ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସୁଲତାନ୍ ଙ୍କ ପ୍ରଶ୍ନ

                ଏହି ଉତ୍ତର ପାଇ ରାଜା କହିଲେ, “ତୁମର ଜବାବ୍ ଉଚିତ୍ ମନେ ହେଉଛି । ତେବେ ସେ ଜଣେ ବଢେଇ ହୋଇଥିବ, ଏହା ତୁମେ ଜାଣିଲ କିପରି?”

                ହୁସେନ୍ କହିଲେ, “ମାଲିକ୍, ସେ ଏହି ରାସ୍ତାରେ ଚାଲିଯାଉଥିବା ସମୟରେ ଫୁଲ ଫଳରେ ଭରା ବୃକ୍ଷକୁ ଦେଖୁ ନଥିଲା । ବରଂ ସେ କେବଳ ଉଚ୍ଚ, ମୋଟା ତଥା ଶକ୍ତ ବୃକ୍ଷକୁ ହିଁ ଦେଖୁଥିଲା, ଯାହାର କାଠ କେବଳ ବଢେଇ କାମରେ ଲାଗିପାରେ ।”

                ସବୁ ଶୁଣି ସୁଲତାନ୍ କହିଲେ “ତୁମର ତୀକ୍ଷ୍ମ ଦୃଷ୍ଟି ସତରେ ପ୍ରଶଂସାଯୋଗ୍ୟ ଅଟେ । ତୁମର ଏହି ଉପସ୍ଥିତ ବୁଦ୍ଧିର ପରୀକ୍ଷା ପାଇଁ ମୋର ଆଉ ଗୋଟିଏ ପ୍ରଶ୍ନ ରହିଛି । ତା’ପରେ ସେ ପଚାରିଲେ ଆମ ଆଗେ ଆଗେ ଯାଉଥିବା ଏହି ଲୋକଟି କିଛି ସମୟ ପୂର୍ବରୁ କଣ ଖାଇଥିଲା, ତୁମେ ତାହା କହି ପାରିବ କି?”

                ଲୋକଟିକୁ ପୁଣିଥରେ ଭଲଭାବେ ନିରୀକ୍ଷଣ କରି ହୁସେନ୍ କହିଲେ, “କିଛି ସମୟ ପୂର୍ବେ ସେ ମହୁ ବା ସେପରି କୌଣସି ମିଠା ପଦାର୍ଥ ଖାଇଛି ।”

                “ଆଚ୍ଛା, ତେବେ ଚାଲ, ଆମେ ତା’ଠାରୁ ସବୁ ବୁଝିନେବା ।” ଏପରି କହି ସୁଲତାନ୍ ତାଳି ବଜେଇ ସେ ଯାତ୍ରୀକୁ ପାଖକୁ ଡାକିଲେ । ସେ ଯାତ୍ରୀ ଜଣକ ପାଖକୁ ଆସିବା ମାତ୍ରେ ନିଜର ଦୋସ୍ତଙ୍କୁ ଦେଖାଇ ସୁଲତାନ୍ ପ୍ରଶ୍ନ କଲେ, “ତୁମର ଏହାଙ୍କ ସହିତ ଆଗରୁ କୌଣସି ପରିଚୟ ଅଛି କି?”

                ଯାତ୍ରୀ ଜଣକ ମନା କଲେ ।

                ସୁଲତାନ୍ କହିଲେ, “ତେବେ ମୁଁ ତୁମକୁ ତିନୋଟି ପ୍ରଶ୍ନ ପଚାରୁଛି । ବିନା ଦ୍ୱିଧାରେ ତୁମେ ତା’ର ଉତ୍ତର ପ୍ରଦାନ କରିବ ।” ଯାତ୍ରୀ ଏହି ପ୍ରସ୍ତାବରେ ସମ୍ମତ ହେଲେ ।

                ସୁଲତାନ୍ ଙ୍କ ପ୍ରଶ୍ନଗୁଡିକ ଥିଲା “ତୁମର ନାମ କ’ଣ? ତୁମର ବୃତି କ’ଣ? ଅଳ୍ପ ସମୟ ପୂର୍ବେ ତୁମେ କ’ଣ ଖାଇଥିଲ?”

                ଯାତ୍ରୀ ଉତ୍ତର ଦେଲେ, “ମୋର ନାମ ହୁସେନ୍ । ମୋର ପେସା ବଢେଇ କାମ । ଅଧ ଘଂଟାଏ ପୂର୍ବରୁ ମୁଁ ଉତ୍ତମ ଜାତିର ମହୁପାନ କରିଥିଲି ।” ସୁଲତାନ୍ ଏହା ଶୁଣି ଯାତ୍ରୀଙ୍କୁ କହିଲେ “ତୁମର ଉତ୍ତରରେ ମୁଁ ଅତ୍ୟନ୍ତ ପ୍ରୀତ ।” ତା’ପରେ ସେ ସୁଲତାନ୍ ନିଜ ଗଳାରୁ ଏକ ସ୍ୱର୍ଣ୍ଣହାର କାଡି ଲୋକଟିକୁ ଦେଲେ ।

                ସ୍ୱର୍ଣ୍ଣହାରଟି ପାଇ ଲୋକଟି ସେ ସ୍ଥାନରୁ ଅତି ଖୁସିରେ ଚାଲିଯିବା ପରେ ସୁଲତାନ୍, ତାଙ୍କ ଦୋସ୍ତ ହୁସେନ୍ ଙ୍କୁ ପଚାରିଲେ, “ତୁମେ କିପରି ଅନୁମାନ କଲ ଯେ, ସେ ମହୁ ପିଇଥିବ?” ତହୁଁ ହୁସେନ୍ କହିଲେ, “ସେ ବାରମ୍ବାର ନିଜର ହାତକୁ ଚାଟୁଥିଲା । ତାର ମୁହଁ ପାଖରେ ମାଛି ଉଡୁଥିବାରୁ, ଥରକୁଥର ହାତରେ ତାହା ଘଉଡାଇ ଦେଉଥିଲା । ଏହା ଦେଖି ମୁଁ ଅନୁମାନ କଲି, ସେ ନିଶ୍ଚୟ କୌଣସି ମିଠା ଜିନିଷ ଖାଇଥିବ । ତାଛଡା ଅରଣ୍ୟର ଏହି ଭାଗରେ ମହୁ ମଧ୍ୟ ଅଧିକ ପରିମାଣରେ ମିଳେ ।”

                “ଦୋସ୍ତ, ପ୍ରକୃତରେ ତୁମେ ଜଣେ ତୀକ୍ଷ୍ନ ବୁଦ୍ଧି ସଂପନ୍ନ ବ୍ୟକ୍ତି । ମୁଁ ପୁଣିଥରେ ତୁମର ଚତୁରତାକୁ ସାବାସୀ ଜଣାଉଛି ।” ଏପରି କହି ସୁଲତାନ୍, ନିଜର ପରମ ଦୋସ୍ତଙ୍କୁ ଅତି ସ୍ନେହରେ ଗଳାରେ ଲଗାଇଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ