ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସୂର୍ଯ୍ୟଙ୍କଠାରୁ କବି ଶିଖିଲେ

ନିଜର ସାଧନା ଓ ଅଧ୍ୟବସାୟ ବଳରେ ଯେଉଁମାନେ ଖ୍ୟାତି ଅର୍ଜନ କରି ଯୁଗଯୁଗକୁ ସ୍ମରଣୀୟ ହୋଇ ଯାଇଛନ୍ତି, ସେମାନଙ୍କ ଭିତରୁ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ଜଣେ । କଲିକତା ମହାନଗରୀରେ ଏକ ସମ୍ଭ୍ରାନ୍ତ ପରିବାରରେ ତାଙ୍କର ଜନ୍ମ । ବାଲ୍ୟକାଳରୁ ସେ କବିତା ଲେଖିବାରେ ମନ ଦେଇ ବିଶ୍ୱକବି ପାଲଟି ଯାଇଥିଲେ । ଏପରିକି ତାଙ୍କର ଅମର କାବ୍ୟ କୃତି ‘ଗୀତାଞ୍ଜଳି’ ପାଇଁ ତାଙ୍କୁ ନୋବେଲ୍ ପୁରସ୍କାର ମଧ୍ୟ ମିଳିଥିଲା ।

                ନୋବେଲ୍ ପୁରସ୍କାର ପାଇବା ପରେ କବିଙ୍କୁ ଦେଶବିଦେଶରୁ ଅନେକ ଅଭିନନ୍ଦନର ସୁଅ ଛୁଟିଲା । ସେହି ସମୟର କଥା । ଦେଶବିଦେଶରୁ ଲୋକମାନେ ସିନା ବଧେଇ ଜଣେଇବା ପାଇଁ ରବୀନ୍ଦ୍ରନାଥଙ୍କ ପାଖକୁ ଆସିଲେ, ହେଲେ ପଡୋଶୀ ଘରର ବ୍ୟକ୍ତିଜଣକ ଆସିଲେ ନାହିଁ କି କିଛି ବି କହିଲେ ନାହିଁ । ଏପରିକି ବାଟରେ ଦେଖିଲେ ବି ନମସ୍କାର ହୋଇ ସମ୍ମାନ ଜଣାଇବେ କ’ଣ ମୁହଁ ଆଡେଇ ଚାଲିଗଲେ ।

                କଥାଟା ଠାକୁରଙ୍କୁ ଭାରି ବାଧିଲା । ଏହି କଥା ସବୁବେଳେ ଭାବିଭାବି ସେ ଚିନ୍ତାଗ୍ରସ୍ତ ହୋଇପଡିଲେ । ପଡୋଶୀଙ୍କ ପ୍ରତି ମନରେ କ୍ରୋଧ ବି ଜାତହେଲା । ଜଣେ ମହାନୁଭବ ହୋଇ ଏଭଳି ଏକ ମାମୁଲି ଘଟଣାରେ କ୍ରୋଧ କରିବା ଏବଂ ଘଟଣାଟିକୁ ମନରୁ ଭୁଲିଯାଇ ନ ପାରିବା ଯୋଗୁଁ ବହୁତ ମନଦୁଃଖ ସେ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ