୍ ଉଜୀର୍ଙ୍କ ଆଡେ ଚାହିଁଲେ । ଉଜୀର୍ ଉଠିପଡି କହିଲେ, “ହଜୁର୍, ହଠାତ୍ ସୁଲତାନାଙ୍କ ଆଦେଶ ଯୋଗୁଁ ତାଙ୍କୁ ସୁଧ ସହ ଛଅଶହ ଦିନାର୍ କରଜ ଶୁଝିବାକୁ ପଡିଲା । ବାକି ଚାରିଶହ ତ ମୁଁ ଜଣେ ରାଜକର୍ମଚାରୀ ହାତରେ ପଠାଇ ଦେଇଛି ।”

ତା’ପରେ ରାଜକର୍ମଚାରୀ ଓ ପ୍ରହରୀ ଆସି ନିଜ ନିଜ କାହାଣୀ କହିଲେ ।

ସବୁ ଶୁଣି ସୁଲ୍ତାନ୍ କହିଲେ, “ତେବେ ତ ତମେ ତିନିଣହିଁ ଅପରାଧୀ । ନିଜ ଶକ୍ତିଠାରୁ ଅଧିକ କରଜ ନେବା ଅପରାଧ; ପୁଣି ଅନ୍ୟର ଧନ ଖର୍ଚ୍ଚ କରିବା ଆଉ ଏକ ଅପରାଧ । ତେଣୁ ତୁମ ତିନିଜଣଙ୍କୁ ଦୁଇବର୍ଷ ସଶ୍ରମ କାରାଦଣ୍ଡ ଦିଆଗଲା ।” ତା’ପରେ ସେ ଦରିଦ୍ର ଲୋକ ଆଡକୁ ଚାହିଁ ସୁଲ୍ତାନ୍ କହିଲେ, “ତୁମେ ତ ଅତ୍ୟନ୍ତ ଦରିଦ୍ର; ସେଥିରେ କରଜ କାହିଁକି କରୁଥିଲ? ମୁଁ କ’ଣ ତୁମକୁ ରାଜକୀୟ ଖାଦ୍ୟ ମାଗିଥିଲି? ନିଜର ଶକ୍ତିରୁ ଅଧିକା କରଜ ନେଇଥିବାରୁ ତୁମକୁ ବି ବର୍ଷେ କାରାଦଣ୍ଡ ମିଳିବ ।”

ତା’ପରେ ସୁଲତାନଙ୍କ ମନରେ ବଡ ଅଶାନ୍ତି ଦେଖାଦେଲା । ସେ ସୁଲତାନାଙ୍କୁ କହିଲେ, “ଏବେ ତୁମେ ତୁମର କରଜ ଦେବା ବ୍ୟବସାୟ ଛାଡିଦିଅ ।”

“କାହିଁକି ନା ତୁମରି ବ୍ୟବସାୟ ଯୋଗୁଁ ଆଜି ମୁଁ ଚାରିଜଣ ନିରପରାଧ ଲୋକଙ୍କୁ କାରାଦଣ୍ଡ ଦେଇଛି ।” ତହୁଁ ସୁଲତାନା ପ୍ରଶ୍ନକଲେ, ତୁମ ବ୍ୟବସାୟରେ ଯେଉଁ ଶହେ ଦିନାର ଲାଭ ହୋଇଛି, ସେମାନଙ୍କୁ ଏତେଦିନ କାରାଗାରରେ ବସାଇ ଖୁଆଇବା ପାଇଁ କ’ଣ ତାହା ଯଥେଷ୍ଟ?”

ସୁଲତାନା ପୁଣି ହସି ହସି କହିଲେ, “ସେମାନଙ୍କର ଦୁଇବର୍ଷର ଖାଇବା ଖର୍ଚ୍ଚ ଏକ ହଜାର ଛଅଶହ ଦିନାର୍ ।”

ତାଙ୍କ କଥା ଶୁଣି ସୁଲ୍ତାନ୍ କହିଲେ, “ଦେଖିଲ ତୁମର ସୁଧଖୋର ସ୍ୱଭାବ ଯୋଗୁଁ ରାଜକୋଷର ଧନକ୍ଷୟ ହେଉଛି ।”

ସୁଲତାନା ପଚାରିଲେ, “ଏବେ ଆପଣ କହନ୍ତୁ, ନୂଆ ଆଇନ୍ ଯୋଗୁଁ ଆପଣଙ୍କ ରାଜକୋଷ କେତେ ଲାଭବାନ୍ ହୋଇଛି?”

ତହୁଁ ସେ ସୁଲ୍ତାନ୍ କହିଲେ, “ଦୁଇଲକ୍ଷ ଦିନାର୍” ।

ସୁଲତାନା ପଚାରିଲେ, “କରଜ ଶୁଝି ନଥିବାରୁ କେତେ ଲୋକ ଅଛନ୍ତି?”

ସୁଲତାନ କହିଲେ, “ମାତ୍ର କୋଡିଏ ହଜାର” ।

ସୁଲତାନା ହିସାବ କରି ହସି ହସି କହିଲେ, “ହେ ଆଜ୍ଞା, ସେମାନଙ୍କର ଖାଇବା ଖର୍ଚ୍ଚ ଦଶଲକ୍ଷ ଦିନାର୍ ।”

ଏଥର ସେ ସୁଲ୍ତାନ୍ ନିଜର ତ୍ରୁଟି ବୁଝି ପାରିଲେ । ତା’ ପରଦିନଠାରୁ ନୂତନ ଆଇନ୍ ସଂପୂର୍ଣ୍ଣ ବନ୍ଦ ।


ଗପ ସାରଣୀ

ତାଲିକାଭୁକ୍ତ ଗପ